ଜାଣନ୍ତୁ ହାଇପରଲୁପ(Hyperloop) କ’ଣ ଏବଂ ଏହା କିପରି କାମ କରିଥାଏ |

hyperloop, hyperloop india, hyperloop train, hyperloop pod, hyperloop speed, hyperloop technology, hyperloop meaning, hyperloop one, hyperloop transportation, KnowledgeOdia, Science and Technology, Inovation, Idea, Odia
ଏକ ଛୋଟ ଚିନ୍ତାଧାରା(Idea) ପୁରା ଦୁନିଆ ବଦଳାଇପରେ, ଆଜି ଆମେ ଜାଣିବା ସେହିପରି ଏକ ବୃହତ୍ତ ଏବଂ ଲାଭଦାୟକ ଚିନ୍ତାଧାରା ହାଇପରଲୁପ(Hyperloop) ବିଷୟରେ | ବର୍ତ୍ତମାନ, ସମୟର ମୂଲ୍ୟ ବଢ଼ିବାରେ ଲାଗିଛି ତେଣୁ ଯାତ୍ରା(Travel) ଏବଂ ଟ୍ରାଫିକ ଦ୍ଵାରା ସମୟ ନଷ୍ଟରୁ ରକ୍ଷାକରିବା ପାଇଁ ବହୁ ବିକଳ୍ପ ବାହାରୁଛି | ସେଥିପାଇଁ ତ ଆଜି ଆମେ ଶଗଡ଼ରୁ ଉଡ଼ାଜାହାଜ ପର୍ଯ୍ୟନ୍ତ ପହଞ୍ଚିଛନ୍ତି | ଆଉ ଏହା ପରର ବିକଳ୍ପ ହେଉଛି ହାଇପରଲୁପ(Hyperloop) | ଏହି ଟେକ୍ନୋଲୋଜି ନୂତନ ଏବଂ ରୋମାଞ୍ଚକର ଅଟେ | ଏହା ବିଷୟରେ ସମ୍ପୂର୍ଣ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହା କିପରି ସମ୍ଭବ ହୋଇପାରିବ, ଯାହା ଗମନାଗମନର ସଜ୍ଞା ପରିବର୍ତନ କରିପାରିବ | ଅର୍ଥାତ ଏହା ବୁଲେଟ ଟ୍ରେନଠାରୁ ବହୁଗୁଣ ଦ୍ରୁତଗତିରେ ଯାତ୍ରାକରିବ | ଆସନ୍ତୁ ଜାଣିବା ଏହି ଟେକ୍ନୋଲୋଜି ବିଷୟରେ ସମ୍ପୂର୍ଣ ତଥ୍ୟ |

ହାଇପରଲୁପ(Hyperloop) କ’ଣ ?

ହାଇପରଲୁପ ଏପରି ଏକ ଟେକ୍ନୋଲୋଜି ଯାହା ସବୁପ୍ରକାରର ପରିବହନର ସମସ୍ୟାକୁ ସମାଧାନ କରିଥାଏ, ଯାହା ଦ୍ୱାରା ପରିବହନର ବେଗ(Speed) କମିଯାଇଥାଏ ଏବଂ ଏହି ଦୁଇ ସମସ୍ୟା ହେଲା ଘର୍ଷଣ(Friction) ଏବଂ ବାୟୁ ପ୍ରତିରୋଧ(Air Resistance) | ଅର୍ଥାତ ଏହି ଟେକ୍ନୋଲୋଜି ଦ୍ୱାରା ଘର୍ଷଣ(Friction)ଏବଂ ବାୟୁ ପ୍ରତିରୋଧ(Air Resistance)ର ସମସ୍ୟା ଦୂର ହେବ ଫଳରେ ଅଧିକତମ ଗତି ବା ସୁପର ସ୍ପୀଡ଼ରେ ଯାତ୍ରା କରିହେବ | ହାଇପରଲୁପ ଟେକ୍ନୋଲୋଜିରେ ଏକ ଲମ୍ବା ଭାକ୍ୟୁମ୍ ଟ୍ୟୁବ୍(Vacuum tube) ଏବଂ କ୍ୟାପସୁଲ୍(capsule) ଭଳି ବିଭାଗ(Compartment) ଥାଏ, ଯାହାକୁ ପୋଡ(Pod) କୁହାଯାଏ | ଏହି ପଡ(Pod) ଭାକ୍ୟୁମ୍ ଟ୍ୟୁବ୍(Vacuum tube)ରେ ଦ୍ରୁତ ଗତିରେ ଯାଇଥାଏ |ଏହି ଟ୍ୟୁବ୍କୁ ଲୁପ(Loop) କୁହାଯାଏ | ଏହି ଟେକ୍ନୋଲୋଜିରେ ଲୁପ(Loop) ଦ୍ୱାରା ଯାତ୍ରା ବା ପରିବହନ କରାଯାଏ , ତେଣୁ ଏହି ଟେକ୍ନୋଲୋଜିକୁ ହାଇପରଲୁପ(Hyperloop) କୁହାଯାଏ |ଅନୁଭବ କରନ୍ତୁ ଯେ ଆପଣ ଏକ ଷ୍ଟିଲ ନିର୍ମିତ ଭାକ୍ୟୁମ୍ ଟ୍ୟୁବ୍(Vacuum tube)ରେ ଅଛନ୍ତି ଏବଂ ସୁପର ଫାଷ୍ଟ ଗତିରେ ଏକ ଲୁପରେ ଯାତ୍ରା କରୁଛନ୍ତି । ଏହାକୁ ଚିନ୍ତା କରିଲେ ମଧ୍ୟ ଏହା ଆଶ୍ଚର୍ଯ୍ୟ ଲଗେ, କାରଣ ଆପଣ କେବଳ ଗବେଷଣାଗାରରେ ଭାକ୍ୟୁମ୍ ତିଆରି ହେବାର ଦେଖିଥିବେ । ଭାକ୍ୟୁମ୍ ଅର୍ଥାତ୍ ଖାଲି ବା ଶୂନ୍ୟ । ଭାକ୍ୟୁମ୍ ଟ୍ୟୁବ୍(Vacuum tube) ଅର୍ଥାତ୍ ବାୟୁ ନଥିବା ଟ୍ୟୁବ୍ । ଏହି ଟେକ୍ନୋଲୋଜିରେ ଆପଣ ଯେଉ ପୋଡ(Pod)ରେ ଯାତ୍ରା କରିବେ, ସେଠାରେ ବହୁତ୍ କମ୍ ବାୟୁ ଥିବ । ଏହି ଭାକ୍ୟୁମ୍ ଟ୍ୟୁବ୍ରୁ ପୁରା ବାୟୁ ବାହାର କରାଯାଏ ନାହିଁ, କେବଳ ଅଳ୍ପ ବାୟୁ ରଖାଯାଏ । ବାୟୁ କମ୍ ହେବା ଫଳରେ ଘର୍ଷଣ(Friction) କମ୍ ହୋଇଯାଇଥାଏ । ଏବଂ ଗତି ବଢ଼ାଇବା ପାଇଁ ଶକ୍ତି ମଧ୍ୟ କମ୍ ଉପଯୋଗ ହୋଇଥାଏ ।

ହାଇପରଲୁପ(Hyperloop) କାମ କିପରି କରିଥାଏ:

ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ପାଇଁ ଏକ ଟ୍ୟୁବ୍ ର ଉପଯୋଗ କରାଯାଏ । ଏହି ଟ୍ୟୁବ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଲମ୍ବିଥାଏ  ଏବଂ ଏହାକୁ ପିଲର(Pillar) ଦ୍ଵାରା ସ୍ଥିର ଭାବରେ ରଖାଯାଏ । ଏହି ଟ୍ୟୁବରେ ଛୋଟ ଛୋଟ ପୋଡ(Pod) ଦ୍ବାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିପାରିବେ । ଏଥିରେ ଦୁଇ ପ୍ରକାରର ଟେକ୍ନୋଲୋଜିର ଉପଯୋଗ କରାଯାଏ । ଚୁମ୍ବକୀୟ ଉତ୍ତୋଳନ(Magnetic Levitation) ଏବଂ ବାୟୁ ଚାପ( Air Pressure) । ଏହା ଦ୍ଵାରା ପୋଡ(Pod) ଏବଂ ଟ୍ୟୁବ ମଧ୍ୟରେ ଘର୍ଷଣ(Friction) ହୋଇନଥାଏ । ତେଣୁ ପୋଡ(Pod)ର ଗତି ବହୁତ୍ ଅଧିକ ହୋଇଥାଏ ଏବଂ ହାଇପରଲୁପ(Hyperloop) ପ୍ରାୟ ୧୨୦୦ କିଲୋ ମିଟର ପ୍ରତି ଘଣ୍ଟା ଗତି କରିପରେ । ଏହା ଶବ୍ଦର ବେଗ ସଂଗେ ସମାନ ହୋଇଥାଏ | ଅର୍ଥାତ୍ ଏହା ଶବ୍ଦର ବେଗରେ ଯାତ୍ରା କରିଥାଏ ବା ଏହା ସୁପର ସ୍ପିଡ୍ ଯାତ୍ରାକୁ ପ୍ରୋତ୍ସାହନ ଦେଇଥାଏ । ଟ୍ୟୁବରେ ଚାଲୁଥିବା ପୋଡ(Pod)ରେ ଦୁଇ ପ୍ରକାରର ବଳ, ଚୁମ୍ବକୀୟ ଏବଂ ବାୟୁର ବଳ ପ୍ରୟାଗ ହୋଇଥାଏ । ଯିଏକି ପୋଡ(Pod)କୁ ଗତିକରିବା ସହ ହାୱାରେ ଉଠାଇ ରଖିବାରେ ସାହାର୍ଯ୍ୟ କରିଥାଏ ।

କିପରି ହାଇପରଲୁପ(Hyperloop) ଟେକ୍ନୋଲୋଜିର ଆରମ୍ଭ ହୋଇଥିଲା : 

ଏହି ଚିନ୍ତାଧାରା ୨୦୦ ବର୍ଷ ପୁରୁଣା ଅଟେ । ୧୭୯୯ରେ ବ୍ରିଟିଶ ନିର୍ମାତା ଜର୍ଜ ମେଡହର୍ଷ୍ଟ(George Medhurst) ଗମନାଗମନ ପାଇଁ ଏକ ବାୟୁ ଅନୁପାତ ଟ୍ୟୁବ୍(Air Proportion tube) ପ୍ରସ୍ତାବ ରଖିଥିଲେ । ଏହାର ଏତେ ବର୍ଷପରେ ୨୦୧୩ରେ ଟେସଲା ମୋଟର୍ସ(Tesla Motors) ଏବଂ ସ୍ପେସ୍ ଏକ୍ସ(SpaceX)ର ସିଇଓ(CEO) ଏଲୋନ୍ ମସ୍କ(Elon Musk) ଏହାର ଉପସ୍ଥାପନ କରିଥିଲେ । ସେ ଏହାର ଡିଜାଇନ ମଧ୍ୟ ପ୍ରସ୍ତୁତ କରିଥିଲେ । ତାଙ୍କ ମତରେ ଏହା ଟ୍ରେନଠାରୁ ବହୁତ ଦୃତଗତିରେ ଯାତ୍ରା କରିବ, କାର ଠାରୁ ମଧ୍ୟ ସୁରକ୍ଷିତ ଅଟେ ଏବଂ ଉଡାଜାହାଜ ଠାରୁ ମଧ୍ୟ କମ୍ ପ୍ରଦୂଷଣ କାରି ଅଟେ । ତାଙ୍କର ଏହି ଚିନ୍ତାଧାରା(Idea) ଏବଂ ଟେକ୍ନୋଲୋଜିକୁ ଖୋଲାଖୋଲି ଭାବରେ ଅଂଶୀଦାର(Share) କରିଥିଲେ । ସେ ହାଇପରଲୁପ ଟେକ୍ନୋଲୋଜିର ବିକାଶ ପାଇଁ ସମସ୍ତଙ୍କୁ ଅଧିକାର ଦେଇଛନ୍ତି । ଯଦ୍ୱାରା ଏହି ଟେକ୍ନୋଲୋଜି ଖୁବ ଶୀଘ୍ର ଉପଯୋଗ ହୋଇପାରିବ । ଏଥିପାଇଁ ବହୁ କମ୍ପାନୀ ଯେପରି ଭର୍ଜିନ୍ ହାଇପରଲୋପ୍ ୱାନ୍(Virgin Hyperloop One), ଏଚଟିଟି(HTT), ଟ୍ରାନ୍ସପୋଡ୍(TransPod), ଏବଂ ଏରିଭୋ(Arrivo), ଏହି ଟେକ୍ନୋଲୋଜି ଉପରେ କାର୍ଯ୍ୟରତ । କେତେକ କମ୍ପାନୀ ଏହି ପ୍ରକଳ୍ପକୁ ୨୦୨୧ ସୁଦ୍ଧା ଆରମ୍ଭ କରିବାର ନିଷ୍ପତ୍ତି ନେଇଛନ୍ତି ।
ଏହି ଟେକ୍ନୋଲୋଜି ବହୁତ ପୁରୁଣା କିନ୍ତୁ ଏହାକୁ ଆହୁରି ଉନ୍ନତ ଏବଂ ସୁରକ୍ଷିତ କରିବାପାଇଁ ପ୍ରଚେଷ୍ଟା ଚାଲିଛି । ବର୍ତମାନ କିଛି ସ୍ଥାନରେ ଏହି ପ୍ରକଳ୍ପର ଆରମ୍ଭ କରାଯାଉଛି ଯେପରି ନିଉୟର୍କ ଠାରୁ ୱାଶିଂଟନ, ପୁନେ ଠାରୁ ମୁମ୍ବାଇ, କାନସାସ ସିଟି ଠାରୁ ସେଣ୍ଟ ଲୁଇସ୍, ବ୍ରାଟିଶ୍ଲାଭା ଠାରୁ ବ୍ରନ, ଏବଂ ବିଜୟୱାଡା ଠାରୁ ଅମରାବତୀ । ଏହାପରେ ଧୀରେ ଧୀରେ ଅନ୍ୟ ସ୍ଥାନ ମାନଙ୍କରେ ଆରମ୍ଭ ହେବ ।
hyperloop, hyperloop india, hyperloop train, hyperloop pod, hyperloop speed, hyperloop technology, hyperloop meaning, hyperloop one, hyperloop transportation, KnowledgeOdia, Science and Technology, Inovation, Idea, Odia

 

ହାଇପରଲୁପ(Hyperloop) ଟେକ୍ନୋଲୋଜିର ଉପକାରିତା:

  • ଏହା ଦ୍ଵାରା ଘଣ୍ଟାଘଣ୍ଟାର ଯାତ୍ରାକୁ କିଛି ମିନିଟରେ ଯାତ୍ରା କରିପାରିବେ ।
  • ଏଥିରେ ଆପଣ ବସିବାପରେ ଗନ୍ତବ୍ୟସ୍ଥଳ ହିଁ ପହଞ୍ଚିବେ, କାରଣ ଏହା ଟ୍ରେନ ପରି ମଝିମଝିରେ ରହିବ ନାହିଁ ।
  • ଏହାର କିଛି ଗମନାଗମନର ସୂଚୀ ବା ବିବରଣୀ ରହିବ ନାହିଁ । ଆପଣ ଯେତେବେଳେ ଚାହିଁବେ ସେତେବେଳେ ଯାଇପାରିବେ ।
  • ଏଥିରେ ପରିବହନ ଖର୍ଚ୍ଚ କମ୍ ହୋଇଥାଏ ତେଣୁ ଆପଣଙ୍କ ଟିକେଟର ଦାମ୍ ମଧ୍ୟ ଅନ୍ୟ ଟ୍ରେନ ତୁଳନାରେ ବହୁତ୍ କମ୍ ରହିବ ।
  • ଏହା ଭୂମିକମ୍ପ ଏବଂ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୁରକ୍ଷିତ ରହିବ ।
  • ଏହା ଦ୍ଵାରା କୌଣସି ପରିବେଶ ପ୍ରଦୂଷଣର ସମ୍ଭାବନା ରହିବ ନାହିଁ ।

ହାଇପରଲୁପ(Hyperloop) ଟେକ୍ନୋଲୋଜିର ଅପକାରିତା:

  • ଏଥିରେ ସ୍ଥାନ କମ୍ ରହିବା ଫଳରେ, ଚଳପ୍ରଚଳ ହେବ ସମ୍ଭବ ନୁହେଁ ।
  • ଏହାର ବେଗ ବହୁତ ଅଧିକ ଥିବାରୁ, ପ୍ରାରମ୍ଭରେ ଆପଣଙ୍କୁ ମୁଣ୍ଡ ବୁଲେଇବା ବା ମୁଣ୍ଡବ୍ୟଥା ଅନୁଭବ ହୋଇପାରେ ।
  • ଏହି ପ୍ରକଳ୍ପ ପାଇଁ କିଛି ବୃକ୍ଷ କାଟିବାକୁ ପଡ଼ିବ ଯଦ୍ୱାରା ପରୋକ୍ଷରେ ପରିବେଶ ପ୍ରତି କ୍ଷତିକାରକ ।
ଏହି ଟେକ୍ନୋଲୋଜି କୁ ସମ୍ପୂର୍ଣ୍ଣ ଭାବରେ ଆରମ୍ଭ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖିନ ମଧ୍ୟ କରିବାକୁ ପଡ଼ିପାରେ । ଉନ୍ନତ ଭିତ୍ତିଭୂମିର ନିର୍ମାଣ ଏବଂ ତାପମାତ୍ରାରେ ପରିବର୍ତ୍ତନ ଦ୍ଵାରା ଟ୍ୟୁବ୍ ସଙ୍କୁଚିତ ବା ପ୍ରସାରିତ ହେବାର ଭୟ ମଧ୍ୟ ରହିଅଛି । ଏହିପରି କିଛି ସମସ୍ୟାର ସମାଧାନ ପରେ ଏବଂ ଏହାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ପରେ, ମାନବ ଯାତ୍ରା ଉପରେ ଗୁରୁତ୍ଵ ଦିଆଯିବ ।

Leave a Reply

Your email address will not be published. Required fields are marked *