ଗେମ ଡେଭେଲପମେଣ୍ଟ (Game Development) ରେ କ୍ୟାରିୟର(Career) କିପରି କରିବେ.

ଗେମ ଡେଭେଲପମେଣ୍ଟରେ କ୍ୟାରିୟର( କିପରି କରିବେ - How to Career in Game Development.
ବର୍ତ୍ତମାନ କମ୍ପୁଟରର ଦୁନିଆ ଏବେ ସବୁ କାମ କମ୍ପୁଟରରେ କରାଯାଏ | ଏପରିକି ଆଜିକାଲି ବିଭିନ ଗେମ ମଧ୍ୟ କମ୍ପୁଟର ଓ ସ୍ମାର୍ଟଫୋନରେ ଖେଳାଯାଏ | ଏହିପରି ଗେମ ପିଲାଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ଖେଳିଥାନ୍ତି | ଯେପରି ପବଜି ଗେମ(PubG) ବର୍ତ୍ତମାନ ବହୁତ ପ୍ରସିଦ୍ଧ ଅଛି | କେବେ ଆପଣ ଚିନ୍ତା କରିଛନ୍ତିକି ଏହିପରି ଗେମ କିପରି ପ୍ରସ୍ତୁତ କରାହୁଏ ଓ ଏହପାଇଁ କଣ କଣ ଦକ୍ଷତା ଦରକାର | ବର୍ତ୍ତମାନ ଏହା ବହୁତ ପ୍ରସିଦ୍ଧ ଅଟେ ତେଣୁ ଆପଣ ଏହି କ୍ଷେତ୍ରରେ ଭଲ କ୍ୟାରିଅର(Career) କରିପାରିବେ | ଆପଣଙ୍କୁ ଏଠାରେ ଏହି ପ୍ରସଙ୍ଗରେ ବିସ୍ତୃତ ଭାବରେ ଉପସ୍ଥାପନା କରିବୁ ଯେ ଆପଣ ମଧ୍ୟ କିପରି ଜଣେ ଭଲ ଗେମ ଡେଭେଲପର ହୋଇପାରିବେ |

ଗେମ ଡେଭେଲପମେଣ୍ଟ (Game Development)ରେ କେଉଁ କେଉଁ ପଦବୀରେ ଚାକିରୀ କରିପାରିବେ:-

ଏହା ଏକ ବହୁତ ବଡ କ୍ଷେତ୍ର ଅଟେ | ଏହି କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହୁଁଛନ୍ତି ତେବେ ଆପଣ ବହୁ ପଦବୀରେ ନିଯୁକ୍ତି ହୋଇପାରିବେ | ଯେପରି ଗେମ ଡେଭେଲପର(Game Developer), ଗେମ ଡିଜାଇନର(Game designer), ଗେମ ପ୍ଲେ(Game play), ପ୍ରୋଗ୍ରାମର(Progremmar), ଆର୍ଟ ଡିଜାଇନର(Art designer),ସ୍କ୍ରିପ୍ଟ ରାଇଟର(Script Writer), ଗେମ ଟେଷ୍ଟର(Game tester), ଗେମ ମୋଡେଲର(Game modeler), ଲେବେଲ ଡିଜାଇନର(Label designer), ଲେବେଲ ସ୍କ୍ରିପ୍ଟର(Label scripter) ହୋଇପାରିବେ |ଏହି କ୍ଷେତ୍ରରେ କ୍ୟାରିଅର ପାଇଁ ଆପଣଙ୍କୁ ବହୁତ ଜ୍ଞାନ ଓ ଦକ୍ଷତାର ଆବଶ୍ୟକତା ରହିଅଛି |ଗେମ ଡେଭେଲପର ପାଇଁ ମୁଖ୍ୟତଃ ସୃଜନଶୀଳତା(Creativity) ଓ ଟେକ୍ନୋଲୋଜିର ଆବଶ୍ୟକତା ହୋଇଥାଏ |
ଏଥିରେ ପ୍ରଥମ କାମ ହୋଇଥାଏ ଗେମ ଡିଜାଇନରର, ଏଠାରେ ଷ୍ଟୋରୀ, ସ୍କ୍ରିପ୍ଟ, ଓ କ୍ୟାରେକ୍ଟର ବା ଚରିତ୍ରକୁ  ତିଆରି କରାଯାଏ | ତାପରେ ଗେମ ଡେଭେଲପର କାମ ହେଲା ଷ୍ଟୋରୀ, ସ୍କ୍ରିପ୍ଟ, ଓ କ୍ୟାରେକ୍ଟରକୁ ଉପଯୋଗ କରି ସମ୍ପୂର୍ଣ ଗେମକୁ ବିକାଶ କରିବା | ଯେତେବେଳେ ଆପଣ  କ୍ଷେତ୍ରରେ କୋୖଣସି କୋର୍ସ କରୁଛନ୍ତି ତେବେ ଆପଣଙ୍କୁ ଦୁଇଟି ଯାକ ବିଷୟରେ ଶିକ୍ଷା ଦିଆଯାଏ କିନ୍ତୁ ଆପଣ ଏହି ଦୁଇ କ୍ଷେତ୍ର ମଧ୍ୟରୁ ନିଜର ରୁଚି ଅନୁସାରେ ଚୟନ କରିବାକୁ ପଡିବ | କାରଣ ଏକାଥରକେ ଆପଣ ଦୁଇ ବିଷୟରେ ଦକ୍ଷ ହୋଇପାରିବେ ନାହିଁ | ଗେମ ଖେଳିବା ଯେତେ ସହଜ ଗେମ ତିଆରି କରିବା ସେତେ କଷ୍ଟ ହୋଇଥାଏ | କୌଣସି ବି ଗେମ ଗ୍ରାଫିକ୍ସ ସଫ୍ଟୱେର(Graphics software) , କମ୍ପୁଟର ପ୍ରୋଗ୍ରାମିଙ୍ଗ(Computer programming)  ଦ୍ଵାରା ପ୍ରସ୍ତୁତ କରାଯାଏ | ଏହିପରି ଏକ ଗେମ ପ୍ରସ୍ତୁତିରେ କେତେ ମାସ ବି ଲାଗିଯାଇଥାଏ | ତେଣୁ ଏହି କ୍ଷେତ୍ରରେ ବହୁତ ଅନୁଭବ ଦରକାର ଓ ଆପଣଙ୍କ ଦକ୍ଷତାକୁ ବୃଦ୍ଧି କରିବା ଆବଶ୍ୟକ |

ଗେମ ଡେଭେଲପମେଣ୍ଟ (Game Development) ପାଇଁ ଯୋଗ୍ୟତା :

ଗେମ ଡେଭେଲପର ହେବାପାଇଁ ଆପଣଙ୍କୁ ଗ୍ରାଜୁଏସନ କରିବା ଆବଶ୍ୟକ | ଆପଣଙ୍କୁ ଦଶମ ଶ୍ରେଣୀ ପରେ 10+2 ରେ ବିଜ୍ଞାନ(Science) ବିଷୟରେ  ଆବଶ୍ୟକ | ଅନ୍ୟ ବିଷୟରେ ମଧ୍ୟ କରିପାରିବେ କିନ୍ତୁ ବିଜ୍ଞାନ ବିଷୟରେ ଗଣିତ ଓ କମ୍ପୁଟର ପ୍ରୋଗ୍ରାମିଙ୍ଗ ବିଷୟରେ ବିଶେଷ ଅବଗତ ହୋଇପାରିବେ, ଯାହା ଆପଣଙ୍କୁ ଗେମ ଡେଭେଲପର ହେବ ସହାୟକ ହେବ | +2 ପରେ ଗ୍ରାଜୁଏସନ(Graduation) ଏହି ବିଷୟରେ କରିପାରିବା ଆବଶ୍ୟକ , ଯାହା ଆପଣଙ୍କୁ କମ୍ପୁଟର ପ୍ରୋଗ୍ରାମିଙ୍ଗ ବିଷୟରେ ଅଧିକ ଜ୍ଞାନ ଦେଇପାରିବ | ଯେପରି ସି(c), ସି++(c++), ଜାଭା(Java), ଜାଭା ସ୍କ୍ରିପ୍ଟ(Java Script) , ଏସ କ୍ଯୁ ଏଲ(sql) , ଏଚ ଟି ଏମ ଏଲ(html) , ସି ଏସ ଏସ(css), ପି ଏଚ ପି(php) ଭଳି କମ୍ପୁଟର ପ୍ରୋଗ୍ରାମିଙ୍ଗରେ ଦକ୍ଷତା ହାସିଲ କରିପାରିବେ |
ଗେମ ଡେଭେଲପମେଣ୍ଟରେ କ୍ୟାରିୟର କିପରି କରିବେ - How to Career in Game Development.
କମ୍ପ୍ୟୁଟର ସାଇନ୍ସ ଓ ଗେମ ଡେଭେଲପମେଣ୍ଟ ରେ ବି.ଟେକ.( B.Tech in Computer Science and Game Development) କରିପାରିବେ | ଗେମିଙ୍ଗ, ଗ୍ରାଫିକ୍ସ କିମ୍ବା ଆନିମେସନ(B.Sc in Gaming, Graphics or Animation) ଏବଂ ଆନିମେସନ୍ ଗେମ୍ ଡିଜାଇନ୍ ଏବଂ ଡେଭେଲପମେଣ୍ଟ(B. Sc in Animation Game Design and Development) ବିଷୟରେ ବି.ଏସ.ସି. କରିପାରିବେ | ଏବଂ ମିଡିଆ ଆନିମେସନ୍ ଏବଂ ଡିଜାଇନ୍(Media Animation and Design)ରେ ବେଚଲାର(Bachelor) ଡିଗ୍ରୀ କରିପାରିବେ | ଆନିମେସନ୍ ଏବଂ କମ୍ପ୍ୟୁଟର ଗ୍ରାଫିକ୍ସ(BA in Animation and Computer Graphics), ଡିଜିଟାଲ୍ ଚଳଚ୍ଚିତ୍ର ନିର୍ମାଣ ଏବଂ ଆନିମେସନ(BA in Digital Film making and Animation) ବିଷୟରେ ବିଏ କରିପାରିବେ |
ଯଦି ଏହି କ୍ଷେତ୍ରରେ ଆପଣ ମାଷ୍ଟର ଡିଗ୍ରୀ କରିବାକୁ ଚାହୁଁଛନ୍ତି ତେବେ ବିଭିନ ଶିକ୍ଷାନୁଷ୍ଠାନରେ ଏହା ଉପଲବ୍ଧ ଅଛି | ମାଷ୍ଟର ଡିଗ୍ରୀ କରିବା ପରେ ଆପଣଙ୍କୁ କୌଣସିବି କଂପାନୀରେ ଉଚ୍ଚ ପଦବୀରେ ଚାକିରୀ ମିଳିବା ସୁନିଶ୍ଚିତ | ଇଣ୍ଟିଗ୍ରେଟେଡ୍ ଏମ.ଏସ.ସି.ରେ ଗେମ୍ ଆର୍ଟ ଏବଂ ଡିଜାଇନ୍ ସହିତ ମଲ୍ଟିମିଡିଆ ଏବଂ ଆନିମେସନ୍ (Multimedia and Animation with Game Art and Design) ବିଷୟରେ ଶିକ୍ଷା ଗ୍ରହଣ କରିପାରିବେ | ଗେମିଙ୍ଗ (Gaming), ଗେମ୍ ଡିଜାଇନ୍ ଏବଂ ଡେଭେଲପମେଣ୍ଟ (Game Design and Development), ମଲ୍ଟିମିଡିଆ ଏବଂ ଆନିମେସନ୍ (Multimedia and Animation) ବିଷୟରେ ଏମ.ଏସ.ସି.(M. Sc.) କରିପାରିବେ |
ଆପଣ ଗ୍ରାଜୁଏସନ ଓ ମାଷ୍ଟର ଡିଗ୍ରୀ କରିବା ପରେ କୌଣସି କଂପାନୀରେ ସହଜରେ ଚାକିରୀ କରିପାରିବେ | ଯଦି ଆପଣ ଯଦି ଏହିସବୁ କ୍ଷେତ୍ରରେ ପାଠ ପଢିନାହାନ୍ତି | ତେବେ ଡିପ୍ଲୋମା କୋର୍ସ କରିପାରିବେ | ଡିପ୍ଲୋମାରେ ଡ୍ରଇଂ (Drawing), ଡ଼ିଜାଇନିଂ (Designing), ପ୍ରଡକସନ (Production), ପ୍ରୋଗ୍ରାମିଙ୍ଗ (Programming), ସହିତ ଆନିମେସନ (Animation), ଡିଜିଟାଲ ଆର୍ଟ (Digital Arts) ବିଷୟରେ ଶିକ୍ଷା ଦିଆଯାଏ | ଏହା ସହ ଗେମ ଡେଭେଲପ ସମ୍ୱନ୍ଧୀୟ ସମସ୍ତ ଶିକ୍ଷା ଦିଆଯିବା ସହିତ ବହୁତ ପ୍ରୋଜେକ୍ଟରେ କାମ କରିବାକୁ ପଡିଥାଏ | ଏହିପରି ସାର୍ଟିଫିକେଟ କୋର୍ସ ମଧ୍ୟ କରିପାରିବେ | ପରେ ଆପଣ କୌଣସିବି କଂପାନୀରେ ଚାକିରୀ କରିପାରିବେ |ଏହି ସବୁ କୋର୍ସ କରିବା ପରେ ଆପଣ ଗେମ ଡେଭେଲପମେଣ୍ଟ କ୍ଷେତ୍ରରେ ଚାକିରୀ ପାଇପାରିବେ କିନ୍ତୁ ଆପଣଙ୍କୁ  ଭଲଭାବରେ ଅଭ୍ୟାସ କରିବା ଜରୁରୀ ଅଟେ |

ଗେମ ଡେଭେଲପମେଣ୍ଟ (Game Development) ପାଇଁ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ :

  • ଭାରତ ବିଦ୍ୟାପୀଠ ବିଶ୍ୱବିଦ୍ୟାଳୟ, ପୁନେ (Bharati Vidyapeeth University, Pune)
  • ମାୟା ଏକାଡେମୀ ଅଫ୍ ଆଡଭାନ୍ସଡ ସିନେମାଟିକ୍, ମୁମ୍ବାଇ (Maya Academy of Advanced Cinematic, Mumbai)
  • ଆରେନା ଆନିମେସନ୍, ନୂଆଦିଲ୍ଲୀ (Arena Animations, New Delhi)
  • ଜି ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଆର୍ଟ, ବାଙ୍ଗାଲୋର, ଭୁବନେଶ୍ୱର (Zee Institute of Creative Arts, Bangalore, Bhubaneswar)
  • ଆନିମାଷ୍ଟର ଏକାଡେମୀ – କଲେଜ ଫର ଏକ୍ସିଲେନ୍ସ ଇନ ଆନିମେସନ୍, ବାଙ୍ଗାଲୋରର (Animaster Academy – College for Excellence in Animation, Bangalore)
  • ଏକାଡେମୀ ଅଫ୍ ଆନିମେସନ୍ ଏବଂ ଗେମିଂ, ନୋଏଡା (Academy of Animation and Gaming, Noida)
ଓଡ଼ିଶାରେ ମଧ୍ୟ ବହୁ ଶିକ୍ଷାନୁଷ୍ଠାନ ମାନ ଅଛି ଯେଉଁଠି ଆପଣ ଏହିସବୁ କୋର୍ସ କରିପାରିବେ |

Leave a Reply

Your email address will not be published. Required fields are marked *