ଜାଣନ୍ତୁ  ଡ଼. ବି  ଆର. ଆମ୍ବେଦକର(Dr  Br  Ambedkar)ଙ୍କ ବିଷୟରେ |

Dr Br Ambedkar, dr br ambedkar biography, dr ambedkar history, dr babasaheb ambedkar information, Biography, KnowledgeOdia, Odisha, Odia Article, Freedom Fighter, Minister, Economics, Writter
 
ମନୁଷ୍ୟକୁ ଦାସ(Slave)କରି ହଜାର ହଜାର ଲୋକ ରାଜା ହୋଇଛନ୍ତି କିନ୍ତୁ ଆଜି ଆମେ ଜାଣିବା ଏମିତି ଏକ ବ୍ୟକ୍ତିତ୍ୱ(Dr Br Ambedkar), ଯିଏକି ଦାସମାନଙ୍କୁ ମନୁଷ୍ୟ କରିଛନ୍ତି ଓ ସେମାନଙ୍କୁ ତାଙ୍କର ଅଧିକାର ଦେଇଛନ୍ତି | ସେ ସମାନତାର ପ୍ରତୀକ ତଥା ଡ. ବାବୁସାହେବ ଭୀମରାଓ ଆମ୍ବେଦକର(Dr. Babusaheb Bhimrao Ambedkar), ଯିଏକି ଭାରତର ସମ୍ବିଧାନ(Constitution) ଗଠନ କରିଥିଲେ | ଗରିବ, ଦଳିତ ଓ ମହିଳା ମାନଙ୍କୁ ତାଙ୍କର ଅଧିକାର ଦେଇଥିଲେ ଓ ସମାଜରୁ ସମସ୍ତ କୁନୀତି ଓ ଅନ୍ଧବିଶ୍ୱାସ ଯାହା ମନୁଷ୍ୟ ସମାଜର ହିତରେ ନଥିଲା ତାକୁ ସମାପ୍ତ କରିଥିଲେ | ତାଙ୍କର ମତ ଥିଲା “ଆମେ ଏମିତି ଏକ ଧର୍ମକୁ ମାନିବା ଦରକାର ଯାହା ସ୍ୱତନ୍ତ୍ରତା, ସମାନତା ଓ ଭାଇଚାରାର ଶିକ୍ଷା ଦେଉଥିବ” | କିନ୍ତୁ ଏତେ ବଡ଼ ମହାନ ବ୍ୟକ୍ତିଙ୍କ ଆରମ୍ଭ ଦିନ ମାନଙ୍କରେ ଜାତିଭେଦକୁ ନେଇ ବହୁତ ଅତ୍ୟାଚାର ସମ୍ଭାଳିବାକୁ ପଡିଥିଲା | କିନ୍ତୁ ସେ ଏମିତି ଏକ ବ୍ୟକ୍ତି ଯିଏକି ନିଜ ଅତ୍ୟାଚାର ଓ ଅପମାନକୁ ଭୁଲି ନିଜ ଜୀବନକୁ ଆଗକୁ ନେଇଥିଲେ |

ଡ଼. ବି  ଆର. ଆମ୍ବେଦକର(Dr Br Ambedkar)ଙ୍କର ସଂଘର୍ଷ ଯାତ୍ରା

ତାଙ୍କ ଜନ୍ମ 14 ଏପ୍ରିଲ 1891ରେ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହଉ(Mhow) ଗ୍ରାମରେ ହୋଇଥିଲା | ତାଙ୍କ ପିତାଙ୍କ ନାମ ରାମଜୀ ସେକପଲ(Ramji Sekpal) ଏବଂ ମାତାଙ୍କ ନାମ ଭୀମାବାଇ(Bhimabai) ଥିଲା | ତାଙ୍କ ପିତା ଭାରତୀୟ ସେନାରେ ରହି ଦେଶସେବା କରୁଥିଲେ | ନିଜର କାର୍ଯ୍ୟାନିଷ୍ଠାରେ ସେନାର ସୁବେଦାର ପଦ ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ | ରାମଜୀ ତାଙ୍କ ପିଲାମାନଙ୍କୁ ପାଠପଢା ଓ କଠିନ ପରିଶ୍ରମ ପାଇଁ ପ୍ରୋତ୍ସାହନ ଦେଉଥିଲେ, ଯାହାଫଳରେ ଆମ୍ବେଦକରଙ୍କୁ ପିଲାବେଳୁ ପାଠପଢା ପ୍ରତି ଆଗ୍ରହ ଥିଲା | କିନ୍ତୁ ସେ ମହର ଜାତିର ଥିଲେ ଯାହାକୁ ସେତେବେଳେ  ଅଛୁଆଁ ଜାତି କହୁଥିଲେ ଅର୍ଥାତ ନୀଚ ଜାତିର ଲୋକ ଯଦି କୌଣସି ବସ୍ତୁକୁ ସ୍ପର୍ଶ କରୁଥିଲା ତେବେ ତାହାକୁ ଅପବିତ୍ର ମାନୁଥିଲେ ଏବଂ ଉନ୍ନତ ଜାତିର ଲୋକମାନେ ଏହାକୁ ବ୍ୟବହାର କରୁନଥିଲେ | ଏହି କାରଣରୁ ନୀଚ୍ଚ ଜାତିର ପିଲାମାନେ ପାଠ ପଢିବାକୁ ବିଦ୍ୟାଳୟ ବି ଯାଇପାରୁନଥିଲେ |  କିନ୍ତୁ ସୌଭାଗ୍ୟ ବଶତଃ ସରକାର ସେନାରେ କାମକରୁଥିବା କର୍ମଚାରୀଙ୍କ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଓ ଏଥିପାଇଁ ଆମ୍ବେଦକରଙ୍କ ପାଠପଢା ଆରମ୍ଭ ହୋଇପାରିଥିଲା | ସ୍କୁଲରେ ପାଠ ପଢ଼ାରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଆମ୍ବେଦକର ଓ ନୀଚ୍ଚ ଜାତିର ପିଲାମାନଙ୍କୁ ବାହାରେ କିମ୍ବା ଶ୍ରେଣୀରେ ଅଲଗା ବସାଯାଉଥିଲା ଓ ସେଠାରେ ଶିକ୍ଷକମାନେ ତାଙ୍କ ଉପରେ ଧ୍ୟାନ ମଧ୍ୟ ଦେଉନଥିଲେ | ଏପରିବି ହେଉଥିଲା ଯେ ପାଣି ପିଇବା ପାଇଁ  ନଳକୂପକୁ ଛୁଇଁବା ବି ମନାଥିଲା, ତେଣୁ ଚପରାଶୀ ଆସି ତାଙ୍କୁ ଦୂରରୁ ପାଣି ଦେଉଥିଲା | ଚପରାଶି ନଥିଲେ ବିନା ପାଣିରେ ରହିବାକୁ ପଡୁଥିଲା | ଅର୍ଥାତ ଜଣା ପଡୁଥିଲା ଯେ ଏହା କିପରି କଠିନ ଥିଲା | ଏପରି ପରିସ୍ଥିତିରେ କେଉଁ ପିଲା ପାଠ ପଢିବାକୁ ପସନ୍ଦ କରିବେ |

ଡ଼. ବି  ଆର. ଆମ୍ବେଦକର(Dr Br Ambedkar)ଙ୍କ ଶିକ୍ଷା ଓ ସଫଳତା 

Dr Br Ambedkar , dr br ambedkar biography, dr ambedkar history, dr babasaheb ambedkar information, Biography, KnowledgeOdia, Odisha, Odia Article, Freedom Fighter, Minister, Economics, Writter
 
1894 ରେ ରାମଜୀ ଙ୍କ ବାପା ଅବସର ପ୍ରାପ୍ତ ହେଲାପରେ ମହାରାଷ୍ଟ୍ରର ସାତାରା ଜାଗାକୁ ଚାଲିଯାଇଥିଲେ | କେବଳ ସାତାରା ଆସିବାର 2 ବର୍ଷପରେ ଆମ୍ବେଦକରଙ୍କ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା | ପରେ ତାଙ୍କର ପିଉସୀ ମୀରାବାଈ କଠିନ ପରିସ୍ଥିତିରେ ତାଙ୍କର ଦେଖାଶୁଣା କରୁଥିଲେ | ରାମଜୀ ଓ  ଭିମାବାଇଙ୍କ 14 ପିଲାଙ୍କ ମଧ୍ୟରୁ କେବଳ ତିନି ପୁଅ ବଳରାମ, ଅରବିନ୍ଦରାୟ, ଭୀମରାଓ  ଏବଂ ତିନି ଝିଅ ମଞ୍ଜୁଲା, ଗଙ୍ଗା ଓ ତୁଳସୀ ଏହିପରି କଠିନ ପରିସ୍ଥିତିରେ ବଂଚିପାରିଥିଲେ | ରାମଜୀଙ୍କ ସବୁ ପିଲାମାନଠାରୁ କେବଳ ଆମ୍ବେଦକର ହିଁ ସମାଜର ଚାଲିଚଳନକୁ ଅଣଦେଖା କରି ଆଗକୁ ବାଢ଼ିଥିଲେ | 1897 ରେ ଆମ୍ବେଦକର ବମ୍ବେର ଏଲଫିନଷ୍ଟୋନ ଉଚ୍ଚ ବିଦ୍ୟାଳୟ (Elphinstone High School)ରେ ନାମଲେଖାଇଥିଲେ ଓ ସେହି ବିଦ୍ୟାଳୟରେ ଛୋଟ ଜାତିର ପ୍ରଥମ ଛାତ୍ର ହୋଇଥିଲେ | 1907ରେ ଆମ୍ବେଦକର ହାଇସ୍କୁଲ ପରୀକ୍ଷା ପାସ କରିଥିଲେ | ଏହି ସଫଳତା ଦେଖି ତାଙ୍କ ଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା, କାହିଁକିନା ସେତେବେଳ ହାଇସ୍କୁଲ ପାସ୍ କରିବା ବହୁତ ବଡ଼କଥା ଥିଲା ଓ ସେ ଜଣେ ନୀଚ୍ଚ ଜାତିର ଥିଲେ | ଏହି ସଫଳତା ଦେଖି ଅର୍ଜୁନ କେଲୁସ୍କର ନିଜର ରଚିତ ପୁସ୍ତକ ଗୌତମ ବୁଦ୍ଧଙ୍କ ଜୀବନୀ ପୁରସ୍କାର ରୂପରେ ଦେଇଥିଲେ | କେଲୁସ୍କର ମରାଠା ସାହିତ୍ୟର ଜଣେ ଜ୍ଞାନୀ ଥିଲେ | ଏହିପରି ନିଜର ସଫଳତା ଲାଭକାରୀ 1912ରେ ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞାନ କ୍ଷେତ୍ରରେ ଡ଼ିଗ୍ରୀ କରିଥିଲେ ଏବଂ 1913ରେ ଛାତ୍ରବୃତ୍ତି(Scholarship) ପ୍ରାପ୍ତକରି ପିଜି(PG) ପାଇଁ ଆମେରିକା ଯାଇଥିଲେ |
1915ରେ କଲମ୍ବିଆ ୟୁନିଭେର୍ସିଟି ରେ ଏମ.ଏ.(MA) ଡ଼ିଗ୍ରୀ ଲାଭକରିଥିଲେ | 1916ରେ ତାଙ୍କର ଏକ ଗବେଷଣା ପାଇଁ ତାଙ୍କୁ ପି.ଏଚ.ଡି.(PhD) ସମ୍ମାନୀତ କରାଗଲା | ଏହି ଗବେଷଣାର ପୁସ୍ତକକୁ ‘ବ୍ରିଟିଶ ଭାରତରେ ପ୍ରାଦେଶିକ ଆର୍ଥିକର ବିବର୍ତ୍ତନ'(Evolution of Provincial Financial in British India) ନାମରେ ପ୍ରକାଶିତ କରିଥିଲେ | ନିଜର ଡ଼ଃ ଉପାଧି ପରେ ସେ ଲଣ୍ଡନ ଯାଇଥିଲେ ଓ ସେଠାରେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ (London School of Economics)ରେ ଆଇନ ଓ ଅର୍ଥଶାସ୍ତ୍ରରେ ପାଠପଢା ପାଇଁ ନାମ ଲେଖାଇଥିଲେ | ପରେ ତାଙ୍କର ଛାତ୍ରବୃତ୍ତି ସରିବା କାରଣରୁ ପାଠପଢା ଅଧାରୁ ଛାଡି ଭାରତ ଫେରିଆସିବାକୁ ପଡିଥିଲା | ଏଠାରେ ସେ କିରାଣୀ(Clerk) ଓ ଆକାଉଣ୍ଟାଣ୍ଟ(Accountant) ପରି ବହୁ ଚାକିରୀରେ କାମକରିଥିଲେ | 1920 ନିଜର ସଂଚିତ ଅର୍ଥ ଓ ନିଜ ସାଙ୍ଗର ଅର୍ଥ ମିଶାଇ ପୁଣି ସେ ଲଣ୍ଡନ ଯାଇଥିଲେ | 1923ରେ ନିଜ ଗବେଷଣା ‘Problem of Rupee’ ଅର୍ଥାତ ‘ରୂପିର ସମସ୍ୟା’କୁ ସମ୍ପୂର୍ଣ କରିଥିଲେ | ଲଣ୍ଡନ ୟୁନିଭେର୍ସିଟି ଦ୍ଵାରା ଡ଼ଃ ଅଫ ସାଇନ୍ସ (Dr. of Science)ର ଉପାଧି ଦିଆଯାଇଥିଲା |

ଡ଼. ବି  ଆର. ଆମ୍ବେଦକର(Dr Br Ambedkar) ସ୍ୱାଧୀନତା ସଂଗ୍ରାମୀ 

ଏହାପରେ ନିଜ ଜୀବନକୁ ସମାଜ ସେବାରେ ସମର୍ପଣ କରିଦେଇଥିଲେ | ଭାରତ ସ୍ୱାଧୀନତାର ବହୁ ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ | ଦଳିତ ଓ ନୀଚ ଜାତିକୁ ନିଜର ଅଧିକାର ଓ ଭାରତକୁ ସ୍ୱାଧୀନ ଦେବା ପାଇଁ ବହୁ ପ୍ରଭାବଶାଳୀ ପୁସ୍ତକ ରଚନା କରିଥିଲେ | 1926 ବମ୍ବେ ବିଧାନ ପରିଷଦର ସଦସ୍ୟ ହୋଇଥିଲେ | 13 ଅକ୍ଟୋବର 1935ରେ ତାଙ୍କୁ ସରକାରୀ ଆଇନ କଲେଜର ପ୍ରିନସିପାଲ(Principal)ରେ ନିଯୁକ୍ତି କରାଯାଇଥିଲା ଓ ସେ ଏହି ପଦବୀରେ ଦୁଇବର୍ଷ ପର୍ଯ୍ୟନ୍ତ କାମ କରିଥିଲେ | 1936 ରେ ସ୍ୱତନ୍ତ୍ର ପାର୍ଟିର ସ୍ଥାପନା କରିଥିଲେ ଯିଏକି 1937ରେ କେନ୍ଦ୍ରୀୟ ବିଧାନସଭା ଭୋଟରେ 15ଟି ସ୍ଥାନ ଜିତିଥିଲେ | 1941ରୁ 1945 ମଧ୍ୟରେ ବହୁ ବିବାଦୀୟ ପୁସ୍ତକ ରଚନା କରିଥିଲେ | ଏଥି ମଧ୍ୟରୁ ପାକିସ୍ତାନର ଚିନ୍ତା(Thought of Pakistan) ଅନ୍ୟତମ, ଯେଉଁଥିରେ ସେ ମୁସଲମାନ ମାନଙ୍କର ଅଲଗା ଦେଶ ପାକିସ୍ଥାନ ଗଠନକୁ ବିରୋଧ କରିଥିଲେ | ସେ ଭାରତକୁ ଏକତ୍ର ଦେଖିବାକୁ ସ୍ବପ୍ନ ଦେଖିଥିଲେ ତେଣୁ ଯେଉଁ ନେତା ମାନେ ଭାରତ ବିଭାଜନକୁ ପ୍ରୋତ୍ସାହନ ଦେଉଥିଲେ ସେମାନଙ୍କୁ ଘୋର ବିରୋଧ କରୁଥିଲେ | 
 
15 ଅଗଷ୍ଟ 1947ରେ ଭାରତ ସ୍ୱାଧୀନତା ପ୍ରାପ୍ତ କରିବାପରେ ସେ ଭାରତର ପ୍ରଥମ ଆଇନମନ୍ତ୍ରୀ ହୋଇଥିଲେ | ନିଜର ଅସୁସ୍ଥତା କାରଣରୁ ମଧ୍ୟ ଏକ ଶ୍ରେଷ୍ଠ ଓ ଶକ୍ତିଶାଳୀ ଆଇନ ର ରଚନା କରିଥିଲେ | ଏବଂ ତାଙ୍କ ଦ୍ୱାରା ରଚିତ ଆଇନକୁ 26 ଜାନୁୟାରୀ 1950ରେ କାର୍ଯ୍ୟକାରୀ କରାଯାଇଥିଲା | ତାଙ୍କର ନିର୍ଦ୍ଦେଷ ରେ ଭାରତୀୟ ରିସର୍ଭ ବ୍ୟାଙ୍କ ର ସ୍ଥାପନ କରାଯାଇଥିଲା | ଦିନକୁ ଦିନ ଏହିପରି ରାଜନୀତିର ସଂଘର୍ଷକୁ ନେଇ ତାଙ୍କର ଶରୀର ଆହୁରି ଅସୁସ୍ଥ ହୋଇଯାଇଥିଲା ଓ 6 ଡିସେମ୍ବର 1956ରେ ମୃତୁବରଣ କରିଥିଲେ | ଏହା ପୂର୍ବରୁ ସେ ସମାଜର ଚିନ୍ତାଧାରାକୁ ବହୁ ମାତ୍ରାରେ ପରିବର୍ତନ କରିଦେଇଥିଲେ | ଦଳିତ ଓ ମହିଳା ଙ୍କୁ ତାଙ୍କର ସ୍ୱାଧୀନତା ମିଳିଯାଇଥିଲା | ଆମ ଦେଶ ପାଇଁ ଯାହା କିଛି କରିଯାଇଛନ୍ତି ତାହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ  |

ଜାଣନ୍ତୁ ୱିପ୍ରୋ(Wipro) କମ୍ପାନୀର ଅଧ୍ୟକ୍ଷ(Chairman) ଅଜିମ୍ ପ୍ରେମଜୀ(Azim Premji)ଙ୍କ ବିଷୟରେ.
Share with your friends..

Leave a Reply

Your email address will not be published. Required fields are marked *