ଜାଣନ୍ତୁ ଟାଟା ଗ୍ରୁପର ଅଧକ୍ଷ ରତନ ଟାଟା(Ratan Tata)ଙ୍କ ବିଷୟରେ

Know about Ratan Tata, chairman of the Tata Group- ଜାଣନ୍ତୁ ଟାଟା ଗ୍ରୁପର ଅଧକ୍ଷ ରତନ ଟାଟା (Ratan ଟାଟା) ଙ୍କ ବିଷୟରେ, ratan tata, ratan tata, ratan tata wife, ratan tata family, ratan tata quotes, ratan tata son, KnowledgeOdia, Odia, odisha
ଟାଟା ଏପରି ଏକ ନାମ ଯିଏକି ଭାରତରେ ସବୁ କ୍ଷେତ୍ରରେ ତାର ନାମ ଶୁଣିବାକୁ ମିଳିଥାଏ | ଟାଟା ମୋଟର(Tata Motors)ରୁ ଟାଟା ଟି(Tata Tea) ପର୍ଯ୍ୟନ୍ତ କୋଟି କୋଟି ଟଙ୍କାର କାରବାର ହୋଇଥାଏ ଓ ଏହା ସଫଳତା ପଛରେ ଏକ ମହାନ୍ ବ୍ୟକ୍ତି ରତନ ଟାଟା(Ratan Tata)ଙ୍କ ପରିଶ୍ରମ ଓ ବୁଦ୍ଧିମତା ଫଳ ଅଟେ । କିଛି ବର୍ଷ ପୂର୍ବେ ଏହି ଲମ୍ବା ବ୍ୟବସାୟ ଯୋଜନା ଏବଂ କଳ୍ପନା କରିସାରିଥିଲେ । ବହୁ କ୍ଷେତ୍ରରେ ବ୍ୟବସାୟ ଥିଲେ ମଧ୍ୟ ଭାରତରେ ପ୍ରଥମ ଧନୀବକ୍ତି ଭାବରେ ତାଙ୍କର ନାମ ଆସେନାହିଁ  କାରଣ ସେ ତାଙ୍କ ଲଭାଂଶର ୬୬% ସାମାଜିକ କାମ(Social work)ରେ ଲାଗିଥାଏ । ତାଙ୍କ ମତରେ ଦେଶକୁ ଆଗକୁ ନେଲେ ନିଜର ମଧ୍ୟ ଉନ୍ନତି ହେବ । ଆସନ୍ତୁ ଜାଣିବା ସେହି ମହାନ୍ ବ୍ୟକ୍ତିତ୍ଵଙ୍କ ବିଷୟରେ ।

ରତନ ଟାଟା(Ratan Tata):

ରତନ ଟାଟା(Ratan Tata)ଙ୍କ ଜନ୍ମ 28 ଡିସେମ୍ବର 1937ରେ ମୁମ୍ବାଇରେ ହୋଇଥିଲା । ଟାଟା କମ୍ପନୀ(Tata Company)କୁ 150 ବର୍ଷ ପୂର୍ବେ 1868ରେ ଜାମସେଦ ଜି ଟାଟା(Jamsetji Tata) ଆରମ୍ଭ କରିଥିଲେ । ସେତେବେଳେ ଏହି କମ୍ପାନୀକୁ ଛୋଟ ଆକାରରେ ଆରମ୍ଭ କରିଥିଲେ , କିନ୍ତୁ ବର୍ତ୍ତମାନ ଏହା ଅଧୀନରେ  100ରୁ ଅଧିକ କମ୍ପାନୀ ଚାଲିଛି । 1938ରେ ଜେ.ଆର.ଡି ଟାଟା (JRD Tata) ଏହି କମ୍ପାନୀର ଅଧ୍ୟକ୍ଷ(Chairman) ହୋଇଥିଲେ । ଯିଏକି ଜାମସେଦ ଜି ଟାଟା(Jamsetji Tata)ଙ୍କ  ସମ୍ପର୍କୀୟ ଥିଲେ । ରତନ ଟାଟା  ଯେତେବେଳେ 10ବର୍ଷର ହୋଇଥିଲେ, ତାଙ୍କ ମା ଓ ବାପା ଅଲଗା ହୋଇଯାଇଥିଲେ ତେଣୁ ତାଙ୍କ ମା ଓ ବାପାଙ୍କ ସ୍ନେହ ମିଳିପାରିନଥିଲା । ରତନ ଟାଟାଙ୍କ ତାଙ୍କ ଜେଜେ ମା ତାଙ୍କର ପାଳନପୋଷଣ କରିଥିଲେ ।
ନିଜର ପୁରା ସ୍କୁଲ୍ ଶିକ୍ଷା ମୁମ୍ବାଇ ଓ ସିମଲାରେ କରିବା ପରେ ସେ ଆମେରିକାର କଲିଫୋନିଆ ଯାଇଥିଲେ । ସେଠାରେ ସ୍ଥାପତ୍ୟ ଏବଂ ଗଠନମୂଳକ ଇଞ୍ଜିନିୟରିଂ (Arcutecture and Structural Engineering)ରେ ଡିଗ୍ରୀ କରିଥିଲେ । ସେଠାରେ ତାଙ୍କୁ ଆଇବିଏମ୍(IBM) କମ୍ପାନୀରେ ଚାକିରି ମିଳିଥିଲା ଏବଂ ସେଠାରେ ସେ 15ଦିନ କାମ କରିଥିଲେ । କିନ୍ତୁ ଜେ.ଆର.ଡି ଟାଟା (JRD Tata)ଙ୍କ କହିବା ଦ୍ଵାରା ଭାରତ ଫେରି ଆସିଥିଲେ ଏବଂ ନିଜର କମ୍ପାନୀ ଟାଟା ଇଣ୍ଡଷ୍ଟ୍ରି (Tata Industry)କୁ ଯୋଗଦେଇଥିଲେ । ସେଠାରେ ଧୀରେ ଧୀରେ ସେ କାମ ଶିଖିଯାଇଥିଲେ ଓ କମ୍ପାନୀକୁ ବହୁତ ଆଗକୁ ନେଇଯାଇଥିଲେ | ଜେ.ଆର.ଡି ଟାଟା (JRD Tata)ଙ୍କ ଲାକ୍ଷଥିଲା କମ୍ପାନୀକୁ ବହୁତ ଆଗକୁ ନେବା ଏବଂ ତାଙ୍କ କର୍ମଚାରୀଙ୍କ ପାଇଁ ଯାହା ହୋଇପାରିବ ସାହାର୍ଯ୍ୟ କରିବା |

ରତନ ଟାଟା(Ratan Tata)ଙ୍କ ସଫଳତାର ଯାତ୍ରା:

1962ରେ ସେ ଯେତେବେଳେ କଂପାନୀରେ ପ୍ରବେଶ କରିଲେ ପ୍ରଥମେ ଟେକ୍ନିକାଲ ଆସିଷ୍ଟାଣ୍ଟ (Technical Assistant) ଭାବରେ କାମ କରିଥିଲେ, ପରେ କମ୍ପାନୀ କାମରେ ସିଡନୀ(Sydney) ଚାଲିଯାଇଥିଲେ ଓ ସେଠାରେ ତାଙ୍କର ବ୍ୟବସାୟ ସମ୍ଭାଳିଥିଲେ | ପରେ ସେ ଭାରତ ଆସି ନିଜ ବ୍ୟବସାୟ ସମ୍ଭାଳିବା ପାଇଁ ନିଷ୍ପତିନେଲେ | ସେ ପ୍ରଥମେ ନେଲକୋ କମ୍ପାନୀ(Nelco Company)ରେ ଯୋଗ ଦେଇଥିଲେ | କିନ୍ତୁ ସେତେବେଳେ ସେହି କମ୍ପାନୀ ବହୁତ କ୍ଷତିରେ ଚାଲିଥିଲା | ସେ ଯେତେବେଳେ ଏହି କମ୍ପାନୀର କାର୍ଯ୍ୟଭାର ନେଇଥିଲେ ସେତେବେଳେ ଏହାର ବଜାର ଅଂଶଧନ(Market Share) କେବଳ 2% ଥିଲା | ସେ ବୁଝି ପାରିଥିଲେ ଯେ ଯଦି ଏହି କମ୍ପାନୀକୁ ଆଗକୁ ନେବାକୁ ହେଲେ ଏହାର ନିମ୍ନ ସ୍ଥଳରୁ କିଛି କିଛି ପରିବର୍ତ୍ତନ ଆବଶ୍ୟକ ଓ ଏହା ପରେ ଟାଟାର ଏକ ପ୍ରସିଦ୍ଧ କମ୍ପାନୀ ଟି.ସି.ଏସ.(TCS)ର ସ୍ଥାପନ କରିଥିଲେ |
ନିଜର ପରିଶ୍ରମ ଓ ବୁଦ୍ଧିମତା ଫଳରେ କମ୍ପାନୀର ସବୁ କର(Tax) ପୈଠ କରି ନେଲକୋ କମ୍ପାନୀ(Nelco Company)ର ଲାଭକୁ ବହୁଗୁଣରେ ବୃଦ୍ଧି କରିଥିଲେ | ଏହି କମ୍ପାନୀରେ ସେ ରେଡ଼ିଓ ଟ୍ରାନଜିଷ୍ଟର(Radio Transistor) ପରି ଟେକ୍ନୋଲୋଜିର ବିକାଶ ଓ ଉନ୍ନତି କରିଥିଲେ | ଜେ.ଆର.ଡି ଟାଟା (JRD Tata) ତାଙ୍କର ଏହି କାର୍ଯ୍ୟକଳାପ ଓ ସଫଳତାକୁ ବୁଝିସାରିଥିଲେ, ତେଣୁ ଟାଟା ଇଣ୍ଡଷ୍ଟ୍ରିର ଯେଉଁ କମ୍ପାନୀ ସବୁ କ୍ଷତିରେ ଚାଲିଛି ସେହି ସବୁ କମ୍ପାନୀର ଦାୟିତ୍ୱ ନେବା ପାଇଁ ପରାମର୍ଶ ଦେଇଥଲେ |
1991ରେ ରତନ ଟାଟା(Ratan Tata), ଟାଟା ଗ୍ରୁପର ଅଧକ୍ଷ ହୋଇଥିଲେ ଏବଂ କମ୍ପାନୀକୁ ବହୁତ ଆଗକୁ ନେଇଥିଲେ | ସେତେବେଳେ ଆଇବିଏମ୍ (IBM) ଓ ଆପଲ(APPLE) ଭଳି ବହୁ ଆଇ.ଟି. ଏବଂ ଟେକ୍ କମ୍ପାନୀ ଧୀରେ ଧୀରେ ବିକାଶ କରୁଥିଲେ ଓ ସେତେବେଳେ ଟାଟା ମଧ୍ୟ ନିଜର ଟେକ କମ୍ପାନୀକୁ ବଢାଇଥିଲେ, କମ୍ପୁଟର ଏବଂ ଆଇ.ଟି. ବିଭାଗକୁ ବହୁତ ଆଗକୁ ନେଇଥିଲେ | କିଛି ଦିନ ଭିତରେ ଟାଟାର ବହୁତ କମ୍ପାନୀକୁ ସଫଳ କରିଥିଲେ ଏବଂ ଟାଟା ଗ୍ରୁପର ଲାଭାଂଶ କୁ ବୃଦ୍ଧି କରିଥିଲେ |
Know about Ratan Tata, chairman of the Tata Group- ଜାଣନ୍ତୁ ଟାଟା ଗ୍ରୁପର ଅଧକ୍ଷ ରତନ ଟାଟା (Ratan ଟାଟା) ଙ୍କ ବିଷୟରେ, ratan tata, ratan tata, ratan tata wife, ratan tata family, ratan tata quotes, ratan tata son, KnowledgeOdia, Odia, odisha
1998ରେ ଟାଟା ଇଣ୍ଡିକା(Tata Indica) କାର ନିର୍ମାଣ କରିଥିଲେ । ଯାହା ସେତେବେଳେ ବହୁତ ସଫଳତା ହୋଇଥିଲା ଓ ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରିବାକୁ ଲାଗିଲେ । ପ୍ରଥମେ ଯେତେବେଳେ ଏହି କାର ନିର୍ମାଣ ହୋଇଥିଲା ଏହା ଏତେ ଭଲ ଓ ଉନ୍ନତ ନଥିଲା । ସେତେବେଳେ ସେ ଆମେରିକା ଯାଇଥିଲେ । ଫୋର୍ଡ(Ford) କମ୍ପାନୀର ଅଧକ୍ଷ ବିଲ୍ ଫୋର୍ଡ(Bill Ford)ଙ୍କୁ ନିଜ କମ୍ପାନୀ ଟାଟା ମୋଟରକୁ କିଣିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ଟାଟାଙ୍କ ଅପମାନ କରି କହିଥିଲେ , ଯେଉ କ୍ଷେତ୍ରରେ ତୁମେ ଅଜ୍ଞ ଅର୍ଥାତ୍ ଯଥେଷ୍ଟ ଜ୍ଞାନ ନାହିଁ ସେହି କ୍ଷେତ୍ରରେ ଉତ୍ପାଦନ କରିବା ଆବଶ୍ୟକ ନୁହେଁ ।  ଏଥିରେ ଲଜିତ ହୋଇ ଟାଟା ଏହି କମ୍ପାନୀକୁ ବିକ୍ରି ନ କରିବାର ନିଷ୍ପତ୍ତି ନେଇଥିଲେ ଏବଂ ନିଜ ପ୍ରଚେଷ୍ଟାରେ ଏହି କମ୍ପାନୀକୁ ଆଗକୁ ନେଇଥିଲେ । ଆଠ ବର୍ଷ ପରେ ଯେତେବେଳେ ଫୋର୍ଡ(Ford) କ୍ଷତିରେ ଚାଲିଥିଲା, ସେ ଫୋର୍ଡ(Ford) କମ୍ପାନୀ ଅଧୀନରେ ଥିବା ଜାଗୁଆର୍(Jaguar) ଏବଂ ଲ୍ୟାଣ୍ଡ ରୋଭର(Land Rover)କୁ କିଣିଥିଲେ । ଏହାକୁ ଦୁନିଆର ଶ୍ରେଷ୍ଟ ପ୍ରତିଶୋଧ କୁହାଯାଏ ।
ରତନ ଟାଟା(Ratan Tata) ଯେତେବେଳେ ଅଧକ୍ଷ ହୋଇଥିଲେ, ସେତେବେଳେ ତାଙ୍କ ଅଧୀନରେ 50ରୁ ଅଧିକ କମ୍ପାନୀ ଥିଲା।  ତେଣୁ ସେ ନିର୍ଣ୍ଣୟ ନେଇଥିଲେ ଯେ ସବୁ କମ୍ପାନୀର ସମାନ ଲୋଗୋ(Logo) ଏବଂ ସମାନ ଲକ୍ଷ୍ୟ ରହିବା ଆବଶ୍ୟକ । ତେଣୁ ଆଚରଣ ବୋର୍ଡ(Board of Conduct) ଗଠନ କରିଥିଲେ ଏବଂ ଏଥିରେ ଥିବା ସବୁ ନିୟମ ଓ ନୀତିକୁ ସମସ୍ତେ ମାନିବାକୁ ବାଧ୍ୟ ଅଟନ୍ତି । ସେ କିଛି ସାଧାରଣ ନିୟମକୁ ଯେପରି ଅଖଣ୍ଡତା, ବୁଝାମଣା, ଏକତା, ଦାବିତ୍ୱ ଏବଂ ସମାନତା ନିୟମକୁ ପରିବର୍ତ୍ତନ କରିଥିଲେ । ସେ ସାଧାରଣ ଲୋକଙ୍କୁ ବେଶୀ ଗୁରୁତ୍ଵ ଦେଉଥିଲେ ତେଣୁ ଏକ ଲକ୍ଷ ଟଙ୍କାରେ ନାନୋ କାର(Nano Car) ନିର୍ମାଣ କରିଥିଲେ କିନ୍ତୁ ଏହା ସଫଳ ହୋଇନଥିଲା। ସେ ସବୁବେଳେ ନିଜ କର୍ମଚାରୀଙ୍କ ଧ୍ୟାନ ଦେଉଥିଲେ , ତାଙ୍କ ମତରେ ଯଦି କର୍ମଚାରୀ ଖୁସିରେ ରୁହନ୍ତି ତେବେ କମ୍ପାନୀର ଉନ୍ନତି ହେବ । ସେ ଟାଟା ଟ୍ରଷ୍ଟ(Tata Trust) ପ୍ରତିଷ୍ଠା କରିଥିଲେ , ଏଥିରେ ସେ ନିଜ ଲାଭାଂଶର କିଛି ଅଂଶ ସମାଜ କଲ୍ୟାଣ କାମରେ ଉପଯୋଗ କରୁଥିଲେ ।

Leave a Reply

Your email address will not be published. Required fields are marked *