ଜାଣନ୍ତୁ କାହିଁକି ଚାଇନା(China) ଅଧିକତମ ରୋଗ(Disease)ର ଉତ୍ପତିସ୍ଥଳ ହୋଇଥାଏ |

know about why Chaina is the source of most diseases, KnowledgeOdia, Education, Disease, Health, Special Report, Chaina, Corona, Covid-19, SARC, Swain Flu, Bird Flu


   ବହୁବାର  ଶୁଣିବାକୁ ମିଳୁଛି ଯେ ଅଧିକାଂଶ ଭୁତାଣୁ(Virus) ଚାଇନାରୁ ହିଁ ଆସିଥାଏ | ମୁଖ୍ୟତଃ କୌଣସି ବି ଭୁତାଣୁ(Virus) ଉତ୍ପତ୍ତି ପଶୁ ପକ୍ଷୀ ମାନଙ୍କଠାରୁ ହିଁ ହୋଇଥାଏ ଅର୍ଥାତ ଏହା ପଶୁ ପକ୍ଷୀଙ୍କ ଠାରୁ ମନୁଷ୍ୟ ଦେହକୁ ଆସିଥାଏ ପରେ ଏହା ଗୋଟିଏ ସୁସ୍ଥ ଲୋକର ଦେହକୁ ସଙ୍କ୍ରମିତ ହୋଇଥାଏ | ଯେପରି କିଛି ବର୍ଷପୁର୍ବରୁ ବାର୍ଡ ଫ୍ଲୁ ଭୁତାଣୁ(Bird flu Virus) ଅସିଥିଲା ଯାହା ପକ୍ଷୀ ଦେହରୁ ଉତ୍ପନ ହୋଇଥିଲା ସ୍ୱାଇନ୍ ଫ୍ଲୁ(Swain flu) ଯାହା ଘୁସୁରି ଠାରୁ ଏଚ.ଆଇ.ଭି. ଭୁତାଣୁ(HIV Virus) ସିମ୍ପାଞ୍ଜି(Chimpanzee)ଠାରୁ ଇବୋଲା ଭାଇରସ୍(Ebola Virus) ବାଦୁଡ଼ିଠାରୁ ଏବଂ ବର୍ତ୍ତମାନର କରୋନା ଭୁତାଣୁ(Corona Virus) ଶୁଣିବାକୁ ମିଳୁଛି ଯେ ଏହା ମଧ୍ୟ ବାଦୁଡ଼ି ଠାରୁ ଉତ୍ପନ ହୋଇଛି | ଏହା ପ୍ରଥମେ ଏକ ବଜ୍ରକାପ୍ତା(Pangolin)କୁ ସଙ୍କ୍ରମଣ କରିଥିଲା ଏବଂ ଚାଇନାର ଏହି ଖାଦ୍ୟ ଅଧିକ ପସନ୍ଦ କରାଯାଏ | ଏହାକୁ ଖାଇବା ସହ ଔଷଧ ତିଆରିରେ ଦାମି କୋର୍ଟ ତିଆରିରେ ବ୍ୟବହାର କରାଯାଏ | ଏହି ଭୁତାଣୁ(Virus) ବଜ୍ରକାପ୍ତା(Pangolin)ରୁ ମନୁଷ୍ୟ ଦେହକୁ ସଂକ୍ରମଣ କରିଥିଲା | ଏହି ଘଟଣା ଘଟିଥିଲା ଚାଇନାର ମାଂସ ବଜାର(Meat Market)ରେ ଏଠାରେ ସବୁ ପ୍ରକାରର ମାଂସ ମିଳିଥାଏ | ହୋଷ୍ଟନ୍ ବିଶ୍ୱବିଦ୍ୟାଳୟ (University of Houston) ପ୍ରଫେସର ପିଟର ଲି.(Piter Lie)ଙ୍କ ଗବେଷଣାରୁ ଜଣାଯାଇଛି ଯେ, ଏଠାରେ ସବୁପ୍ରକାରର ପଶୁଓପକ୍ଷୀଙ୍କୁ ପିଞ୍ଜରାରେ ଥାକ ଥାକ କରି ରଖାଯାଏ | ଏଠାରେ ଉପର ପଶୁ ପକ୍ଷୀଙ୍କ ମଳ ମୂତ୍ର ତଳେ ଥିବା ପଶୁ ପକ୍ଷୀଙ୍କ ଉପରେ ପଡେ ଯାହାଫଳରେ ତଳେଥିବା ପ୍ରାଣୀମନେ ରୋଗଗ୍ରସ୍ଥ ହୁଅନ୍ତି | ରୋଗଗ୍ରସ୍ଥ ପ୍ରାଣୀମାନଙ୍କ ଦେହରୁ ଏହିପରି ଭାବରେ ରୋଗ ସଙ୍କ୍ରମିତ ହୋଇଥାଏ ମନୁଷ୍ୟ ଏହି ପ୍ରାଣୀମାନଙ୍କୁ ଖାଇବା ଦ୍ଵାରା ଏହି ରୋଗ ମନୁଷ୍ୟ ଦେହକୁ ପ୍ରବେଶ କରିଥାଏ | କିନ୍ତୁ ମାଂସ ବଜାର ପ୍ରାୟତଃ ସବୁ ଦେଶରେ ଥାଏ କିନ୍ତୁ ଅନ୍ୟଦେଶଅପେକ୍ଷା ଚାଇନାରେ କେବଳ ନୂତନ ଭୁତାଣୁ(Virus) ଆବିର୍ଭାବ ହୁଏ | ଏହି ମାଂସ ବଜାର ଅନ୍ୟ ମାଂସବଜାର ତୁଳନାରେ ସମ୍ପୂର୍ଣ ଅଲଗା | କାରଣ ଏଠାରେ କେବଳ ପାଳିତ ପ୍ରାଣୀଙ୍କ ମାଂସ ମିଳେ ନାହିଁ, ଏଠାରେ ଜଙ୍ଗଲୀଜୀବଙ୍କ ମାଂସ ମିଳିଥାଏ | ଜଙ୍ଗଲୀ ପ୍ରାଣୀମାନଙ୍କଠାରେ ମୁଖ୍ୟତଃ କ୍ଷତିକାରକ ଭୁତାଣୁ(Virus) ଜନ୍ମ ନେଇଥାନ୍ତି ଏହା ମନୁଷ୍ୟ ସମାଜକୁ ସଙ୍କ୍ରମିତ କରିଥାଏ | ଏଠାରେ ସାପ, କୁକୁରଠାରୁ ଆରମ୍ଭକରି କୁମ୍ଭୀର ମାନଙ୍କ ମାଂସବିମିଳିଥାଏ | ଏଠାରେ ପ୍ରାୟ ସବୁ ପ୍ରକାରର ଜଙ୍ଗଲୀଜୀବଙ୍କୁ ମାରିମାଂସ ବିକ୍ରିକରିବାକୁ ସରକାରୀ ମଞ୍ଜୁରି ଦେଇଛନ୍ତି

know about why Chaina is the source of most diseases, KnowledgeOdia, Education, Disease, Health, Special Report, Chaina, Corona, Covid-19, SARC, Swain Flu, Bird Flu

   1959 ରୁ 1961 ପର୍ଯ୍ୟନ୍ତ ଏକ ବଡ ଚାଇନିଜ୍ ଦୁର୍ଭିକ୍ଷ(The Great Chinese Famine) ଆସିଥିଲା | ଯାହାଫଳରେ ଚାଇନାର ଅର୍ଥନୀତି ଦୁର୍ବଳ ହୋଇଯାଇଥିଲା | ଏହି ଅକାଳ ଫଳରେ 360 ଲକ୍ଷ ଲୋକ ମରିଯାଇଥିଲେ | ସେଠାରେ ଯେଉଁ ଦଳ ଖାଦ୍ୟ ଉତ୍ପାଦନକୁ ସଞ୍ଚାଳନ କରୁଥିଲା , ଦେଶର ଲୋକମାନଙ୍କୁ ଠିକରେ ଖାଦ୍ୟ ଯୋଗାଇପାରୁ ନଥିଲା ଏହିପରି 1978 ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିଲା | ଏହିପରି ପରିସ୍ଥିତିରେ ସରକାର ବେସରକାରୀ ପଶୁପାଳନକୁ ପ୍ରୋତ୍ସାହନ ଦେଇଥିଲା ଅର୍ଥାତ୍ ସାଧାରଣ ଲୋକ ମଧ୍ୟପଶୁ ପକ୍ଷୀ ପାଳ କରି ସେମାନଙ୍କ କ୍ଷୀରରୁ ଆରମ୍ଭକରି ମାଂସ ପର୍ଯ୍ୟନ୍ତ ସବୁ କିଛି ବିକ୍ରିକରିପାରିବ ନିଜ ପରିବାରର ଲାଳନପାଳନ କରିପାରିବ | ଏଥିପାଇଁ ବହୁ କମ୍ପାନି ସାଧାରଣ ଜନତା କୁକୁଡା, ଘୁସୁରିପାଳନରେ ଅଗେଇଲେ | କିନ୍ତୁ ସାଧାରଣ ଚାଷୀଙ୍କୁ ଏହି ବେପରରେ ଅଧିକ ଲାଭ ମିଳୁନଥିଲା ତେଣୁ ସେମନେ ଜଙ୍ଗଲୀ ଜୀବଙ୍କୁ ମାରି ମାଂସ ବିକ୍ରିକରିବା ଆରମ୍ଭ କରିଦେଇଥିଲେ | ଏମାନେ ପ୍ରଥମେ ସାଧାରଣଜୀବ, ଯେପରି ସାପ, ମୂଷା,କଇଁଛ, ବାଦୁଡ଼ିକୁ ବିକ୍ରିକରିବା ଅରମ୍ଭ କରିଥିଲେ | କାହିଁକିନା ଏହି ଜୀବମନେ ସହଜରେ ମିଳିଯାଉଥିଲେ ସେଗୁଡାକ ବିକ୍ରିକରି ଭଲ ଅର୍ଥ ଉପର୍ଜନ କରୁଥିଲେ | ସରକାର ଏହି ବିକ୍ରିକୁ ପ୍ରୋତ୍ସାହନ ବି ଦେଇଥିଲେ କାରଣ ସରକାରଙ୍କ ମତରେ ଯଦି କୌଣସି ବ୍ୟକ୍ତି ଏହିପରି ଜଙ୍ଗଲୀ ଜୀବମାଂସ ବିକ୍ରିକରି ନିଜ ପରିବାର ଚଳେଇପାରୁଛି ତେବେ ଏହା କିଛି ଖରାପ କାମ ନୁହେଁ ଏହିପରି ଭାବରେ 1988ରେ ସରକାର ସ୍ୱୀକୃତି ବି ଦେଇଥିଲେ ଯାହାଫଳରେ ଚାଇନାରେ ଏହାର ଚାହିଦା ବୃଦ୍ଧିପାଇବାରେ ଲାଗିଲା | 

know about why Chaina is the source of most diseases, KnowledgeOdia, Education, Disease, Health, Special Report, Chaina, Corona, Covid-19, SARC, Swain Flu, Bird Flu

    2002 ରେ SARS  ରୋଗ ଚାଇନାରୁ ଆରମ୍ଭ ହୋଇ 17ଟା ଦେଶକୁ ପ୍ରଭାବିତ କରିଥିଲା 800ରୁ ଅଧିକ ଲୋକ ମରିଯାଇଥିଲେ | 2003 ରେ ବୈଜ୍ଞାନିକମାନେ ଏହି ରୋଗର ଉତ୍ପତି ଉପରେଗବେଷଣା କରିଥିଲେ | ଏହି ଭୁତାଣୁ ଫୋଶାନ୍(Foshan) ସହରର ଏକ ମାଂସ ବଜାରରୁ ଏକ ଜଙ୍ଗଲୀ ବିଲେଇ ସିଭେଟ କ୍ୟାଟ (Civet Cat) ନାମକ ଏକ ଜୀବଦେହରୁ ଏହା ସଙ୍କ୍ରମିତ କରିଛି ଏହି ଖବର ପରେ ସବୁ ମାଂସବଜାରକୁ ବନ୍ଦ କରିଦିଆଯାଇଥିଲା | କିନ୍ତୁ ଏହା କିଛି ଦିନ ପାଇଁ ହୋଇଥିଲା ରୋଗର ପ୍ରଭାବ କମିବାପରେ 54 ଜୀବଙ୍କୁ ବିକ୍ରିରେ ରୋକ ଉଠାଇ ଦେଇଥିଲେ ଏବଂ ସେଥି ମଧ୍ୟରେ ସିଭେଟ କ୍ୟାଟ (Civet Cat) ମଧ୍ୟ ଥିଲା | ଏହିପରି ସବୁ ମାଂସ ବଜାର ଖୋଲିବାରେ ଲାଗିଲା | ଏଥିରୁ ଅଧିକ ଅର୍ଥ ଉପାର୍ଜନ ହେଉଥିବାରୁ ସରକାର ଏହାକୁ ଅଧିକ ପ୍ରୋତ୍ସାହନ ଦେଉଥିଲେ 2016ରେ ବାଘ, କୁମ୍ଭୀର, ବଜ୍ରକାପ୍ତା(Pangolin) ଅଦି ଜଙ୍ଗଲୀ ଜୀବବିକ୍ରିରେ ରୋକ ଉଠାଇଦେଇଥିଲେ | ଯାହାଫଳରେ ମାଂସ ବିକ୍ରିର ଚାହିଦା ବଢ଼ିବାରେ ଲାଗିଲା | ପ୍ରଫେସର ପିଟର ଲି.(Piter Lie)ଙ୍କ ତଥ୍ୟ ଅନୁସାରେ ଏହି ଖାଦ୍ୟ ବହୁତ ମହଙ୍ଗା ହୋଇଥାଏ, ତେଣୁ ଏହି ଖାଦ୍ୟ ସବୁଲୋକ ଖାଇ ନଥାନ୍ତି | ଏହି ମାଂସକୁ କେବଳ ଧନୀଶ୍ରେଣୀର ଲୋକମାନେ ହିଁ ଖାଇପାରୁଥିଲେ | ପୁଣିଯେତେବେଳେ 2019 ରେ କୋରୋନା(Corona) ଆରମ୍ଭ ହୋଇଥିଲା | ଚାଇନା ସରକାର ଏହି ବଜାରକୁ ବନ୍ଦ କରିଦେଇଥିଲେ ଜଙ୍ଗଲୀ ଜୀବବିକ୍ରିରେ ରୋକ ଲଗାଇ ଦେଇଥିଲେ | କିନ୍ତୁ ଏହି ରୋକ କେତେ ଦିନ ଚାଲିବ ଠିକ ନୁହେଁ କାରଣ ଚାଇନା ସରକାର ଏହି ମାଂସ ମାର୍କେଟକୁ ପୁଣି ଖୋଲିବାକୁ ଅନୁମତି ଦେଇପାରନ୍ତି | ଏହାର ଭୟାବହତା ଦେଖି, ଏହିପରି ମାଂସ ବଜାରକୁ ସମ୍ପୂର୍ଣ ଭାବରେ ବନ୍ଦ କରିବାକୁ ବହୁ ଦେଶରୁ ଚାପ ପଡୁଛି | ଯାହାଫଳରେ ଏହିପରି ଭୟଙ୍କର ରୋଗର ଉତ୍ପତି ହୋଇପାରିବ ନାହିଁ |

Leave a Reply

Your email address will not be published. Required fields are marked *