5ଜି ଟେକ୍ନୋଲୋଜି(5G Technology) କ’ଣ ?

What is 5G Technology, 5G Technology , 3G, 2G, Next Generation, New Technology, Internet , KnowledgeOdia, Trending, Update, Odia, Odisha

ଦୁନିଆରେ ବହୁ କ୍ଷେତ୍ରରେ ଟେକ୍ନୋଲୋଜି(Technology)ର ଉନ୍ନତି ହେବାରେ ଲାଗିଛି, ସେହିଭଳି ଯୋଗାଯୋଗ(Communication) କ୍ଷେତ୍ରରେ ବି ବଢ଼ିଛି । ପ୍ରଥମେ 2ଜି,3ଜି,4ଜି ଓ ବର୍ତ୍ତମାନ ନୂଆ ଟେକ୍ନୋଲୋଜି 5ଜି ଅର୍ଥାତ ପଞ୍ଚମ ପିଢ଼ି(Fifth Generation) ।ଏଫ୍.ସି.ସି(Federal Communications Commission) ଅପ୍ପଲ୍(Apple) କମ୍ପାନୀକୁ ପରବର୍ତ୍ତୀ ଜେନେରେସନ ନେଟୱର୍କ ପରୀକ୍ଷା କରିବାକୁ ଅନୁମତି ଦେଇଛି । କେବଳ ଅପ୍ପଲ୍(Apple) ନୁହେଁ ସାମସଙ୍ଗ(Samsung),ଗୁଗଲ(Google),ଫେସବୁକ୍(Facebook) ଭଳି ବଡ଼ବଡ଼ କମ୍ପାନୀ ମଧ୍ୟ ଏହି ଟେକ୍ନୋଲଜି ଉପରେ କାମ ଚଳାଇଛନ୍ତି ।

ଜିଓ(Jio) ପୂର୍ବରୁ ଆମେ ୩ଜି(3G)ର ବ୍ୟବହାର କରୁଥିଲେ । ୩ଜି ଟେକ୍ନୋଲୋଜିରେ ମୋବାଇଲ ନିକଟସ୍ଥ ଟାୱାର(Tower) ସହ ସଂଯୋଗ ହେଉଥିଲା । ଯଦ୍ଵାରା ଆପଣ କଲ(Call) ମେସେଜ(Message) ଓ ଇଣ୍ଟରନେଟ୍(Internet) ବ୍ୟବହାର କରୁଥିଲେ । ଏହା ପରେ ଆମକୁ ମିଳିଲା ୪ଜି(4G) ଯାହା ୩ଜି ଠାରୁ 5ଗୁଣ ଅଧିକ ବେଗରେ ଇଣ୍ଟରନେଟ୍(Internet) ଯୋଗାଇଲା ଓ ପରେ ଏହାକୁ ଉନ୍ନତ କରି ୪ଜି ଏଲ୍.ଟି.ଡି.(4G LTD)ରେ ପରିଣତ କରାଗଲା । ଯାହା ଆମକୁ ଆହୁରି ଭଲ ସେବା ଯୋଗାଇପାରିଲା । କିନ୍ତୁ ବର୍ତ୍ତମାନ ଉପଯୋଗକର୍ତ୍ତା(User) ବହୁମାତ୍ରାରେ ବଡ଼ିବାରେ ଲାଗିଛି ଯଦ୍ଵାରା ୪ଜି ଇଣ୍ଟରନେଟର ବେଗ(Speed) କମିବାରେ ଲାଗିଛି । ଭବିଷ୍ୟତରେ ଆମକୁ ଇଣ୍ଟରନେଟ ଚିନ୍ତାଧାରା(Internet of Thinking), ସ୍ୱୟଂଚାଳିତ(Autonomous Driving), ଭର୍ଚୁଆଲ୍ ବାସ୍ତବତା(Virtual Reality) କ୍ଷେତ୍ରରେ ଦୃତଗତି ଇଣ୍ଟରନେଟର ଆବଶ୍ୟକତା ରହିଛି । ଯିଏକି ପ୍ରତି ସେକେଣ୍ଡରେ ଜିବି(GBpS ) ଇଣ୍ଟରନେଟ୍ ବେଗ ଯୋଗାଇ ପାରୁଥିବ । ଏହା ୫ଜି ଦ୍ଵାରା ସମ୍ଭବ ହୋଇ ପାରିବ । ଏହା ୪ଜି ଏଲ୍.ଟି.ଡି.(4G LTD)ଠାରୁ ୧୦ଗୁଣ ବେଗ ଯୋଗାଇବ । ଏପରି ଦେଖିବାକୁ ଗଲେ ଆମକୁ ଏହି କ୍ଷେତ୍ରରେ ବହୁ ଉନ୍ନତି ଦେଖିବାକୁ ମିଳିବ । ଯେପରି ୫ଜି କ୍ଷେତ୍ରରେ ବ୍ୟାଣ୍ଡୱିଥ(Bandwidth) ଅଧିକ ହେବ ଯାହା ଫଳରେ ଅଧିକ ଲୋକ ସଂଯୋଗ କରିପାରିବେ ଓ ନେଟୱର୍କର ଅସୁବିଧା ରହିବନି ଇତ୍ୟାଦି ।
What is 5G Technology, 5G Technology , 3G, 2G, Next Generation, New Technology, Internet , KnowledgeOdia, Trending, Update, Odia, Odisha

5ଜି ଟେକ୍ନୋଲୋଜି(5G Technology) କ’ଣ ?

ମୁଖ୍ୟତଃ 5ଜି ନେଟୱର୍କ ୩ଭାଗରେ ବିଭକ୍ତ । ପ୍ରଥମ ମିଲିମିଟର ୱେଭ (Millimeter Wave), ଆଜି ଆମେ ଯେତେ ଉପକରଣ(Device) ବ୍ୟବହାର କରୁଛେ ସେ ସବୁ ଏକ ନିମିତ୍ତ ଆବୃତ୍ତିର ପରିସର(Frequency Range) 6 ଗିଗାହଜ଼(GHz)ରେ କାମ କରିଥାଏ । କିନ୍ତୁ ଉପକରଣ(Device) ସଂଖ୍ୟା ବଡ଼ିବା କାରଣରୁ ଏହା ଗହଳି(crowed) ହେଇଯାଇଛି । ତେଣୁ ୫ଜି ପାଇଁ ନୂଆ ସ୍ପେକ୍ଟ୍ରମ୍(Spectrum) 30-300GHz ପରିସର(Rang)ର   ବସାଇବାକୁ ପଡ଼ିବ । ଯିଏକି ମିଲିମିଟର ୱେଭ(Millimeter Wave)ରେ ପରିଚାଳିତ ହେବ । ଯାହା ଫଳରେ ବ୍ୟାଣ୍ଡୱିଥ(Bandwidth) ବଡ଼ିବ । ଅପ୍ପଲ ତାର ୫ଜି ଟେକ୍ନୋଲୋଜିକୁ 28GHz ଓ 39GHz ସ୍ପେକ୍ଟ୍ରମ୍ ଉପରେ ପରୀକ୍ଷା କରୁଛି । ଏହାର କିଛି ଦୁର୍ବଳତା ରହିଛି, ଏହା କୌଣସି କଠିନ ପଦାର୍ଥଦେଇ ଗତିକରିପାରେ ନାହିଁ ଅର୍ଥାତ୍ ଘର ଓ ବୃକ୍ଷ ଦ୍ୱାରା ଏହା ପ୍ରତିରୋଧ ହୋଇଯାଉଛି । ତେଣୁ ଦ୍ୱିତୀୟ ଟେକ୍ନୋଲୋଜିର ସ୍ମଲ ସ୍କେଲ ନେଟୱର୍କ(Small Scale Network) ଉପଯୋଗ କରାଯାଏ । ବର୍ତ୍ତମାନ ଉପକରଣ(Device)କୁ ନେଟୱର୍କ ବଡ଼ବଡ଼ ଟାୱାରରୁ ଆସୁଛି ଯଦ୍ଵାରା ଘର ଓ ବୃକ୍ଷ ଦ୍ୱାରା କ୍ଷତ ହେଉଛି ଓ ଏହି ଟେକ୍ନୋଲଜି ଦ୍ୱାରା ଆବୃତ୍ତି(Frequency)ର ଗତିକୁ ବୃଦ୍ଧି କରାଯାଇପାରିବ ଓ ଉପଯୋଗକର୍ତ୍ତା(User)କୁ ଠିକ୍ ସେବା ମିଳିପାରିବ । ବର୍ତ୍ତମାନ ସ୍ପେକ୍ଟ୍ରମ୍ ସର୍ବଦିଗ(Spectrum Omnidirectional) ହୋଇଥାଏ ଯାହାଫଳରେ ଏହା ସବୁଦିଗକୁ ସିଗନାଲ ଯୋଗାଇଥାଏ । ଯାହା ଫଳରେ ସ୍ଥାନର ଘନତ୍ଵ ବଢିଯାଏ ଓ ସିଗନାଲ(signal) ଠିକରେ ମିଳେ ନାହିଁ । ତୃତୀୟ ଟେକ୍ନୋଲୋଜି ଵିମଫୋର୍ମିଙ୍ଗ ଟେକ୍ନୋଲୋଜି(Beamforming Technology)କୁ ଉପଯୋଗକରି ନିର୍ଦ୍ଦିଷ୍ଟ ବ୍ୟବହାରକାରୀକୁ ସିଗନାଲକୁ ଠିକରେ ସ୍ଥାନାନ୍ତର କରାଯାଏ । ଯଦ୍ଵାରା ଏହା ଉନ୍ନତ ହୋଇପାରିବ ଓ ସବୁ ଲୋକଙ୍କୁ ଠିକରେ ସେବା ମିଳିପାରିବ ।

Share with your Friends..

Leave a Reply

Your email address will not be published. Required fields are marked *