ସବୁବେଳେ ସକାରାତ୍ମକ(Positive) ରୁହ |

Always be positive
ଜୀବନରେ ଆପଣ କାହାଠାରୁ ପରାମର୍ଶ ନେଉଛନ୍ତି ତାହା ଏକ ଗୁରୁତ୍ୱ ପୁର୍ଣ ଅଟେ | ସେ ଆପଣଙ୍କୁ ଠିକ ପରାମର୍ଶ ଦେଉଛିକି ନାହିଁ ତାହା ଉପରେ ନିର୍ଭର କରିଥାଏ ଯେ ସେ ପରାମର୍ଶ କେଉଁ ଭାବରେ ଦେଉଛି | ଅର୍ଥାତ ସେ ତାହାକୁ ସକାରାତ୍ମକ (Positive) ଭାବରେ ବା ନକାରାତ୍ମକ (Negative) ଭାବରେ ଦେଉଛି | ଜୀବନରେ ସମସ୍ତେ ନିଶ୍ଚିତ ଭାବରେ ପରାମର୍ଶ ନେଇଥିବେ | ଯେପରି ଅର୍ଜୁନ ଶ୍ରୀକୃଷ୍ଣ ଓ ଦୁର୍ଯ୍ୟଧନ ଶକୁନି ଠାରୁ ପରାମର୍ଶ ନେଉଥିଲା |

ଦୁଇ ବନ୍ଧୁଙ୍କ କାହାଣୀ

ସେହିପରି ଆଜି ଏକ କାହାଣୀ ଶୁଣନ୍ତୁ । ଗୋଟିଏ ସହରରେ ରାମ ଓ ଶ୍ୟାମ ଦୁଇ ଘନିଷ୍ଟ ସାଙ୍ଗ ଥିଲେ । ସେମାନେ ପିଲାଦିନରୁ ପରସ୍ପରର ଭଲ ସାଙ୍ଗ, ଏପରିକି ଦୁହେଁ ସମାନ ସ୍କୁଲରେ ଓ ସମାନ କଲେଜରେ ପଡୁଥିଲେ | ସୌଭାଗ୍ୟବଶତଃ ସମାନ କଂପାନୀରେ ମଧ୍ୟ କାମ କରୁଥିଲେ | ଥରେ ଦୁଇ ସାଙ୍ଗ ଅଫିସରୁ ଫେରିବା ସମୟରେ ଏକ ଦୁର୍ଘଟଣା ହୋଇଗଲା । ସେମାନଙ୍କୁ ସ୍ଥାନୀୟ ଲୋକ ଡାକ୍ତରଖାନାକୁ ନେଇଗଲେ । ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଗଲା | ସୌଭାଗ୍ୟବଶତଃ ଦୁଇ ସାଙ୍ଗକୁ ଗୋଟିଏ କୋଠରୀରେ ରଖାଯାଇଥିଲା ।  ରାମର ଖଟିଆ ପାଖରେ ଏକ ଝରକା ଥିଲା । ସେ ସବୁବେଳେ ଝରକା ବାହାରକୁ ଅନାଇ ହସୁଥାଏ । ଏହା ଦେଖି ଶ୍ୟାମ ପଚାରିଲା କଣ ସବୁବେଳେ ଝରକା ବାହାରକୁ ଅନାଇ ହସୁଛୁ, କଣ ଦେଖାଯାଉଛି । ରାମ କହିଲା, ଏଠାରେ ଏକ ସୁନ୍ଦର ବଗିଚା ଅଛି ଓ ସେଠାରେ  ଛୋଟ ଛୋଟ ପିଲାମାନେ ଖେଳୁଛନ୍ତି ଓ କିଛିଲୋକ ଗଛମୂଳରେ ମଜାମସ୍ତି କରୁଛନ୍ତି  । ଏହିସବୁ ଦେଖି ବହୁତ ଭଲ ଲାଗୁଛି ପରିବେଶ ବହୁତ ସୁନ୍ଦର ଲାଗୁଛି | ଏହିପରି କିଛିଦିନ ଚାଲିଲା । ରାମ ସେପରି ଝରକା ବାହାରକୁ ଅନାଉଥାଏ ଓ ଶ୍ୟାମ ପଚାରିଲେ ଏହିପରି ଉତ୍ତର ଦିଏ । ଏହା ଭିତରେ ଧୀରେ ଧୀରେ ଶ୍ୟାମ ମନରେ ରାମ ପ୍ରତି ଘୃଣା ଓ ଇର୍ଷା ଭାବ ଜାଗ୍ରତ ହେଲା, ସେ ସବୁବେଳେ ଝରକା  ପାଖରେ ସୁନ୍ଦର ଦୃଶ୍ୟ ଉପଭୋଗ କରୁଛ ଆଉ ମୁଁ ଏପଟେ କେବଳ ଶୂନ୍ୟ କାନ୍ଥକୁ ଦେଖୁଛି । ଏପରି ମୁଁ କୋଠରୀରେ ବସି ବିରକ୍ତ ହେଉଛି ଓ ସେ ସେଠାରେ ସୁନ୍ଦର ଦୃଶ୍ୟର ମଜା ନେଉଛି | ମୁ ବି ଯଦି ସେଇ ଝରକା ପାଖରେ ବସିଥାନ୍ତି ଏହିପରି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିଥାନ୍ତି |
ଏହିପରି କିଛିଦିନ ଚାଲିଲା ଓ ଦିନେ ରାତିରେ ରାମକୁ ଛାତିରେ ଯନ୍ତ୍ରଣା ହେଲା, ସେତେବେଳେ ଶ୍ୟାମର ନିଦ ଭାଙ୍ଗିଗଲା | କିନ୍ତୁ ସେ ନଶୁଣି ନିଶ୍ଚିନ୍ତରେ ରହିଲା | ଠିକ ସମୟରେ ଚିକତ୍ସା ନମିଳିବାରୁ ରାମର ମୃତୁ ହେଇଗଲା | ଡାକ୍ତରଖାନା କର୍ମଚାରୀ ମାନେ ରାମର ମର ଶରୀରକୁ ବାହାର କରିବାକୁ ଆସିଲେ | ସେତେବେଳେ ଶ୍ୟାମ ନିଜ ଖଟିଆକୁ ଝରକା ନିକଟ ଖଟିଆ କୁ ସ୍ଥାନାନ୍ତର କରିବାକୁ ନିବେଦନ କଲା | ସେମାନେ ତାକୁ ଝରକା ପାଖ ଖଟିଆକୁ ସ୍ଥାନାନ୍ତର କରିଦେଲେ | ସେ ଖୁସିଥିଲା ଯେ ସେ ଯେଉଁ ସ୍ଥାନକୁ ଆସିବାକୁ ଚାହୁଁଥିଲା ସେଠାକୁ ସେ ଆସି ସାରିଥିଲା | ସେ ସେଠାରେ ପହଞ୍ଚି ଝରକା ବାହାରକୁ ଦେଖିଲା |ସେ ଝରକା ବାହାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା | ସେହି ଝରକା ବାହାରେ କିଛି ନଥିଲା ଏଠାରେ କେବଳ ଏକ କାନ୍ଥ ଥିଲା | ରାମ ତାକୁ ଭଲ କଥା କହି ସକାରାତ୍ମକ ଭାବନା ସୃଷ୍ଟି କରୁଥିଲା କିନ୍ତୁ ଶ୍ୟାମ ତାକୁ ଘୃଣା କରୁଥିଲା | ତେଣୁ ସବୁବେଳେ ସକାରାତ୍ମକ(Positive) ଭାବନାରେ ରୁହ ସବୁବେଳେ ଭଲ ହେବ | ଆଜି ଯଦି ଶ୍ୟାମ ସକାରାତ୍ମକ ଭାବନାରେ ଥାଆନ୍ତା ତେବେ ତାର ପ୍ରିୟ ସାଙ୍ଗ ବଞ୍ଚିଥାନ୍ତା | ସବୁବେଳେ ସକାରାତ୍ମକ(Positive) ପରିବେଶ ସୃଷ୍ଟି କରନ୍ତୁ ଯାହା ଆପଣଙ୍କୁ ସୁଦ୍ଧ ଓ ଜୀବନରେ ଖୁସି ଭରିଦେବ |

One Reply to “ସବୁବେଳେ ସକାରାତ୍ମକ(Positive) ରୁହ |”

Leave a Reply

Your email address will not be published. Required fields are marked *