ଜାଣନ୍ତୁ ନାନୋଟେକ୍ନୋଲୋଜି (Nanotechnology) କ’ଣ ଓ ଏହାର ଉପକାରିତା |

 

Nanotechnology, Technology, Science, NewTechnology, Bioscience, Physicalscience, KnowledgeOdia, Odia, Odisha, OdiaArticle, TrendingArticle, UpdateArticle

 
     ବର୍ତ୍ତମାନ ହେଉଛି ଟେକ୍ନୋଲୋଜିର ଦୁନିଆ | ପ୍ରତିଦିନ କିଛିନା କିଛି ନୂଆ ଟେକ୍ନୋଲୋଜି(Technology) ବିକଶିତ ହେଉଛି | ଜାଣନ୍ତୁ ଏକ ନୂଆ ଟେକ୍ନୋଲୋଜି ଯାହାକି ଦୁନିଆକୁ ଏକ ଅଦ୍ଭୁତ ପରିଚୟ ଦେଇଛି | ନାନୋ କାର(Nano Car) ବିଷୟରେ ନିଶ୍ଚିତ ଜାଣିଥିବେ, ନାନୋ ଅର୍ଥାତ ଛୋଟ | ଏହିପରି ନାନୋଟେକ୍ନୋଲୋଜି(Nanotechnology)ରେ ଛୋଟଛୋଟ କଣିକା(Particles)କୁ କାର୍ଯ୍ୟକୁ ନିଆଯାଏ | ଏହି ଟେକ୍ନୋଲୋଜି ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଏହାର ଉପଯୋଗକୁ ଭବିଷ୍ୟତରେ ବହୁତ ପ୍ରାଧାନ୍ୟ ଦିଆଯିବ | ଏହି ଟେକ୍ନୋଲୋଜି ସବୁ ପ୍ରକାରର ବିଜ୍ଞାନ ଯେପରିକି ରାସାୟନିକବିଜ୍ଞାନ(Chemistry), ଭୌତିକବିଜ୍ଞାନ(Physics), ଜୀବ ବିଜ୍ଞାନ(Bio Science) ଓ ବୈଷୟିକ(Engineer) କ୍ଷେତ୍ରରେ ବ୍ୟବହୃତ ହେଉଛି |
 
#Nanotechnology #Technology #Science #NewTechnology #Bioscience #Physicalscience #KnowledgeOdia #Odia #Odisha #OdiaArticle #TrendingArticle #UpdateArticle
 

ନାନୋଟେକ୍ନୋଲୋଜି(Nanotechnology) କ’ଣ ?

     ନାନୋ ହେଉଛି ଏକ ଗ୍ରୀକ ଶବ୍ଦ , ଯାହାର ଅର୍ଥ ସୂକ୍ଷ୍ମ ବା ଛୋଟ | ଏହି ଟେକ୍ନୋଲୋଜିରେ ବ୍ୟବହୃତ ସବୁ କଣିକା(Particles) ଛୋଟ ହୋଇଥାଏ |ଏହା ଏପରି ଏକ ଟେକ୍ନୋଲୋଜି ଯାହାକି 100 ନାନୋମିଟର(Nanometer) ଠାରୁ ଛୋଟ କଣିକା(Particles)ରେ କାମ କରାଯାଇଥାଏ | ଏହି ଟେକ୍ନୋଲୋଜିରେ ମାଇକ୍ରୋଫ୍ଲୋରା ନିୟୁକ୍ଳିଅର(Microflora Nuclear), ପରମାଣୁ(Atom) , ମଲିକୁଲାର ସ୍କେଲ(Molecular Scale)ର ନିୟନ୍ତ୍ରଣ ଉପରେ ଅଧ୍ୟୟନ  କରାଯାଏ | ବର୍ତ୍ତମାନ ଏହି ଟେକ୍ନୋଲୋଜିର ବ୍ୟବହାର ବହୁତ ହେଉଛି ଓ ଭବିଷ୍ୟତରେ ବି ଏହାର ବ୍ୟବହାର ବଢିବାରେ ଲାଗିଛି | ଏହି ଟେକ୍ନୋଲୋଜି କିଛି ନୂଆ ନୁହେ, ରସାୟନ ବିଜ୍ଞାନି (chemestrian) ମାନେ ପଲିମର(Polymer) ତିଆରି କରିସାରିଛନ୍ତି ଓ କମ୍ପ୍ୟୁଟର ଚିପ୍ସ(Computer Chips)ରେ ଏହାର ବ୍ୟବହାର 20 ବର୍ଷରୁ ହୋଇଆସୁଛି | ଏହି ଟେକ୍ନୋଲୋଜି ଛୋଟ କଣିକା(Particles) ଗୁଡିକ କାମ କରିଥାଏ କିନ୍ତୁ ଏହାର ଦକ୍ଷତା(Efficiency) ଅଧିକ ହୋଇଥାଏ | ଏହା ଦ୍ଵାରା ଶକ୍ତି ସଂରକ୍ଷଣ ହୋଇପାରୁଛି, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣରେ ରହୁଛି ଓ ବହୁତ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଚିକତ୍ସାରେ ବ୍ୟବହୃତ ହେଉଛି | ଏହି ଟେକ୍ନୋଲୋଜି ଦ୍ଵାରା ବସ୍ତୁ ଛୋଟ, ସସ୍ତା ଓ କମ ଓଜନ ଦାୟକ ହୋଇଥାଏ ଏବଂ ଏହି ପଦାର୍ଥ ନିର୍ମାଣରେ କଞ୍ଚାମାଲ୍(Raw materials)ର ବି କମ ବ୍ୟବହୃତ ହୋଇଥାଏ ଓ ଶକ୍ତି ଉପଯୋଗ କମ ହୋଇଥାଏ | ଏହି ଟେକ୍ନୋଲୋଜି ଜୀବ ବିଜ୍ଞାନ(Bio Science), ଚିକତ୍ସା ବିଜ୍ଞାନ(Medical Science) , ବୈଦୁତିକ ବିଜ୍ଞାନ(Electronic Science)ରେ ବହୁତ ଉନ୍ନତି ଆଣିଛି |
  ଏହି ଅତ୍ୟାଧୁନିକ ଟେକ୍ନୋଲୋଜିର ଧାରଣା(Idea) ପଦାର୍ଥ ବିଜ୍ଞାନୀ(Physicist) ରିଚାର୍ଡ ଫେନମ୍ୟାନ୍(Richard Phynman)ଙ୍କ ଏକ ଅଧ୍ୟୟନରୁ ଆସିଛି | 29 ଡ଼ିସେମ୍ବର 1959 ରେ କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(California Institute of Technology)ରେ ଭୌତିକ ବିଜ୍ଞାନ ସମାଜ(Physical Science Society) ସମିଳନୀରେ ତାଙ୍କ ତଥ୍ୟ ରଖିଥିଲେ | ଏହି ତଥ୍ୟ ନାନୋ ଟେକ୍ନୋଲୋଜିର ପୃଷ୍ଠଭୂମି ହୋଇଥିଲା ଏବଂ ଏକ ଦଶନ୍ଧି ପରେ ପ୍ରଫେସର ନାରିଓ ତାମଗୁସିନ୍(Nario Tamgucin) ଏହି ଟେକ୍ନୋଲୋଜିର ପ୍ରୟୋଗ କରିଥିଲେ | 1981ରେ ଇଲେକ୍ଟ୍ରୋନିକ ସୂକ୍ଷ୍ମଦର୍ଶୀର ଆବିଷ୍କାର ହୋଇଥିଲା | ସେବେଠାରୁ ନାନୋଟେକ୍ନୋଲୋଜି(Nanotechnology)ର ଗବେଷଣା ଚାଲୁରହିଛି | ଆଉ ଆଜି ଏହି ଟେକ୍ନୋଲୋଜିର ଅଧିକ ଉପଯୋଗ ପାଇଁ ଅଧିକତମ ଚେଷ୍ଟାଚାଲିଛି |
Nanotechnology, Technology, Science, NewTechnology, Bioscience, Physicalscience, KnowledgeOdia, Odia, Odisha, OdiaArticle, TrendingArticle, UpdateArticle
Richard Phynman

    ନାନୋ କଣିକା(Particles) ବହୁତ ଛୋଟ ହୋଇଥାଏ | 1 ନାନୋ ମିଟର ଅର୍ଥାତ 1 ମିଟରର 1 ବିଲିୟନ ଭାଗ ହୋଇଥାଏ | 1 ଇଞ୍ଚ 25.4 ନିୟୁତ ନାନୋ ମିଟର ହୋଇଥାଏ ଓ ନୂଆ ପେପେର sheet 1 ଲକ୍ଷ ନାନୋ ମିଟର ହୋଇଥାଏ | ଅର୍ଥାତ ଏହା ବହୁ ମାତ୍ରରେ ଛୋଟ ଆପଣ ଅନୁମାନ କରିପାରୁଥିବେ |

ନାନୋଟେକ୍ନୋଲୋଜିର ଉପକାରିତା:

     ଏହା ଏକ ଉନ୍ନତ ଟେକ୍ନୋଲୋଜି ଯାହାଦ୍ଵାରା ବହୁତ ଲାଭାଜନକ ଫଳ ମିଳିଥାଏ | ଏହି ଟେକ୍ନୋଲୋଜି ଦ୍ଵାରା ଏପରି ସୁକ୍ଷ୍ମ ଔଷଧ ତିଆରି ହୋଇପାରୁଛି ଯଦ୍ଵାରା ବହୁ କୋଷ ମଧ୍ୟରୁ କ୍ୟାନ୍ସର କୋଷ(Cancer cells)କୁ ଖୋଜିପାରୁଛି ଓ ଏହାର ଚିକତ୍ସା ବି କରିହେଇପାରୁଛି |ଏହା ଦ୍ଵାରା ଅଣୁ ସରଞ୍ଚନା(molecular assembly)କୁ ଭଲ ଭାବରେ ବୁଝିହେଉଛି | ଏହା ଦ୍ଵାରା କୌଣସି କଣିକା(Particles)କୁ ବାଳଠାରୁ ବି ଛୋଟ କରି ତିଆରି କରିହେଇପାରୁଛି ଓ ତାହାର ପ୍ରକ୍ରିୟାକରଣ କ୍ଷମତା(Processing Capasity)କୁ ବି ଉନ୍ନତ କରାହୋଇପାରୁଛି | ଏହି ଟେକ୍ନୋଲୋଜି ଉପଯୋଗକରି କୃଷିକ୍ଷେତ୍ରରେ ବ୍ୟବହୃତ ସାର ପ୍ରସ୍ତୁତ ହୋଇପାରୁଛି ଯଦ୍ଵାରା କି କୃଷି କ୍ଷେତ୍ରରେ ଉନ୍ନତି ଆଣିପାରୁଛି | ଏହି ଟେକ୍ନୋଲୋଜି ଦ୍ଵାରା କାରଖାନା ଓ ଗାଡିରୁ ନିର୍ଗତ ପ୍ରଦୂଷିତ ଧୂଆଁକୁ ବିଶୁଦ୍ଧ କରାଯାଇ ପାରୁଛି ଯଦ୍ଵାରା ବାୟୁ ପ୍ରଦୂଷଣରୁ ରକ୍ଷା ମିଳିପାରୁଛି | ଏହା ଉପଯୋଗ ଭବିଷ୍ୟତରେ ବହୁ କ୍ଷେତ୍ରରେ ହୋଇଥାଏ ଏହାକୁ ବଲବ ତିଆରିରେ ବି ଉପଯୋଗ କରାଯାଏ ଯଦ୍ଵାରା କମ ବିଜୁଳିରେ ଅଧିକ ଆଲୋକ ଉତ୍ପାଦନ ହୋଇପାରୁଛି | ଭବିଷ୍ୟତରେ ଏହାର ପ୍ରୟୋଗ ବହୁ ମାତ୍ରାରେ ବଢିବ କାରଣ ଏହାଦ୍ଵାରା କମ ଖର୍ଚରେ ଅଧିକ ଉପଯୋଗୀ ପଦାର୍ଥ ତିଆରି ହୋଇ ପାରୁଛି |
Share with your Friends..

2 Replies to “ଜାଣନ୍ତୁ ନାନୋଟେକ୍ନୋଲୋଜି (Nanotechnology) କ’ଣ ଓ ଏହାର ଉପକାରିତା |”

Leave a Reply

Your email address will not be published. Required fields are marked *