ଜାଣନ୍ତୁ ଜାପାନ(Japan) କିପରି ନିଜକୁ ଶୃଙ୍ଖଳିତ ଏବଂ କର୍ମନିଷ୍ଠ କରିପାରୁଛି |

Learn how Japan can be disciplined and efficient, ଜାଣନ୍ତୁ ଜାପାନ(Japan) କିପରି ନିଜକୁ ଶୃଙ୍ଖଳିତ ଏବଂ କର୍ମନିଷ୍ଠ କରିପାରୁଛି , KnowledgeOdia, japan culture, japan culture facts, japanese culture and customs, basics of japanese culture, japanese religion, what is kaizen process, kaizen training, kaizen meaning, kaizen, odia, Odisha, Education, Success, Growth, Develope

 

       ଜାପାନ(Japan) ନାମ ଶୁଣିଲେ ଆମକୁ ଉନ୍ନତ ଟେକ୍ନୋଲୋଜି ବିଷୟରେ ମାନେ ପଡେ । ଜାପାନ(Japan) ଉପରେ 2ଟି ପରମାଣୁ ବୋମା ଆକ୍ରମଣ ହୋଇଥିଲା ଏବଂ ଏହି କ୍ଷତିକୁ ଭରଣ କରି ଆଜି ଏହା ଉନ୍ନତଶିଳ ଦେଶ ନାମରେ ପରିଚିତ ହୋଇଛି। ଏଠାରେ ବର୍ଷର ଥରେ କିମ୍ବା ଦୁଇଥର ଭୂମି କମ୍ପା ହେବ ସୁନିଶ୍ଚିତ, ଏହାର କ୍ଷେତ୍ରଫଳ କେବଳ 4 ଲକ୍ଷ କିଲୋମିଟର ଏବଂ ଏଠାରେ କୌଣସି ଖଣିଜ ପଦାର୍ଥ ନାହିଁ ଏପରି ପରିସ୍ଥିତିରେ ମଧ୍ୟ ଏହି ଦେଶ ଏତେ ଆଗକୁ କିପରି ଯାଇପାରିଲା | ଯେତେବେଳେ ଅଧିକାଂଶ ଦେଶ କରନା କବଳରେ ଭୟଭୀତ ଥିଲେ । ସେମାନେ ନିଜର କାର୍ଯ୍ୟଶୈଳୀକୁ ପରିବର୍ତ୍ତନ କରି କରୋନା ସହ ନିଜ ଦୈନଦିନ କାମରେ ଲାଗିଗଲେ ।  ସେମାନେ ନିଶ୍ଚିତ ଥିଲେ ଯେ କରୋନା ବହୁ ସମୟ ଧରି ଆକ୍ରାନ୍ତ କରିବ । ତେଣୁ ସେମାନେ ସତର୍କ ହୋଇ କାମ କରିଚାଲିଲେ |

 

ଜାପାନ(Japan) କିପରି ନିଜକୁ ଶୃଙ୍ଖଳିତ ଏବଂ କର୍ମନିଷ୍ଠ କରିପାରୁଛି

     ଜାପାନ(Japan) ଏକ ଶକ୍ତିଶାଳୀ ଦେଶ ଅଟେ । ଏଠାର ଲୋକ ମାନଙ୍କର ଚିନ୍ତାଧାରା ବହୁତ ଉନ୍ନତ ଏବଂ ସେମାନେ ବହୁତ ବୁଦ୍ଧିମାନ ଅଟନ୍ତି । ତେଣୁ ଜାପାନ ନିଜର ଦେଶକୁ ଏତେ କମ୍ ସମୟରେ ବହୁତ ଉନ୍ନତ କରିପାରିଲ। | ସେମାନଙ୍କର ସଂସ୍କୃତି(Culture)ରେ କିଛି ନିୟମ ଅଛି, ଯଦ୍ୱାରା ସେମାନେ ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିପାରୁଛନ୍ତି ।  କିନ୍ତୁ ଆମ ଦେଶର ସଂସ୍କୃତିରେ ମଧ୍ୟ ବହୁକିଛି ନିୟମ ଅଛି କିନ୍ତୁ ଭାରତୀୟ ମାନେ ସେହି ନୀତି ନିୟମକୁ ଠିକ ଭାବରେ କାର୍ଯ୍ୟକାରୀ କରୁନାହାନ୍ତି । ଜାପାନୀମାନେ ବହୁତ ଶୃଙ୍ଖଳିତ ଅଟନ୍ତି । ଏହା ସହ ତାଙ୍କ ଦ୍ଵାରା ପ୍ରଚଳିତ ଅନ୍ୟ ଏକ ନିୟମ କାଇଜେନ୍(Kaizen) । ଏହା ଏକ ମାଧ୍ୟମ ବା ପ୍ରଣାଳୀ ଯାହାକୁ ସେମାନେ ନିଜର ଶୃଙ୍ଖଳା ଏବଂ କାର୍ଯ୍ୟଦକ୍ଷତାକୁ ବୃଦ୍ଧିକରିବା ପାଇଁ ବ୍ୟବହାର କରନ୍ତି । ଦ୍ଵିତୀୟ ବିଶ୍ଵଯୁଦ୍ଧପରେ ଜାପାନ(Japan) ଏହି ପ୍ରଣାଳୀକୁ ବହୁଳ ବ୍ୟବହାର କରୁଥିଲା । କାଇଜେନ୍(Kaizen) ଦୁଇଟି ଶବ୍ଦର ମିଶ୍ରଣ ଅଟେ, ଯଥା କାଇ(Kai) ଏବଂ ଜେନ(zen) । କାଇ(Kai) ମାନେ ଛୋଟ ପରିବର୍ତ୍ତନ ଏବଂ ଜେନ(zen)ର ଅର୍ଥ ଭଲ ଅର୍ଥାତ୍ କିଛି ଛୋଟ ଛୋଟ ପରିବର୍ତ୍ତନ ଭଲପାଇଁ ହୋଇଥାଏ ବା ନିରନ୍ତର ଉନ୍ନତି କରିବା | କାଇଜେନ୍(Kaizen)କୁ ମାସାକି ଇମାଇ(Masaki Imai) ପ୍ରଚଳିତ କରିଥିଲେ | ତାଙ୍କ ମତରେ କାଇଜେନ୍(Kaizen) ସବୁ କ୍ଷେତ୍ରରେ ଉପଯୋଗ ହୋଇପାରିବ, କେବଳ ଜାଣିବା ଦରକାର ଯେ କେଉଁ କେଉଁ କ୍ଷେତ୍ରରେ ଏହାକୁ ଉପଯୋଗ କରିପାରିବା ।

କାଇଜେନ୍(Kaizen) କିପରି କାମ କରିଥାଏ ?

     କାଇଜେନ୍(Kaizen) କହୁଛି ଯେ ଆପଣ ନିଜ କାମକୁ ଏତେ ଛୋଟ କରିଦିଅ ଯେପରି ଏହି ଛୋଟ କାମ ଆପଣଙ୍କ ପାଇଁ ସହଜ ହୋଇଯିବ | ଅର୍ଥାତ କାମକୁ ସହଜ କରିଦିଅ |ଆସନ୍ତୁ ଉଦାହରଣ ଦ୍ଵାରା ଏହାକୁ ବୁଝିବା, କିଛି ଚିକତ୍ସା ବିଜ୍ଞାନୀ ଏକ ବଡ଼ ଅଫିସକୁ ଗଲେ, ଯେଉଁଠି କର୍ମଚାରୀମାନେ ସକାଳ 9ଟା ରୁ 5ଟା ପର୍ଯ୍ୟନ୍ତ କାମକରୁଥିଲେ | ସେଠାରେ ସପ୍ତମ ଫ୍ଲୋର କର୍ମଚାରୀଙ୍କ ସହ କଥା ହେଲେ, ସେଠାରେ କାମକରୁଥିବା ଅଧିକାଂଶ କର୍ମଚାରୀ ବ୍ୟାୟାମ କରୁନଥିଲେ | ସେମାନଙ୍କୁ ବ୍ୟାୟାମର ଉପକାରିତା ବିଷୟରେ ବୁଝାଇଲେ | କିପରି ବ୍ୟାୟାମ ଶାରୀରିକ ସୁସ୍ଥ ସହିତ ମାନସିକ ସୁସ୍ଥ ମଧ୍ୟ ରଖିଥାଏ, ଏହା ଦ୍ୱାରା କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିପାରିବେ | ଅର୍ଥାତ ବର୍ତ୍ତମାନ 5-6 ଘଣ୍ଟାରେ ଯେତିକି କାମ କରୁଥିଲେ ସେତିକି କାମ 2-3 ଘଣ୍ଟା ମଧ୍ୟରେ କରିପାରିବେ | ଗବେଷକମାନେ ସେହି କର୍ମଚାରୀ ମାନଙ୍କୁ ଦୁଇବର୍ଷର ଜିମ ସହିତ ବ୍ୟାୟାମ ଉପକରଣ ମାଗଣାରେ ଯୋଗାଇଦେଲେ ଏବଂ ଯଦି ନିଜକୁ ବ୍ୟାୟାମ ଦ୍ୱାରା ସୁସ୍ଥ ରଖିବେ ତେବେ ମେଡିକାଲ ଦ୍ୱାରା ସାର୍ଟିଫିକେଟ ମିଳିବ | ଏହିପରି ସେମାନଙ୍କୁ ବ୍ୟୟାମ କରିବାକୁ ପ୍ରେରଣା ଦିଆଗଲା | ପରେ ସେମାନେ ଏକାଦଶ ଫ୍ଲୋର କର୍ମଚାରୀଙ୍କ ପାଖକୁ ଗଲେ ଏବଂ ସେମାନଙ୍କୁ ମଧ୍ୟ ବ୍ୟାୟାମର ଉପକାରିତା ବିଷୟରେ ବୁଝାଇଲେ କିନ୍ତୁ ସେମାନଙ୍କୁ ମାଗଣାରେ କିଛି ଉପକରଣ ଦିଆଗଲା ନାହିଁ | ସେମାନଙ୍କୁ କୁହାଗଲା ଯେ ସେମାନେ କେବଳ ସିଡ଼ିରେ ଗୋଟିଏ ଫ୍ଲୋର ଉପରକୁ ଚଢ଼ିବ ଏବଂ ଫେରି ଆସିବ ଏବଂ ପରଦିନ ଗୋଟିଏ ଫ୍ଲୋର ପରେ ଆଉ ଗୋଟିଏ ସିଡ଼ି ଚଢି ଫେରିଆସିବ | ଏହିପରି ପରଦିନ କେବଳ ଗୋଟିଏ ସିଡ଼ି ଅଧିକ ଚଢ଼ିବାକୁ ନିର୍ଦେଶ ଦିଆଗଲା |

 

       ଏହା ପରେ ଦୁଇବର୍ଷ ପରେ ଏହି ଅଫିସକୁ ଗବେଷକମାନେ ଆସିଲେ | ସେମାନଙ୍କର ଅଧ୍ୟୟନରୁ ଜଣ ପଡିଲା ଯେ ଏକାଦଶ ଫ୍ଲୋରର କର୍ମଚାରୀ ମାନେ ସପ୍ତମ ଫ୍ଲୋର କର୍ମଚାରୀ ତୁଳନାରେ 70% ଅଧକ ସୁସ୍ଥ ଅଛନ୍ତି | ଏଥିରୁ ଜଣାପଡିଲା ଯେ ଛୋଟ ଛୋଟ ପଦକ୍ଷେପ ବା ପରିବର୍ତ୍ତନ ଲମ୍ବା ରାସ୍ତା ପାଇଁ ଲାଭଦୟକ ହୋଇଥାଏ | ଅର୍ଥାତ ଆପଣଙ୍କୁ ଯଦି ଆପଣ ବହି ପଢିବା ଅଭ୍ୟାସ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମଦିନ କେବଳ ସେହି ବହିକୁ ଦେଖିକରି ରଖିଦିଅନ୍ତୁ | ଦ୍ୱିତୀୟ ଦିନ ବହିଟିକୁ ଖୋଲନ୍ତୁ, ଲେଖକଙ୍କ ନାମ ଏବଂ ତାଙ୍କ ବିଷୟରେ ପଢି ରଖିଦିଅନ୍ତୁ | ତୃତୀୟ ଦିନ ବହିର ପ୍ରଥମ ଅନୁଚ୍ଛେଦ ପଢି ରଖିଦିଅନ୍ତୁ | ଏହିପରି ଧୀରେ ଧୀରେ ଆରମ୍ଭ କରନ୍ତୁ ଦେଖିବେ 5-6 ମାସ ମଧ୍ୟରେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିବ | ଯଦି ଆପଣ ଏହି କାମକୁ ଏକାଥରକେ ଅଭ୍ୟାସରେ ପରିଣତ କରିବାକୁ ଚେଷ୍ଟାକରିବେ ତେବେ କିଛିଦିନ ମଧ୍ୟରେ ଆପଣ ଅସଫଳ ହେବେ | କାଇଜେନ୍(Kaizen) ଦ୍ୱାରା ଆପଣ ନିଜର ଅଭ୍ୟାସ ବଢାଇବା ସହିତ ନିଜର ଖରାପ ଅଭ୍ୟାସକୁ ମଧ୍ୟ ବନ୍ଦ କରିପାରିବେ |

 

      ” ଆଜି ନାହିଁ ଏହିକାମ କାଲି କରିଦେବି, ସନ୍ଧ୍ୟାରେ କରିଦେବି, ଏହି କାମ ପାଇଁ ବହୁତ ସମୟ ଅଛି ” ଏହି ସବୁ ବକ୍ତବ୍ୟ ଆପଣଙ୍କ ଜୀବନରେ ଆଗକୁ ଯିବାକୁ ରୋକିଥାଏ | କାଇଜେନ୍(Kaizen) ସାହାର୍ଯ୍ୟରେ ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିପାରିବେ | ଏକ ମୁଖ୍ୟ କଥା ହେଲା ଦୁନିଆରେ କୌଣସି ବି ଜୀବିତ ବା ମୃତ ବସ୍ତୁ ପରିବର୍ତ୍ତନକୁ ଗ୍ରହଣ କରିନଥାଏ | ଯେପରି ନିଉଟନଙ୍କ ପ୍ରଥମ ନିୟମ, ବାହ୍ୟ ଵଳ ପ୍ରୟୋଗ ନ ହେବା ପର୍ଯ୍ୟନ୍ତ ସ୍ଥିର ବସ୍ତୁ ସ୍ଥିର ରହିଥାଏ ଏବଂ ଗତିଶୀଳ ବସ୍ତୁ ଗତିକରିଥାଏ | ଅର୍ଥାତ କୌଣସି ବସ୍ତୁକୁ ପରିବର୍ତ୍ତନ ପସନ୍ଦ ନାହିଁ ଯେଉଁ ପର୍ଯ୍ୟନ୍ତ ତାକୁ ବଳ ପ୍ରୟୋଗ ହୋଇନାହିଁ |

 

       ଏହିପରି ଆପଣଙ୍କ ମନ ନିଜର ଅଗ୍ରାହ୍ୟ କାମ କରିବା ପାଇଁ ଇଛୁକ ଥାଏ | ଏହା ଭଲ କିମ୍ବା ଖରାପ ଅଭ୍ୟାସ ହେଉନା କାହିଁକି | ଯଦି ଆପଣ ନିଜର ପସନ୍ଦିତା କାମରେ ବ୍ୟସ୍ତ ଥିବେ ଏବଂ ଆପଣଙ୍କୁ କିଏ ବାରଣ କରିଥାଏ ତେବେ ଆପଣଙ୍କୁ ବିରକ୍ତି ଭାବ ଆସିବ | କାରଣ ଆପଣଙ୍କୁ ସେହି କାମ କରିବାକୁ ମଜା ଲାଗିଥାଏ | ତେଣୁ ଆପଣଙ୍କୁ ଯଦି କୌଣସି କାମ କରିବାକୁ ଅଛି ତେବେ ବିଚଳିତ ନ ହୋଇ ଧୀରେ ଧୀରେ କାମକୁ ଆରମ୍ଭ କରନ୍ତୁ | ଯେପରି ପ୍ରଥମଦିନ କାମଟିକୁ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ, ଏହାପରେ ଯୋଜନା କରନ୍ତୁ | ପରଦିନ ଏହି କାମକୁ କିଛି ସମୟ ପାଇଁ କରନ୍ତୁ ଏବଂ ଏହିପରି କାମକୁ ଧୀରେ ଧୀରେ ବୃଦ୍ଧି କରନ୍ତୁ | ଏହିପରି କରିବା ଦ୍ୱାରା ଧୀରେ ଧୀରେ ଆପଣ ଏହି କାମ ପ୍ରତି ଆଗ୍ରହ ସୃଷ୍ଟି କରିପାରିବେ ଏବଂ ନିଜର କାର୍ଯ୍ୟ ଦକ୍ଷତାକୁ ମଧ୍ୟ ବୃଢ଼ କରିପାରିବେ |

 

     ବହୁତ ଲୋକ ଅଛନ୍ତି ଯେଉଁମାନେ କୌଣସି କାମକୁ ଠିକରେ ଆଗକୁ ନେଇପାରନ୍ତି ନାହିଁ କାରଣ ସେମାନେ ଏକ ସମୟରେ ବହୁତ କିଛି କାମ କରିବାକୁ ଚେଷ୍ଟା କରିଥାନ୍ତି | ଯାହା କାମରୁ ଶୀଘ୍ର ଥକାପଣ ଦେଇଥାଏ ଏବଂ କାମ ବନ୍ଦ ହୋଇଯାଏ | କାରଣ ଆମ ମନକୁ ପରିବର୍ତ୍ତନ ପସନ୍ଦ ନାହିଁ ତେଣୁ ଆପଣ ଧୀରେ ଧୀରେ ନିଜ କାମରୁ ଓହରିଯିବେ | ତେଣୁ ସବୁବେଳେ ଆମକୁ ଲମ୍ବା ରାସ୍ତା ବାଛିବାକୁ ପଡିବ | ଯଦି ଆପଣ କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ କାମଟିକୁ ଧୀରେ ଧୀରେ ଆରମ୍ଭ କରନ୍ତୁ | ଯାହା ଦ୍ୱାରା ଆପଣଙ୍କ ମସ୍ତିସ୍କକୁ ପରିବର୍ତ୍ତନକୁ ସମ୍ଭାଳି ପାରିବ ଏବଂ ଏହିପରି କାମକୁ ଧୀରେ ଧୀରେ ବୃଦ୍ଧି କରନ୍ତୁ | ଆପଣଙ୍କ ମସ୍ତିସ୍କ ଧୀରେ ଧୀରେ ଏହି କାମରେ ଅଭ୍ୟସ୍ତ ହୋଇଯିବ ଏବଂ କାମଟି ଆପଣଙ୍କୁ ଆଗ୍ରହ ଲାଗିବ |

 

     କାଇଜେନ ଶିକ୍ଷା ଦିଏ ଯେ ଅଭ୍ୟାସ ଜୀବନରେ ସଫଳ ଆଣିଦିଏ | ପ୍ରେରଣାଦାୟକ ଭାଷଣ(Motivation speech) ମଧ୍ୟ ଏହିପରି ଉପଯୋଗ ହୋଇନଥାଏ | ଆପଣ ମଧ୍ୟ ଜାଣିଥିବେ, ପ୍ରେରଣାଦାୟକ ଭାଷଣ(Motivation speech) ଆପଣଙ୍କ ମନକୁ କିଛି ଦିନ ପାଇଁ ଆଗ୍ରହ ଜାତ କରିଥାଏ ଏବଂ ପରେ ଆପଣ ପୂର୍ବ ପରି ହୋଇଯାଆନ୍ତି | କାଇଜେନ ଏହା ଶିକ୍ଷା ଦିଏ ଯେ, ନିଜର ସମସ୍ୟାକୁ ବଡ ବୋଲି ଚିନ୍ତା କରନ୍ତୁ ନାହିଁ ଏବଂ ନିଜ କାମରେ କେବେ ସମସ୍ୟା ତିଆରି କରନ୍ତୁ ନାହିଁ | କାମକୁ ଆରମ୍ଭ କରିବା ପାଇଁ କିଛି ପରିବର୍ତ୍ତନ ଦରକାର ଏବଂ ସେହି ପରିବର୍ତ୍ତନ ଛୋଟ ଛୋଟ ପରିବର୍ତ୍ତନରୁ ଆରମ୍ଭ ହୋଇଥାଏ ଏବଂ ଏହି ଛୋଟ ଛୋଟ ପରିବର୍ତ୍ତନ ଆପଣଙ୍କ ଜୀବନରେ ଏକ ବୃହତମ ପରିବର୍ତ୍ତନ ଆଣିଦେବ ଏବଂ ଆପଣ ଦିନେ ଏକ ପ୍ରଭାବଶାଳୀ ବ୍ୟକ୍ତି ରୂପରେ ପରିଚତ ହେବେ |

ସବୁବେଳେ ସକାରାତ୍ମକ(Positive) ରୁହ |

Share this Article….

Leave a Reply

Your email address will not be published. Required fields are marked *