ଜାଣନ୍ତୁ ରୋଗପ୍ରତିଷେଧକ ଶକ୍ତି (Immunity power)କୁ କିପରି ବୃଦ୍ଧି କରିବେ |

Learn how to boost your immunity system- ଜାଣନ୍ତୁ ରୋଗପ୍ରତିଷେଧକ ଶକ୍ତି (Immunity power)କୁ କିପରି ବୃଦ୍ଧି କରିବେ , how to increase immunity power in body naturally, how to increase immunity home remedies, foods that weaken immune system, supplements to boost immune system, herbs to boost immune system, immunity-boosting foods for adults, drinks to boost immune system, how to boost immune system quickly, Knowledgeodia, Odia Articles, Health, Medical Science
ଯଦି ଆମେ ବାରମ୍ବାର ରୋଗର ଶିକାର ହେଉ, ତେବେ ଡାକ୍ତର କୁହନ୍ତି ଯେ ଆପଣଙ୍କର ରୋଗପ୍ରତିଷେଧକ ଶକ୍ତି(Immunity power) କମ ଅଛି ତେଣୁ ଆପଣ ବାରମ୍ବାର ରୋଗଗ୍ରସ୍ତ ହେଉଛନ୍ତି ଏବଂ ଏଥିପାଇଁ ବହୁତ କିଛି ଔଷଧ ଖାଇବାକୁ ପଡିଥାଏ | ଛୋଟ ରୋଗଠାରୁ ଆରମ୍ଭ କରି ବର୍ତ୍ତମାନର କୋରୋନା ପାଇଁ ମଧ୍ୟ ରୋଗପ୍ରତିଷେଧକ ଶକ୍ତି କାମରେ ଆସିଥାଏ । ଆସନ୍ତୁ ଜାଣିବା ରୋଗପ୍ରତିଷେଧକ ଶକ୍ତିକୁ କିପରି ବୃଦ୍ଧି କରିବା ।

ରୋଗପ୍ରତିଷେଧକ ଶକ୍ତି(Immunity power) କଣ ?

ଏହାକୁ ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀ କୁହାଯାଏ । ଏହା ଅର୍ଗାନ୍ ସେଲ୍ ଓ  ଅନେକ ରାସାୟନିକ ପଦାର୍ଥ ଦ୍ଵାରା ତିଆରି ହୋଇଥାଏ । ଯାହା ଶରୀରକୁ ଆସୁଥିବା ମାଇକ୍ରୋବସର ସଂକ୍ରମଣରୁ ରକ୍ଷା କରିଥାଏ । ଯଦି ଏହା ଦୁର୍ବଳ ଥାଏ ତେବେ ଏହା ରୋଗରୁ ରକ୍ଷାକରିପାରି ନଥାଏ । ତେଣୁ ଏହି ପ୍ରତିରକ୍ଷା ପ୍ରଣାଳୀକୁ ବୃଦ୍ଧି କରିବା ଆବଶ୍ୟକ । ଏହା ଦ୍ବାରା ଆମ ଶରୀର ସୁସ୍ଥ ଓ ସୁଦୃଢ଼ ରହିଥାଏ ।
ଏହା ଶ୍ବେତରକ୍ତ କଣିକା (White Blood Cell), ଆଣ୍ଟିବଡ଼ି(Antibody), କମ୍ପ୍ଲିମେଣ୍ଟସିଷ୍ଟମ (Complement System), ସିନ୍ଥେଟିକ୍ ସିଷ୍ଟମ୍ (Synthetic System), ସ୍ପ୍ଲେନ୍ (Spleen), ଥାଇମସ(Thymus), ଅସ୍ଥି ମଜ୍ଜ(Bone marrow) ଦ୍ୱାରା ସୃଷ୍ଟିହୋଇଥାଏ । ଏହି ସବୁ ମିଶି କ୍ଷତିକାରକ ମାଇକ୍ରୋବସ(Microbes) ବା ଜୀବାଣୁ ଓ ଭୁତାଣୁକୁ ଆମ ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ ।
Learn how to boost your immunity system- ଜାଣନ୍ତୁ ରୋଗପ୍ରତିଷେଧକ ଶକ୍ତି (Immunity power)କୁ କିପରି ବୃଦ୍ଧି କରିବେ , how to increase immunity power in body naturally, how to increase immunity home remedies, foods that weaken immune system, supplements to boost immune system, herbs to boost immune system, immunity-boosting foods for adults, drinks to boost immune system, how to boost immune system quickly, Knowledgeodia, Odia Articles, Health, Medical Science

କିପରି ରୋଗପ୍ରତିଷେଧକ ଶକ୍ତି(Immunity power)କୁ ବୃଦ୍ଧି କରିବା:

  1. ଶାନ୍ତ ଏବଂ ସମ୍ପୂର୍ଣ୍ଣ ନିଦ୍ରା ନିଅନ୍ତୁ : ଭଲ ବା ସମ୍ପୂର୍ଣ୍ଣ ନିଦ୍ରା ଶରୀରରେ ରୋଗପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ସାହାର୍ଯ୍ୟ କରିଥାଏ । ଭଲ ନିଦ୍ରା ଦ୍ଵାରା ଶରୀରରେ ଟି-ସେଲ୍(T-Cell) ତିଆରି ହୋଇଥାଏ । ଯାହା ଶରୀରର ପ୍ରତିରକ୍ଷା ପ୍ରଣାଳୀର ଏକ ଅଂଶ ଅଟେ । ତେଣୁ ଦିନକୁ 7 ରୁ 8 ଘଣ୍ଟା ଶୋଇବା ଆବଶ୍ୟକ |
  2. ଚିନ୍ତା ବା ମାନସିକ ଚାପରୁ ଦୁରେଇରୁହନ୍ତୁ : ଚିନ୍ତା ବା ମାନସିକ ଚାପ(Stress) ଦ୍ଵାରା କିଛି ଫାଇଦା ହୋଇନଥାଏ କିନ୍ତୁ ଏହାଦ୍ଵାରା ରୋଗପ୍ରତିଷେଧକ ଶକ୍ତି ଉପରେ ବିଶେଷ ପ୍ରଭାବ ପଡିଥାଏ | ଏହାଦ୍ଵାରା ବାହାରୁ ଆସୁଥିବା କ୍ଷତିକାରକ ମାଇକ୍ରୋବସ(Microbes)କୁ ଆମ ଶରୀରର ରୋଗପ୍ରତିଷେଧକ ଶକ୍ତି ଠିକ ଭାବରେ ପ୍ରତିରୋଧ କରିପାରେ ନାହିଁ | ତେଣୁ ମାନସିକଚାପରୁ ମୁକ୍ତି ପାଇବା ପାଇଁ ନିଜର ନିତ୍ୟକର୍ମରେ ଯୋଗ ବା ବ୍ୟାୟାମକୁ ସାମିଲ କରନ୍ତୁ | ଏହା ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ସହିତ ଶରୀରକୁ ଫୁର୍ତ୍ତି ଓ ଚିନ୍ତାମୁକ୍ତ ରଖିଥାଏ |
  3. ପ୍ରଚୁର ପାଣି ପିଅନ୍ତୁ : ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଇବା ଆବଶ୍ୟକ । କାହିକିଁ ନା ପାଣି ଅମ୍ଳଜାନକୁ ଶରୀରର ପ୍ରତେକ କୋଶକୁ ପହଞ୍ଚାଇବାରେ ସାହାର୍ଯ୍ୟ କରିଥାଏ। ଯଦ୍ୱାରା ଶରୀରର ପ୍ରତ୍ୟେକ ଅଂଶ ଠିକ୍ ଭାବରେ କାମ କରିଥାଏ । ପାଣି ଶରୀରରୁ ବିଷାକ୍ତ ବା ହାନିକାରକ ପଦାର୍ଥକୁ ବାହାର କରିଥାଏ । ଏହିପରି ଶରୀରକୁ ରକ୍ଷା କରିବା ସହ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ନକାରାତ୍ମକ ପ୍ରଭାବରୁ ରକ୍ଷା କରିଥାଏ । ଶରୀରରେ ପାଣିର ମାତ୍ରା କମିଗଲେ ମୁଣ୍ଡବ୍ୟଥା, ଚିଡଚିଡା(Irritable), ଅଜୀର୍ଣ୍ଣ(Indigestion) ଭଳି ବହୁ ସମସ୍ୟା ହୋଇଥାଏ । ଏଥିପାଇଁ ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଆବଶ୍ୟକ ।
  4. ସବୁଜ ପନିପରିବା ଏବଂ ଫଳ ଖାଆନ୍ତୁ : ପନିପରିବା ଖାଦ୍ୟରେ ସାମିଲ କରନ୍ତୁ । ଏହା ରୋଗପ୍ରତିଷେଧକ ଶକ୍ତିକୁ ବୃଦ୍ଧିରେ ସାହାର୍ଯ୍ୟ କରିଥାଏ । ଖାଦ୍ୟରେ ବିଭିନ୍ନ ପନିପାରିବା, ଫଳ, ବିଭିନ କୋଳି ଓ ଚଣାଜାତୀୟ ଖାଦ୍ୟ ଇତ୍ୟାଦି ଖାଇବା ଆବଶ୍ୟକ | ଏଥିରେ ପ୍ରଚୁର ମାତ୍ରାରେ  ପୋଷକତତ୍ତ୍ୱ ଓ ଆଣ୍ଟିଅକ୍ସିଡାଣ୍ଟର ମାତ୍ର ଅଧିକ ଥାଏ | ଏଥିରେ ଥିବା ଫାଇବର(Fibre) ଶରୀର ପାଇଁ ହିତକର ହୋଇଥାଏ | ଏହା ସହ ଅଦା ଏବଂ ରସୁଣକୁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ | ଅଦାରେ ଆଣ୍ଟି-ଇନଫ୍ଲାମେଟୋରୀ(Antiinflammatory)ଏବଂ ରସୁଣରେ ବ୍ୟାକ୍ଟେରିଆ ଲଢ଼ିବାର ଶକ୍ତିଥାଏ | ଯାହା ରୋଗପ୍ରତିଷେଧକ ଶକ୍ତିବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ |
  5. ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ : ଭିଟାମିନ-ସି, ଭିଟାମିନ-ବି6 ଏବଂ ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିଥାଏ | ଭିଟାମିନ-ସିର ରୋଗପ୍ରତିଷେଧକ ଶକ୍ତି ବୃଦ୍ଧିରେ ମୁଖ୍ୟ ଭୂମିକା ଥାଏ | କମଳା, ଲେମ୍ଭୁ, ଷ୍ଟ୍ରବେରୀ, ଅମୃତଭଣ୍ଡା, ବ୍ରୋକୋଲି ଆଦି ଖାଦ୍ୟରେ ଭିଟାମିନ-ସିର ମାତ୍ରା ଅଧିକ ଥାଏ | ଭିଟାମିନ-ବି6  ପ୍ରଣାଳୀରେ ରାସାୟନିକ ପ୍ରତିକ୍ରିୟାରେ ସାହାର୍ଯ୍ୟ କରିଥାଏ | ଭିଟାମିନ-ବି6 ଯୁକ୍ତ ଖାଦ୍ୟ ଯେପରି ଦେଶୀଆଳୁ, କଦଳୀ ଆଦି ଖାଇପାରିବେ | ଯଦି ଆମିଷ ଖାଉଛନ୍ତି ତେବେ ସାଲମନ (Salmon) ଏବଂ ଚୁନା ମାଛ (Tuna Fish) ଖାଇପାରିବେ | ଭିଟାମିନ-ଇ ଆଣ୍ଟି-ଅକ୍ସଇଡେଣ୍ଟ(Anti-oxidant) ହୋଇଥାଏ | ଯିଏ ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ | ଭିଟାମିନ-ଇ ଯୁକ୍ତ ଖାଦ୍ୟ ଯେପରି କୋଳି ଏବଂ ଚଣାଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ |
  6. କୋମଳ ସୂର୍ଯ୍ୟକିରଣରେ ରହିବା ଆବଶ୍ୟକ : ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣ ଶରୀରକୁ କ୍ଷତି ପହଞ୍ଚାଇପାରେ କିନ୍ତୁ ଅଳ୍ପ କିରଣ ଆମ ଶରୀରକୁ ଲାଭ ଦାୟକ ହୋଇଥାଏ | କୋମଳ ସୂର୍ଯ୍ୟ କିରଣରେ ରହିବା ଫଳରେ ଆମ ଶରୀରରେ ଭିଟାମିନ ଡି ସୃଷ୍ଟି ହୋଇଥାଏ | ଏହା ଅଣ୍ଟିବଡି ତିଆରିକରିଥାଏ ଯାହା ଶରୀରର ରୋଗପ୍ରତିଷେଧକ ଶକ୍ତିର ଏକ ଅଂଶ ଅଟେ | ତେଣୁ ରୋଗପ୍ରତିଷେଧକ ଶକ୍ତିର ବୃଦ୍ଧି ପାଇଁ ସକାଳର କୋମଳ ସୂର୍ଯ୍ୟକିରଣରେ ରହିବ ଆବଶ୍ୟକ |
  7. ଯୋଗ ବା ବ୍ୟାୟାମ କରିବା ଆବଶ୍ୟକ : ସୁସ୍ଥ ରହିବା ପାଇଁ ରୋଗ ପ୍ରତିଷେଧକ ଶକ୍ତିର ଆବଶ୍ୟକ ରହିଅଛି । ଯୋଗ ଏବଂ ବ୍ୟାୟାମ କରି ମଧ୍ୟ ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିପାରିବେ । କୌଣସି ଶାରୀରିକ ପରିଶ୍ରମ ମଧ୍ୟ କରିପାରିବେ । ଏହା ଦ୍ବାରା ଶ୍ବେତରକ୍ତ କଣିକା(White Blood Cell) ସକ୍ରିୟ ହୋଇଥାଏ ଏବଂ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏଥିପାଇଁ ପ୍ରତିଦିନ ଯୋଗ ଵା ବ୍ୟାୟାମ(Exercise) କରିବା ଆବଶ୍ୟକ ।
  8. ଧୁମ୍ରପାନ ତ୍ୟାଗକରିବା ଆବଶ୍ୟକ : ଯଦି ଆପଣ ଧୁମ୍ରପାନରେ ଅଭ୍ୟସ୍ତ ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ଛାଡ଼ିବାକୁ ପଡ଼ିବ । ଏହି ଅଭ୍ୟାସ ଶରୀରକୁ ନକାରାତ୍ମକ ପ୍ରଭାବ ପକାଇ ଥାଏ । ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଦିଏ ।
  9. ମଦ୍ୟପାନଙ୍କୁ ନିୟନ୍ତ୍ରଣ କରିବା ଆବଶ୍ୟକ : ଅଧିକ ମଦ୍ୟପାନ ଶରୀରକୁ କ୍ଷତିକାରକ ଅଟେ । ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦେଇଥାଏ । ତେଣୁ ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ ।
  10. ସଫାସୁତୁରା ରହିବ ଆବଶ୍ୟକ : ଏହା ପ୍ରତ୍ୟକ୍ଷ ଭାବରେ ପ୍ରଭାବ ନ ପକାଇଲେ ମଧ୍ୟ ପରୋକ୍ଷ ଭାବରେ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ପ୍ରଭାବ ପକାଇଥାଏ । ତେଣୁ  ନିଜକୁ ସଫା ସୁତୁରା ରଖିବା ସହ ନିଜର ପରିବେଶକୁ ସଫା ରଖିବା ନିତାନ୍ତ ଜରୁରୀ ଅଟେ । ନିଜର ହାତକୁ ଠିକ୍ ଭାବରେ ଧୋଇବା ଆବଶ୍ୟକ । ଏହା ଦ୍ୱାରା କୌଣସିି ବି କ୍ଷତିକାରକ ପଦାର୍ଥ ବା ମାଇକ୍ରୋବସ୍ ଶରୀର ଭିତରକୁ ପ୍ରବେଶ କରିପାରି ନଥାନ୍ତି ଏବଂ ରୋଗ ପ୍ରତିଷେଧକ ଶକ୍ତି ଉପରେ ପ୍ରଭାବ ପକାଇ ପାରନ୍ତି ନାହିଁ ।

One Reply to “ଜାଣନ୍ତୁ ରୋଗପ୍ରତିଷେଧକ ଶକ୍ତି (Immunity power)କୁ କିପରି ବୃଦ୍ଧି କରିବେ |”

Leave a Reply

Your email address will not be published. Required fields are marked *