ଆଣ୍ଟିଡୋଟ୍ (Antidote) ଓ ଭେକସିନ(Vaccine) କ’ଣ ଏବଂ ଏହା କିପରି ପ୍ରସ୍ତୁତ କରାଯାଏ ?

ଆଣ୍ଟିଡୋଟ୍ (Antidote) ଓ ଭେକସିନ(Vaccine) କ'ଣ ଏବଂ ଏହା କିପରି ପ୍ରସ୍ତୁତ କରାଯାଏ ?, What is Antidote and Vaccine and how is it made ?, KnowledgeOdia, Science and Technology, Antidote, Vaccine
କିଛି ଜାଣତରେ ଓ କିଛି ଅଜାଣତରେ ଏମିତି କିଛି ଡ୍ରଗ୍ସ(Drugs)ର ସେବନ କରିଥାନ୍ତି, ଯାହା ଶରୀରପ୍ରତି କ୍ଷତିକାରକ ହୋଇଥାଏ ଏବଂ ଏହାକୁ ଠିକ ସମୟରେ ଠିକ ନକରାଯାଏ ତେବେ ଏହା ମୃତୁର କାରଣ ବି ହୋଇପାରେ | ଏହିପରି ବିଷ(Poison) କୁ ବାହାର କରିବା ପାଇଁ ଆଣ୍ଟିଡୋଟ୍ (Antidote) ବା ବିଷ ନିରୋଧକ ଔଷଧର ବ୍ୟବହାର କରାଯାଏ ଏବଂ କିଛି ରୋଗର ଉପକାର ପାଇଁ ଟିକା ବା ଭେକସିନ(Vaccine)ର ବି ବ୍ୟବହାର କରାଯାଏ ଏବଂ ଏବଂ ଆପଣ କେବେ ନା କେବେ ଟୀକାକରଣ(Vaccination) କରିଥିବେ | ଏହି ଆଣ୍ଟିଡୋଟ୍ ଓ ଟୀକା ବା ଭେକସିନ କ’ଣ ଓ ଏହା କିପରି କାମ କରିଥାଏ ଆସନ୍ତୁ ଜାଣିବା |
 

ଆଣ୍ଟିଡୋଟ୍ (Antidote) କ’ଣ ?

ଆଣ୍ଟିଡୋଟ୍ (Antidote) ଅର୍ଥାତ୍ ବିଷନାଶକ ଔଷଧ ଓ ପ୍ରତିକାର ହୋଇଥାଏ, ବିଷ(Poison)ଏମିତିକା ପଦାର୍ଥ ଯାହାଦ୍ଵାରା ମନୁଷ୍ୟ ଶରୀରରେ କୌଣସି ଅଂଶକୁ ନଷ୍ଟ କରିଦେଇଥାଏ ଏବଂ ଜୀବନବି ନେଇପାରେ । ଏହା ପ୍ରକୃତି ଓ ପରିମାଣ ଉପରେ ନିର୍ଭର କରିଥାଏ କି ଏହା କେତେ ଘାତକ ହୋଇପାରେ । ଆଣ୍ଟିଡୋଟ୍ ଏକ ପ୍ରତିକାରକ ମାଧ୍ୟମ ହୋଇଥାଏ, ଯିଏକି ବିଷକୁ ନଷ୍ଟକରିବା କାମ କରିଥାଏ ।
ଜାଣତ କିମ୍ବା ଅଜାଣତରେ ଆମ ଶରୀରକୁ ବହୁ କ୍ଷତିକାରକ ପଦାର୍ଥ ଆସିଥାଏ , ଯାହା ଶରୀରର କୌଣସି ବି ଅଙ୍ଗକୁ କ୍ଷତି ପହଞ୍ଚାଇ ପାରେ । ଆଣ୍ଟିଡୋଟ୍ ସାହାର୍ଯ୍ୟରେ ଏହାର ପ୍ରଭାବକୁ କମ୍ କରାଯାଏ ବା ନଷ୍ଟକରାଯାଏ । ଏହା ଏପରି ଏକ ରସାୟିକ ପଦାର୍ଥ ଯାହା କ୍ଷତିକାରକ ପ୍ରତିକ୍ରିୟାକୁ ରୋକିଥାଏ । ଏହା ଫଳରେ କ୍ଷତିକାରକ ପଦାର୍ଥ ରକ୍ତରେ ମିଶି ନଥାଏ ଓ ଏହାର ପାର୍ଶ୍ଵ ପ୍ରତିକ୍ରିୟା ରୋକାଯାଏ । ଏହାକୁ ଆମେ ଏକ ଉଦାହରଣ ଦ୍ଵାରା ବୁଝିବା । ଆକ୍ଟିଭେଟେଡ଼ ଚାରକୋଲ (Activated Charcoal), ୟୁନିଭର୍ସାଲ୍ ଆଣ୍ଟିଡୋଟ୍ (Universal Antidote) ହୋଇଥାଏ, କୌଣସି ବ୍ୟକ୍ତି କ୍ଷତିକାରକ ପଦାର୍ଥ କିମ୍ବା ବିଷ ସେବନ କରିଥାଏ ତେବେ ଏହି ବିଷ ରକ୍ତରେ ନ ମିଶି ବା ପାଇଁ ଏହି ଆଣ୍ଟିଡୋଟ୍ ଦିଆଯାଏ । ଏହାପରେ ବାନ୍ତି ଦ୍ଵାରା ଏହି ବିଷକୁ ବାହାର କରିଦିଆଯାଏ । ଏହିପରି ବହୁ ଆଣ୍ଟିଡୋଟ୍ ହୋଇଥାଏ ଯାହାକୁ ବିଭିନ୍ନ ବିଷକୁ ରୋକିବପାଇଁ ବ୍ୟବହାର କରାଯାଏ । ଯେପରି ଚାରକୋଲ(Charcoal), ଆଟ୍ରୋପାଇନ୍ (Atropine), ସୋଡିୟମ୍ କାର୍ବୋନାଟ୍ (Sodium Carbonate) or ଭିଟାମିନ୍ କେ (Vitamin K)କୁ ବ୍ୟବହାର କରାଯାଏ ।

ଆଣ୍ଟିଡୋଟ୍ (Antidote) ୪ ପ୍ରକାରର ହୋଇଥାଏ ।

  1. ଫିଜିଓଲୋଜିକ୍ ଆଣ୍ଟିଡୋଟ୍ (Physiologic Antidote) :- ଏହି ଆଣ୍ଟିଡୋଟ୍ ଶରୀରର କ୍ଷତିକାରକ ପଦାର୍ଥକୁ ସିଧାସଳଖ ନଷ୍ଟ କରିନଥାଏ । ଏହା ଶରୀରର ଅଙ୍ଗକୁ ଏପରି ଭାବରେ ପରିବର୍ତ୍ତନ କରିଥାଏ ଯେ ଏହା ବିଷର ପ୍ରକ୍ରିୟାକୁ ରୋକିପରିବ । ଯେପରି ସୋଡିୟମ୍ ନାଇଟ୍ରାଇଟ୍ (Sodium Nitrite), ସାଇନାଇଡ୍ (Cyanide) ବିଷାକ୍ତ ପ୍ରକ୍ରିୟାରେ  ଆଣ୍ଟିଡୋଟ୍ ଭାବରେ ଦିଆଯାଏ । ଏହା ହେମୋଗ୍ଲୋବିନ୍(Haemoglobin)କୁ ମିଥେମୋଗ୍ଲୋବିନ୍(Methemoglobin)ରେ ପରିଣତ କରିଦିଏ । ଯିଏକି ସାଇନାଇଡ୍ (Cyanide) ସହ ମିଶି ଅଣ-ବିଷାକ୍ତ ସାଇନାଇଡ୍ (Non-toxic Cyanide) ତିଆରି ହୋଇଥାଏ ଓ ଏହିପରି ବିଷାକ୍ତ ପ୍ରକ୍ରିୟାକୁ ନଷ୍ଟ କରାଇଯାଇଥାଏ ।
  2. କେମିକାଲ ଆଣ୍ଟିଡୋଟ୍ (Chemical Antidote) :- ଏହି ଆଣ୍ଟିଡୋଟ୍ କ୍ଷତିକାରକ ପଦାର୍ଥକୁ ସିଧସଳଖ ନଷ୍ଟ କରିଦେଇଥାଏ । ଏହା ରାସାୟନିକ ପ୍ରକ୍ରିୟାକୁ ପରିବର୍ତ୍ତନ କରିଥାଏ ଯାହା ଦ୍ଵାରା ବିଷର ପ୍ରଭାବ କମିଯାଇଥାଏ । ଯେପରି ସୋଡିୟମ୍ ଥାଇଓସଲଫେଟ୍ (Sodium Thiosulfate) ଯିଏକି ବିଷାକ୍ତ ସାଇନାଇଡ୍ (Toxic Cyanide) କୁ ଅଣ-ବିଷାକ୍ତ ଥାଇଓସାଇନେଟ (Non-toxic Thiocyanate) ରେ ପରିବର୍ତ୍ତନ କରିଥାଏ ଓ ଏହିପରି ରାସାୟନିକ ପଦାର୍ଥର ପ୍ରଭାବ କମିଯାଏ ।
  3. ମେକାନିକାଲ ଆଣ୍ଟିଡୋଟ୍ (Mechanical Antidote) :- ଏହା ରକ୍ତରେ ମିଶିବାକୁ ରୋକିବାରେ ବ୍ୟବହାର କରାଯାଏ | ଯେପରି ଆକ୍ଟିଭେଟେଡ଼ ଚାରକୋଲ (Activated Charcoal), ଯିଏକି ପାକସ୍ଥଳୀରେ ଥିବା ବିଷକୁ ଶୋଷଣ କରିଦିଏ | ଯାହାଦ୍ଵାରା ବିଷ ରକ୍ତରେ ମିଶିପାରେ ନାହିଁ |
  4. ୟୁନିଭର୍ସାଲ୍ ଆଣ୍ଟିଡୋଟ୍ (Universal Antidote) :- ଯଦି ବିଷର ସଠିକ ତଥ୍ୟ ନଥାଏ, ତେବେ ତେବେ ଏହି ପ୍ରକାରର ଆଣ୍ଟିଡୋଟର ବ୍ୟବହାର କରାଯାଏ |ଏହା ବହୁ ରାସାୟନିକ ପଦାର୍ଥର ମିଶ୍ରଣ ଅଟେ | ଆକ୍ଟିଭେଟେଡ଼ ଚାରକୋଲ (Activated Charcoal)କୁ ବହୁ ପ୍ରକାରର ବିଷର ପ୍ରତିକ୍ରିୟାକୁ ରୋକିବାରେ ବ୍ୟବହାର କରାଯାଏ | ତେଣୁ ଏହାକୁ ମେକାନିକାଲ ଆଣ୍ଟିଡୋଟ୍ ସହ ୟୁନିଭର୍ସାଲ୍ ଆଣ୍ଟିଡୋଟ୍ ମଧ୍ୟ କୁହାଯାଏ |
ଆଣ୍ଟିଡୋଟ୍ (Antidote) ଓ ଭେକସିନ(Vaccine) କ'ଣ ଏବଂ ଏହା କିପରି ପ୍ରସ୍ତୁତ କରାଯାଏ ? What is Antidote and Vaccine and how is it made?, Antidote, Vaccine

ଟିକା ବା ଭେକସିନ(Vaccine) କଣ ?

ପ୍ରଥମେ 1796ରେ ଏଡୱାର୍ଡ ଜେନେର୍ (Edward Jenner) ଟୀକାର ଉଦ୍ଭାବନରେ ସଫଳ ହୋଇଥିଲେ, ଯାହା ବସନ୍ତର ଟୀକା ଥିଲା | ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥାଏ ଯାହା ଆମ ଶରୀରକୁ ଜୀବାଣୁ କିମ୍ବା ଭୁତାଣୁ ଜନିତ ରୋଗର ସଂକ୍ରମଣରୁ ରୋକିଥାଏ | ଏହା ଶରୀରରେ ପ୍ରଥମେ ଆଣ୍ଟିବଡ଼ି(Antibody) ତିଆରି କରିଥାଏ ଯାହା ଏହିପରି କ୍ଷତିକାରକ ଜୀବାଣୁ ଓ ଭୁତାଣୁକୁ ନଷ୍ଟ କରିଥାଏ | ବେଳେ ବେଳେ ଏହିପରି ସଂକ୍ରମଣରୁ ରକ୍ଷା କରିବାପାଇଁ ଆମ ରୋଗପ୍ରତିଷେଧକ ଶକ୍ତି ସକ୍ଷମ ହୋଇନଥାଏ |  ଏହି ସମୟରେ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଓ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ପାଇଁ ଟୀକା (Vaccine)ର ବ୍ୟବହାର କରଯାଏ |ଏହି ଟୀକା ଶରୀରକୁ ଜୀବାଣୁ ଓ ଭୁତାଣୁ ସଂକ୍ରମଣରୁ ରକ୍ଷା କରିଥାଏ ଓ ଆମ ରୋଗ ପ୍ରତିଷେଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ | ଏହି ଟୀକା ଦେବାପରେ, ଯଦି ଶରୀରକୁ କ୍ଷତିକାରକ ଜୀବାଣୁ ଓ ଭୁତାଣୁ ଆକ୍ରମଣ କରିଥାଏ ତେବେ ରୋଗ ପ୍ରତିଷେଧକ ଶକ୍ତି ଏହାକୁ ଜାଣିପାରିଥାଏ | ଏହାପରେ ଆଣ୍ଟିବଡ଼ି ତିଆରିକରି ଏହିପରି କ୍ଷତିକାରକ ଜୀବାଣୁ ଓ ଭୁତାଣୁକୁ ନଷ୍ଟ କରିଦେଇଥାଏ | କିନ୍ତୁ ବୟସ ଅନୁସାରେ ଭିନ୍ନ ଭିନ୍ନ ଟୀକା ଦିଆଯାଇଥାଏ  | ବହୁ କ୍ଷତିକାରକ ରୋଗ ପାଇଁ ଟୀକାର ବ୍ୟବହାର କରାଯାଏ, ଯେପରି ହାଡଫୁଟି(Chicken Pox), ଡିଫଥେରିଆ(Diphtheria), ଫ୍ଲୁ (Flu), ହେପାଟାଇଟିସ୍ ଏ (Hepatitis A), ହେପାଟାଇଟିସ୍ ବି (Hepatitis B), ମିଳିମିଳା(Measles), ପୋଲିଓ (Polio) ଏବଂ ଲହରା କାଶ (Whooping Cough) | କେତେକ ରୋଗପାଇଁ ଟୀକା ଆବଶ୍ୟକତା ହୁଏ ନାହିଁ କିନ୍ତୁ ପରବର୍ତୀ ସମୟରେ ଏହାର ଆବଶ୍ୟକତା ପଡିପାରେ | ଯେପରି ରେବିଜ୍ (Rabies), ଆନ୍ଥ୍ରାକ୍ସ (Anthrax) ଏବଂ ଜାପାନୀ ଜ୍ଵର ବା ଜାପାନିଜ୍ ଏନସେଫାଲାଇଟିସ୍  (Japanese Encephalitis).

ଟିକା ବା ଭେକସିନ(Vaccine) କିପରି ପ୍ରସ୍ତୁତ ହୁଏ ?

ପ୍ରଥମେ ଏପରି ଜୀବ ବା ଅର୍ଗାନିସିମ (Organism) ପ୍ରସ୍ତୁର କରାଯାଏ ଯାହା କୌଣସି ରୋଗର କାରଣ ହୋଇଥାଏ | ଏହାକୁ ପାଥୋଜେନ(Pathogen) କୁହାଯାଏ | ଏହି ପାଥୋଜେନ ମୁଖ୍ୟତଃ ଜୀବାଣୁ ବା ଭୁତାଣୁ ହୋଇଥାଏ | ଯାହାକୁ ଗବେଷଣାଗାରରେ ବହୁ ମାତ୍ରାରେ ବିକଶିତ କରାଯାଏ | ଏହାକୁ କିଛି ମତରେ ପରିବର୍ତ୍ତନ କରାଯାଏ ଅର୍ଥାତ ଏହାର ଜେନେଟିକ(Genetic) ପରିବର୍ତ୍ତନ କରାଯାଏ | ଯଦ୍ଵାରା ଏହା କୌଣସି କ୍ଷତି ପହଞ୍ଚାଇ ନପାରେ | ପରେ ଏହାକୁ ସଂରକ୍ଷଣ କରି ଟୀକା(Vaccine) ପ୍ରସ୍ତୁତ କରାଯାଏ | ଏହା ଏକ ଲମ୍ବା ପ୍ରକ୍ରିୟା ତେଣୁ ଟୀକା ପ୍ରସ୍ତୁତ ପାଇଁ ବହୁ ମାସ କିମ୍ବା ବହୁ ବର୍ଷ ବି ଲାଗିଯାଇଥାଏ | ଏହା ମୁଖ୍ୟତଃ ରୋଗର ପ୍ରକୃତି ଉପରେ ନିର୍ଭର କରିଥାଏ | ଯଦି ରୋଗଟି ଜଟିଳ ଥାଏ ତେବେ ଟୀକା ପ୍ରସ୍ତୁତ ପାଇଁ ଅଧିକ ସମୟ ଲାଗିଥାଏ |
Share With Your Friends..

Leave a Reply

Your email address will not be published. Required fields are marked *