କୋରନା ଭୁତାଣୁ(Corona Virus) କ’ଣ ? ଏବଂ ଏହା କିପରି ବ୍ୟାପିଥିଲା ? ଜାଣନ୍ତୁ ସମ୍ପୂର୍ଣ କାହାଣୀ.

     କୋରୋନା ଭୂତାଣୁ(Corona Virus), SARC-CoV-2 ଏବଂ ଏହାଦ୍ଵାରା ବ୍ୟାପୁଥିବା ରୋଗକୁ କୋଭିଡ-19 (COVID-19) କୁହାଯାଏ | ଏହି ଭୁତାଣୁ 2019 ଡିସେମ୍ବର ପ୍ରଥମ ସପ୍ତାହରେ ଦକ୍ଷିଣ ଚୀନର ବୁହାନ(Wuhan) ସହରର ଏକ ମାଂସ ବଜାରରୁ ଆରମ୍ଭ ହୋଇଥିଲା |ଏଠାରେ ସବୁ ପ୍ରକାରର ମାଂସ, ଯେପରି କୁକୁର, କୁକୁଡ଼ା, ଘୁଷୁରୀ, ସାପ, ବାଦୁଡ଼ି ଇତ୍ୟାଦି. ଏବଂ ଏହାକୁ କୋରୋନା ଭୁତାଣୁର ଉତ୍ପତ୍ତିସ୍ଥଳ କୁହାଯାଏ | ଏହି ଭୁତାଣୁ ମୁଖ୍ୟତଃ ପଶୁ ମାନଙ୍କ ଦେହରେ ମିଳିଥାଏ କିନ୍ତୁ ଏଠାରେ ଏତେ ଗୁଡିଏ ପଶୁ ମାଂସ ଏକା ସାଙ୍ଗରେ ବିକ୍ରି ହୁଏ |ଏହି ମାଧ୍ୟମରେ ଭୁତାଣୁ ମନୁଷ୍ୟ ଦେହରେ ପ୍ରବେଶ କରିବାପାଇଁ ସୁଯୋଗ ଦେଇଦିଏ ଏବଂ ଡ଼ିସେମ୍ବର 2019 ରେ ଏହାହିଁ ହେଲା |
      ଏତେ ଗୁଡିଏ ମାଂସ ଭିତରୁ କେଉଁ ମାଂସରୁ ଏହି ଭୁତାଣୁ ଆସିଛି କିଛି ଜଣାନଥିଲା | କିନ୍ତୁ ଗବେଷଣାରୁ ଜଣାପଡିଲା ଯେ, ଏହା ବାଦୁଡ଼ି ଦେହରୁ ହିଁ ଆସିଛି | ଏହା ପ୍ରଥମେ କୌଣସି ଏକ ମନୁଷ୍ୟକୁ ଆକ୍ରମଣ କଲା ପରେ ଏହା ଅନ୍ୟ ଲୋକଙ୍କୁ ସଂକ୍ରମଣ କଲା, ଏହିପରି ଏକ ଶୃଙ୍ଖଳ ହେଇଗଲା ଏବଂ ଡ଼ିସେମ୍ବର ପ୍ରଥମ ଶପଥରୁ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏଠାରେ ହାହାକାର ଖେଳିଗଲା | ଜାନୁଆରୀ 2020 ରେ ଏହି ମାର୍କେଟକୁ ବନ୍ଦ କରିଦିଆଗଲା |

      ଯେତେବେଳେ ଏହି ଭୁତାଣୁର ଡି.ଏନ.ଏ (DNA)କୁ ପରୀକ୍ଷା କରାଗଲା ଏହା ବାଦୁଡ଼ିର ଡି.ଏନ.ଏ(DNA) ସହ ସାମଞ୍ଜସ୍ୟ ରହିଲା | ପରେ ଜର୍ନାଲ୍ ମେଡିକାଲ୍ ଭାଇରୋଲୋଜି (Jurnal Medical Virology) ଗବେଷକମାନେ ଗବେଷଣାରୁ ଜାଣିବାକୁ ପାଇଲେ ଯେ ଏହା ନାଗସାପ ଦେହରୁ ଆସିଛି, ଯାହା ସେହି ମାର୍କେଟ ରେ ବିକ୍ରୀ ହେଉଥିବା ନାଗସାପ ମାଂସରୁ ଆସିଛି | ଏବଂ ଆଉକିଛି ଅନୁମାନ କରୁଛନ୍ତି ଯେ, ଏହା ସେହି ମାର୍କେଟରେ ବିକ୍ରି ହେଉଥିବା ବିଭିନ୍ନ ପ୍ରକାର ମାଂସର ମିଶ୍ରଣରୁ ଜନ୍ମ ହେଇଛି |

Dr. Li Wenliang, KnowledgeOdia, CoronaVirus, COVID-19, WHO, DeathRate

କୋରୋନା ଭୁତାଣୁ (Corona Virus)  କିପରି ବ୍ୟାପିଥିଲା ?

     ଭୁତାଣୁ ପ୍ରଭାବ ବଡିବାପରେ ଓ ଲୋକଙ୍କୁ ଆକ୍ରାନ୍ତ କରିବାପରେ, ଚିନ(China) ଡକ୍ଟର ଲି ୱେନିଆଙ୍ଗ (Dr. Li Wenliang) ପାଖକୁ କିଛି ରୋଗୀଙ୍କୁ ଚିକତ୍ସା ପାଇଁ ପଠାଗଲା | ଭୁତାଣୁର ପରୀକ୍ଷା ପରେ ସେ ଜାଣିପାରିଲେ ଯେ, ଏହା ଏକ ନୂଆ ଭୁତାଣୁ ଏବଂ ଏହାର ଲକ୍ଷଣ ବିଷୟରେ ଅଜ୍ଞ | ତେଣୁ ଏହି ଭୁତାଣୁ ବିଷୟରେ ନିଜର ଡାକ୍ତର ସଂଘକୁ ଜଣାଇଥିଲେ ଏବଂ ସତର୍କ କରିଥିଲେ ଯେ ଏହା ଭବିଷ୍ୟତରେ ଭୟଙ୍କର ରୂପ ନେଇପାରେ | ଏହି ତଥ୍ୟ ପ୍ରଘଟ ହେବାପରେ ମିଥ୍ୟା ପ୍ରଚାରକ ଓ ଲୋକଙ୍କୁ ଡରାଉଥିବା ଅପରାଧରେ ଡ଼. ଲି.(Dr. Li) ଙ୍କୁ ପୋଲିସ ଗିରଫ କରିନେଇଥିଲା | କିନ୍ତୁ ପରେ ଏହାର ଭୟାବହତା ସୃଷ୍ଟିହେଲା |ପ୍ରଥମେ କିଛିଲୋକ ଆକ୍ରାନ୍ତ ହୋଇଥିଲେ କିନ୍ତୁ ଏକ କିଛିଦିନ ଭିତରେ ସହ ସହ ଲୋକଙ୍କୁ ବ୍ୟାପିଗଲା ଏବଂ ଡ଼. ଲି.(Dr. Li) ଏହି ରୋଗ ଆକ୍ରାନ୍ତରେ ମୃତୁବାରଣ କଲେ | ପ୍ରଥମରୁ ଯଦି ଡ଼. ଲି.(Dr. Li) ଙ୍କ ତଥ୍ୟକୁ ଗୁରୁତର ନେଇଥାନ୍ତେ ତେବେ ଏତେ ବଡ ଦୁର୍ଘଟଣା ହେଇନଥାନ୍ତା ଏବଂ ଏହି ଭୁତାଣୁ ଏତେ ଭୟଙ୍କର ହେଇନଥାନ୍ତା | ପରେପରେ ଏହି ଭୁତାଣୁ ଚାଇନାର ବୁହାନ (Wuhan) ସହରରୁ ଅନ୍ୟ ଦେଶକୁ ବ୍ୟାପିଗଲା ଏବଂ ପେବୃୟାରୀ-ମାର୍ଚ୍ଚ ମାସରେ ଆକ୍ରାନ୍ତ ଓ ମୃତୁ ସଂଖ୍ୟା ବଢ଼ିବାରେ ଲାଗିଲା |

 

     ଏହାର ଭୟାବହତା ଦେଖି, ମାର୍ଚ୍ଚ 11, 2020 ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଘଟନ (WHO) ଏହାକୁ ବିଶ୍ୱ ମହାମାରୀ (Global Pandemic) ଘୋଷଣା କଲା ଏବଂ ସମଗ୍ର ବିଶ୍ୱକୁ ସଚେତନାର ବାର୍ତ୍ତା ଦେଲା | ବିଶ୍ୱ ସ୍ୱାସ୍ଥ୍ୟ ସଂଘଟନ (WHO)ର ତଥ୍ୟ ଅନୁସାରେ 3ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ, 14 ହଜାରରୁ ଅଧିକ ଲୋକଙ୍କ ମୃତୁ ଏବଂ 1ଲକ୍ଷରୁ ଅଧିକ ଲୋକ କରନା ଭୁତାଣୁରୁ ସୁସ୍ଥ ହୋଇଛନ୍ତି |

କୋରନା ଭୁତାଣୁ(Corona Virus)ର ଲକ୍ଷଣ, ପ୍ରତିକାର ଏବଂ ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଓ ବଂଶବିସ୍ତାର କରିଥାଏ |

Share this Article..

3 Replies to “କୋରନା ଭୁତାଣୁ(Corona Virus) କ’ଣ ? ଏବଂ ଏହା କିପରି ବ୍ୟାପିଥିଲା ? ଜାଣନ୍ତୁ ସମ୍ପୂର୍ଣ କାହାଣୀ.”

Leave a Reply

Your email address will not be published. Required fields are marked *