କୋରନା ଭୁତାଣୁ(Corona Virus)ର ଲକ୍ଷଣ, ପ୍ରତିକାର ଏବଂ ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଓ ବଂଶବିସ୍ତାର କରିଥାଏ |

Symptoms, Remedies, and Explain how the Corona Virus Spreads and Breeds, Knowledge Odia

   ମୁଖ୍ୟତଃ ଭୁତାଣୁ(Virus) ଜନିତ ରୋଗର ଲକ୍ଷଣ ସାଧାରଣ ହୋଇଥାଏ ଓ ପରେ ଏହା ଭୟଙ୍କର ରୂପ ନେଇଥାଏ | ସେହିପରି କୋରାନା ଭୁତାଣୁ(Corona Virus)ର ବି ଲକ୍ଷଣ ସେହିପରି, 87.9% ଲୋକଙ୍କ ସାଧାରଣ ଜ୍ଵର (fever) ଲକ୍ଷଣ ଦେଖା ଦେଇଥିଲା ସେହିପରି..

ଶୁଖିଲା କାଶ (Dry Cough) 67%,   ଥକାପଣ (Fatigue) 38.1% , ଲାଳ ନିର୍ଗତ (Sputum production) 33.4%, ଶ୍ୱାସକ୍ରିୟାରେ ବାଧା (Shortness of Breath) 18.6%, ଆଣ୍ଠୁଗଣ୍ଠି ଯନ୍ତ୍ରଣା (Muscle pain or joint pain) 14.8%, ଗଳା ଖରାପ (Sore Throat) 13.9%, ମୁଣ୍ଡବ୍ୟଥା (Headache) 13.6%, ଥଣ୍ଡା (Chills) 11.4%, ବାନ୍ତି (Nausea or vomiting) 5%, ନାକ ସଂକ୍ରମଣ (Nasal congestion) 4.8%, Diarrhoea 3.7% ଲକ୍ଷଣ ଦେଖାଦେଇଥିଲା |
ଅର୍ଥାତ ଏହା ନୁହଁଯେ, ସମସ୍ତ ଜ୍ୱର ଓ କାଶ କୋରାନା ଭୁତାଣୁ (Corona Virus) ଜନିତ ରୋଗ, ତେଣୁ ବିନା କାରଣରେ ଆପଣ ଡରିବାର ଆବଶ୍ୟକ ନାହିଁ |ଏହା ସଂକ୍ରମିତ କରିବାର 2-14 ଭିତରେ ଲକ୍ଷଣ ଦେଖାଯାଏ, ତେଣୁ ଯଦି କିଛି ସନ୍ଦେହ କିମ୍ବା ଅତି ଗୁରୁତର ଅନୁଭୂତ ହେଲା ତେବେ ଆପଣ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରିପାରିବେ |

 

Symptoms, Remedies, and Explain how the Corona Virus Spreads and Breeds, Corona Knowledge Odia, COVID-19

 

କୋରାନା ଭୁତାଣୁ(Corona Virus) କିପରି ସଂକ୍ରମଣ କରିଥାଏ:

    ପ୍ରାଥମେ ଆପଣ ସବୁ କିଛି ଜାଣିବା ଦରକାର, କାହିଁକିନା ଆପଣ ଏପରି ରୋଗ ବିଷୟରେ ସବୁକିଛି ବୁଝିପାରିବେ | ଆପଣଙ୍କ ଶରୀରରେ ଦୁଇ ପ୍ରକାରର ସଂକ୍ରାମକ ରୋଗ ହୋଇଥାଏ, ଯାହାକୁ ଆମେ ଜୀବାଣୁ ଜନିତ ରୋଗ (Bacterial Disease) ଓ ଭୁତାଣୁ ଜନିତ ରୋଗ (Viral Disease) କହିଥାଉ | ଜୀବାଣୁ ଜନିତ ରୋଗ(Bacterial Disease) ତଥା, ଗଳା ଖରାପ (strep throats), କାନ ସଂକ୍ରମଣ (Ear Inflection), ମୂତ୍ରାଶୟ ସଂକ୍ରମଣ (Urinary Tract inflection) ଇତ୍ୟାଦି. ଭୁତାଣୁ ଜନିତ ରୋଗ (Viral Disease) ଯାହାକି ସାଧାରଣ ଥଣ୍ଡା (common Cold ), ସ୍ୱାଇନ ଫ୍ଲୁ (Influenza), ହାଡଫୁଟି (Chicken Pox), ଏଚ.ଆଇ.ଭି (HIV), କୋରାନା ଭୁତାଣୁ (Corona Virus) ଇତ୍ୟାଦି | ଜୀବାଣୁ ଜନିତ ରୋଗର (Bacterial Disease) ଚିକିତ୍ସା ପ୍ରଣାଳୀ ଓ ଔଷଧ ବାହାରିସାରିଛି, ଏହାକୁ ଆଣ୍ଟିବାୟୋଟିକ୍(antibiotic) ଦ୍ଵାରା ଜୀବାଣୁକୁ ନଷ୍ଟ କରିଦିଆଯାଏ | କିନ୍ତୁ ଭୁତାଣୁ ଜନିତ ରୋଗ(Viral Disease)ର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ପ୍ରଣାଳୀ ଓ ଔଷଧ ନାହିଁ, ଏହା କେବଳ ଚିକତ୍ସା (Treatment ) ଦ୍ଵାରା ରୋଗୀକୁ ସୁସ୍ଥ କରାଯାଏ, ଅର୍ଥାତ ଭୁତାଣୁ ଆକ୍ରମଣ ଓ ସଂକ୍ରମଣରୁ ରୋକାଯାଏ ଏବଂ ରୋଗୀ ଧୀରେ ଧୀରେ ସୁସ୍ଥ ହୋଇଥାଏ | 

    କିନ୍ତୁ କୋରାନା ଭୁତାଣୁ ( Corona Virus)  ପାଇଁ କୌଣସି ଚିକତ୍ସା ଓ ଔଷଧ କାମ କରୁ ନାହିଁ ଏବଂ ବୈଜ୍ଞାନିକ ମାନେ ଏହି ରୋଗର ନିର୍ଦ୍ଧିଷ୍ଟ ପ୍ରଣାଳୀ ଓ ଔଷଧ ପାଇଁ ଚେଷ୍ଟା ଚଳାଇଛନ୍ତି | ଏହା ଅନ୍ୟ ଭୁତାଣୁରୁ ଟିକେ ଅଲଗା କାରଣ, ଏହି ଭୁତାଣୁ ଦ୍ରୁତ ଗତିରେ ବ୍ୟାପିଥାଏ | ଏହାକୁ ରୋକିବାକୁ କେବଳ ଶରୀରର ରୋଗପ୍ରତିଷେଧକ ଶକ୍ତି (Immunity Power) ହିଁ କାମ କରିଥାଏ | ଯଦି ଆପଣଙ୍କର ରୋଗପ୍ରତିଷେଧକ ଶକ୍ତି (Immunity Power) ଉତ୍କୃଷ୍ଟ(Strong) ଅଛି ତେବେ କେବଳ କୋରୋନା ନୁହଁ କୌଣସି ବି ଭୁତାଣୁ  ଆପଣଙ୍କୁ ସଂକ୍ରମଣ କରିପାରିବ ନାହିଁ |

କୋରାନା ଭୁତାଣୁ(Corona Virus) କିପରି ବୃଦ୍ଧି ହୋଇଥାଏ ବା ବଂଶବିସ୍ତାର କରିଥାଏ:

    ସାଧାରଣତଃ ଭୁତାଣୁ ଗୋଲାକାର ହୋଇଥାଏ ଏବଂ ଏହା ମଧ୍ୟରେ ଅନୁବଂଶିକ ସାମଗ୍ରୀ(Genetic Material)  ଥାଏ | ଏହା ନିଜକୁନିଜେ ବିଭାଜିତ କରି ବଂଶ ବିସ୍ତାର କରିଥାଏ |ଏହି ପ୍ରକ୍ରିୟା କେବଳ ଜୀବିତ ଶରୀର(Living Body)ରେ ହିଁ ହୋଇଥାଏ | ଭୁତାଣୁ ତାର ବଂଶ ବିସ୍ତାର(Reproduction) ନିର୍ଜୀବ ବସ୍ତୁ(Non-Living Things) ଉପରେ କରିପାରେ ନାହିଁ |  ଏହା ନିର୍ଜୀବ ବସ୍ତୁ ଦ୍ଵାରା ସଂକ୍ରମଣ କରିପାରେ କିନ୍ତୁ ଏହା ନିର୍ଜୀବ ବସ୍ତୁ ଉପରେ କେବଳ କିଛି ଘଣ୍ଟା ପାଇଁ ଜୀବିତ ରହିପାରେ | ଯେପରି କୋରାନା ଭୁତାଣୁ( Corona Virus) ବାୟୁରେ 3 ଘଣ୍ଟା, ତମ୍ବାରେ 4 ଘଣ୍ଟା, କାର୍ଡବୋର୍ଡ଼ରେ 24 ଘଣ୍ଟା, ପ୍ଲାଷ୍ଟିକରେ 2-3 ଦିନ ଜୀବିତ ରହିପାରେ |
Symptoms, Remedies, and Explain how the Corona Virus Spreads and Breeds, Corona Knowledge Odia, COVID-19
  ଯେତେବେଳେ ଭୁତାଣୁ କୌଣସି ଜୀବିତ ଶରୀରରେ ପ୍ରବେଶକରେ, ଜୀବିତ ଶରୀରରେ କୋଟି କୋଟି ଜୀବକୋଷ(Cell) ରହିଥାଏ | ଏହି ଭୁତାଣୁ ଜୀବକୋଷ(Cell)ରେ ନିଜର ଅନୁବଂଶିକ ସାମଗ୍ରୀ(Genetic Material) ପ୍ରବେଶ କରି, ତାହାର ବିଭାଜନ ପ୍ରକ୍ରିୟା ଆରମ୍ଭ କରିଦେଇଥାଏ | ଯଦି ଶରୀରର ରୋଗପ୍ରତିଷେଧକ ଶକ୍ତି(Immunity Power) ଉତ୍କୃଷ୍ଟ ଅଛି ତେବେ ଏହା ରୋକିଦେଇଥାଏ କିନ୍ତୁ ରୋଗପ୍ରତିଷେଧକ ଶକ୍ତି ଦୁର୍ବଳ ଅଛି ତେବେ ଜୀବକୋଷ(Cell)ରେ ଭୁତାଣୁ ତାର ବଂଶ ବିସ୍ତାର କରିଦେଇଥାଏ | ଏହିପରି ଭାବରେ ପୁରା ଶରୀରକୁ ଆକ୍ରାନ୍ତ କରିଥାଏ ଓ ଶେଷରେ ମୃତୁ ହେଇଥାଏ | ଯଦି ରୋଗପ୍ରତିଷେଧକ ଶକ୍ତି ତେବେ ସାଧାରଣ ଥଣ୍ଡା(Common Cold) ହୋଇ ଭଲ ହୋଇଯାଏ, ନଚେତ ଡାକ୍ତରଖାନାରେ ଚିକତ୍ସା ହେବାକୁ ପଡିଥାଏ |
      ବର୍ତ୍ତମାନ ଯାଏଁ  ଏହି ରୋଗରେ ଯେତେଲୋକ ମାରିଛନ୍ତି ଅଧିକାଂଶ ଲୋକ ବୃଦ୍ଧ ଲୋକ ଅଟନ୍ତି ଓ 10-39 ବୟସର ବ୍ୟକ୍ତି କେବଳ   0.2% ,କାରଣ ଏହି ବୟସର ବ୍ୟକ୍ତିଙ୍କର ଶରୀରର ରୋଗପ୍ରତିଷେଧକ ଶକ୍ତି(Immunity Power) ଉତ୍କୃଷ୍ଟ ଥାଏ | ବୃଦ୍ଧ ମାନଙ୍କର ଶରୀରର ରୋଗପ୍ରତିଷେଧକ ଶକ୍ତି ଭଲନଥାଏ | କିନ୍ତୁ ବର୍ତ୍ତମାନ ସବୁ ବର୍ଗର ଲୋକଙ୍କୁ ସତର୍କ ରହିବାକୁ ପଡିବ କାରଣ ଏହି ରୋଗ ନୂଆ ଏବଂ ଏହାର କୌଣସି ରୋଗପ୍ରତିଷେଧକ ଔଷଧ ନାହିଁ | ଏହାର ଉତ୍ତମ ଚିକିତ୍ସାର ଉପାୟ ନ ମିଳିଲା ପର୍ଯ୍ୟନ୍ତ ସମସ୍ତେ ସତର୍କ ରହିବାକୁ ପଡିବ |

କିପରି ଏହିପରି ଭୁତାଣୁ ଜନିତ ରୋଗ(Viral Disease) ରୋଗରୁ ରକ୍ଷା ପାଇପାରିବା:

1. ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ଉତ୍କୃଷ୍ଟ କରନ୍ତୁ :

  ସବୁଜ ପନିପରିବା ଖାଆନ୍ତୁ, ଜଙ୍କ ଫୂଡ଼ ଖାଦ୍ୟରୁ ଦୁରେଇ ରୁହନ୍ତୁ ଓ ଖାଦ୍ୟର ନିୟନ୍ତ୍ରଣ କରନ୍ତୁ | ଖଟା ଜାତୀୟ ଖାଦ୍ୟ(Citrus Food) ଯେପରି ଲେମ୍ଭୁ,କମଳା ପରି ଖାଦ୍ୟକୁ ଖାଆନ୍ତୁ, କାରଣ ଏଥିରେ ଅଧିକ ଭିଟାମିନ-ସି ଅଧିକ ଥାଏ, ଯାହା ଆପଣଙ୍କ ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ବଢାଇଥାଏ | ଆସନ, ବ୍ୟୟାମ କରନ୍ତୁ |

2. ହାତ ସଫା ରଖନ୍ତୁ:

ହାତକୁ ସାବୁନ କିମ୍ବା ସାନିଟାଇଜେର(Sanitizer) ଦ୍ଵାରା ଭଲଭାବରେ ଧୁଅନ୍ତୁ | ଏହାଦ୍ଵାରା ହାତରୁ ସମସ୍ତ ଜୀବାଣୁ ଓ ଭୁତାଣୁ ଚାଲିଯାଏ ଓ ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରେ |

3. ନାକ ଓ ପାଟିକୁ ଘୋଡାଇ ରଖନ୍ତୁ: 

କାଶ(Cough) କିମ୍ବା ଛିଙ୍କ(sneeze) ହେବ ସମୟରେ ରୁମାଲରେ ବ୍ୟବହାର କରନ୍ତୁ  ଏବଂ ମାସ୍କ(Mask) ବ୍ୟବହାର କରନ୍ତୁ |

4. ସାମାଜିକ ଦୂରତା ରକ୍ଷାକରନ୍ତୁ:

ଏହା ଏକ ମୁଖ୍ୟ ମାଧ୍ୟମ ଯାହାଦ୍ଵାରା ଆପଣ ସଂକ୍ରମଣରୁ ସୁରକ୍ଷିତ ରହିପାରିବେ, ସଂକ୍ରମିତ ଲୋକଙ୍କ ଠାରୁ ଦୂରେଇପାରିବେ | ତେଣୁ ଅଧିକାଂଶ ଦେଶର ସରକାର ଏହି ଉପାୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଓ ସବୁ ଜନଗହଳି ସ୍ଥାନକୁ ବନ୍ଦ କରିଛନ୍ତି |
ଏହି ଉପାୟ ଦ୍ଵାରା ଆପଣ ସବୁପ୍ରକାରର ସଂକ୍ରମଣ ରୁ ରକ୍ଷା ପାଇପାରିବେ |
Share this Article…

6 Replies to “କୋରନା ଭୁତାଣୁ(Corona Virus)ର ଲକ୍ଷଣ, ପ୍ରତିକାର ଏବଂ ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଓ ବଂଶବିସ୍ତାର କରିଥାଏ |”

Leave a Reply

Your email address will not be published. Required fields are marked *