ଆଲଗୋରିଦମ (Algorithm) କ’ଣ ଏବଂ ଏହାର ଉପକାରିତା

ଆଲଗୋରିଦମ(Algorithm)ର ଉପଯୋଗ ଆଜି ବହୁ ଟେକ୍ନୋଲୋଜି କ୍ଷେତ୍ରରେ ବ୍ୟବହୃତ ହେଉଛି । ଏହାକୁ ପ୍ରୋଗ୍ରାମିଙ୍ଗ ପୂର୍ବରୁ ବ୍ୟବହାର କରାଯାଏ । ଯାହା ଫଳରେ ଭଲ ଏବଂ ସଠିକ୍ ପ୍ରୋଗ୍ରାମ ତିଆରି କରାଯାଇପାରିବ । ଆଲଗୋରିଦମକୁ କୌଣସି ପ୍ରକାରର ସମସ୍ୟାକୁ ସମାଧାନ କରିବାରେ ବ୍ୟବହାର କରାଯାଏ । ଏହା ସମସ୍ୟାକୁ ବିଭିନ୍ନ ଷ୍ଟେପରେ ସମାଧାନ କରିଥାଏ । ଉଦାହରଣ ସ୍ୱରୂପ ଆପଣ କାହାକୁ କଲ୍ କରିବାକୁ ଚାହୁଛନ୍ତି । ଫୋନ୍ କରିବା ଏକ ସମସ୍ୟା ଅଟେ, କାରଣ ଏହାଦ୍ବାରା ଆପଣ କିଛି କାମ କରିବେ । ଏକ ସାମାନ୍ୟ କାମ କରିବାକୁ ମଧ୍ୟ କିଛି ପ୍ରକ୍ରିୟା(Process) କରିବାକୁ ପଡ଼ିବ । ସର୍ବପ୍ରଥମେ ଆପଣଙ୍କ ଫୋନ୍ ଅନ୍ ଅଛି ନା ନାହିଁ ଦେଖିବା । ଦ୍ଵିତୀୟ ଷ୍ଟେପ ସେହି ବ୍ୟକ୍ତିଙ୍କ ନମ୍ୱର୍ ଡାୟଲ୍ କରିବା । ତୃତୀୟ ଷ୍ଟେପ୍ ସେହି ବ୍ୟକ୍ତିର ଫୋନ୍ ରିଂ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା । ଚତୁର୍ଥ ଷ୍ଟେପରେ ଯଦି ସେହି ବ୍ୟକ୍ତି ଆପଣଙ୍କ କଲକୁ ରିସିଭ୍ କରୁଛି ତେବେ ଆପଣ କଥା ହୋଇପାରିବେ । ବନ୍ଧୁଗଣ ଆପଣ ବୁଝିପାରୁଥିବେ ଯେ କଲ୍ କରିବା ପରି ଏହି ଛୋଟ କାମ ପାଇଁ ମଧ୍ୟ ଏହି ଚାରୋଟି ଷ୍ଟେପ ଅନିର୍ବଜ୍ୟ ଅଟେ । ଆପଣ ଏହି ଷ୍ଟେପ ମଧ୍ୟରୁ କୌଣସି ଷ୍ଟେପକୁ ଛାଡିପାରିବେ ନାହିଁ କିମ୍ବା ପରିବର୍ତ୍ତନ କରିପାରିବେ ନାହିଁ । ଯଦି କୌଣସି ଷ୍ଟେପକୁ ପରିବର୍ତ୍ତନ କାରାଯାଏ ତେବେ କର୍ଯ୍ୟଟି କରିବା ସମ୍ଭବପର ନୁହଁ ଅର୍ଥାତ୍ ଆପଣ ସେହି ବ୍ୟକ୍ତିସହ ଫୋନରେ କଥା ହୋଇପାରିବେ ନାହିଁ । ସେହିପରି ପ୍ରତେକ ସମସ୍ୟାର ସମାଧାନକୁ ଏହିପରି ଷ୍ଟେପରେ କଲେ ସମାଧାନଟି ଠିକ୍ ରୂପରେ ହୋଇପାରିବ । ଏହିପରି ଷ୍ଟେପ ସମୂହକୁ ଆଲଗୋରିଦମ (Algorithm) କୁହାଯାଏ । 

ଆଲଗୋରିଦମ(Algorithm)ର ଲକ୍ଷଣ ବା ବିଶେଷତା କ’ଣ ?

ଆଲଗୋରିଦମର ବହୁ ଆବଶ୍ୟକତା ଏବଂ ବିଶେଷତା ରହିଥାଏ, ଯାହା ଏହାକୁ ପରିପୂର୍ଣ୍ଣ କରିଥାଏ । 

  • ଫାଇନାଇଟନେସ୍ (Finiteness): ଆଲଗୋରିଦମ ଯେତେ ସରଳ ଏବଂ କମ୍ ଷ୍ଟେପରେ ସମ୍ପୂର୍ଣ୍ଣ ହେବ ତାହା ସେତେ ଉନ୍ନତ ଏବଂ ସହଜ ହୋଇଥାଏ ।  
  • ସଠିକ୍ ବ୍ୟାଖ୍ୟା(Precisely Defined) : ଆଲଗୋରିଦମର ପ୍ରତେକ ଷ୍ଟେପ ବହୁତ ସରଳ ବା ସହଜ ହୋଇଥାଏ । ଯାହା ସମସ୍ତଙ୍କୁ ପଢ଼ିବା ଏବଂ ବୁଝିବା ପାଇଁ ସହଜ ହୋଇଥାଏ ।
  • ଇନପୁଟ(Input) : ଏକ ଭଲ ଆଲଗୋରିଦମ ସଠିକ୍ ଇନପୁଟ ଦେଇଥାଏ ।
  • ଆଉଟପୁଟ(output) : ଏହା ଇନପୁଟ ଉପରେ ନିର୍ଭର କରିଥାଏ ।  ଯେତେ ଭଲ ଇନପୁଟ ଥାଏ ଆଲଗୋରୀଦମରେ ସେତେ ଭଲ ଆଉଟପୁଟ ଆସିଥାଏ ।
  • ଫଳପ୍ରଦତା(Effectiveness): ଆଲଗୋରୀଦମ୍ ସବୁବେଳେ ସମସ୍ୟାର ସମାଧାନ କରିପାରୁଥିବା ଆବଶ୍ୟକ ଅର୍ଥାତ୍ ଏହାର କାର୍ଯ୍ୟକାରିତା ଲାଭଦାୟକ ହୋଇଥାଏ ।
  • ସ୍ପଷ୍ଟ(Unambiguous): ଆଲଗୋରୀଦମ୍ ସଠିକ୍ ଏବଂ ସ୍ପଷ୍ଟ ହେବ ଜରୁରୀ ଅଟେ । ଯେଉଁଥିରେ ପ୍ରତେକ ଷ୍ଟେପର ଅର୍ଥ ଯଥାର୍ଥ ହେବା ଆବଶ୍ୟକ । 
ଆଲଗୋରିଦମ (Algorithm) କ'ଣ ଏବଂ ଏହାର ଉପକାରିତା, KnowledgeOdia, Algorithm, Science and Technology, Science, Artificial Intelegence, algorithms and data structures, algorithm rsa, algorithm quick sort, algorithm meaning, algorithm meaning, algorithm in machine learning What is Algorithm and Its Benefits

 

ଆଲଗୋରିଦମ(Algorithm)ର ଉପଯୋଗ ବା ବ୍ୟବହାର:

ଆଲଗୋରିଦମ(Algorithm)ର ପ୍ରୟୋଗ ଆଜିକାଲି ପ୍ରତି କ୍ଷେତ୍ରରେ ବ୍ୟବହାର କରାଯାଏ ଅର୍ଥାତ୍ ସବୁପ୍ରକାରର ସମସ୍ୟାକୁ ଠିକ୍ ଭାବରେ ସମାଧାନ ପାଇଁ ଏହାକୁ ବ୍ୟବହାର କରାଯାଏ । ଏହା ମୁଖ୍ୟତଃ ବିଭିନ୍ନ କମ୍ପାନୀ, ଇଣ୍ଡଷ୍ଟ୍ରି ଏବଂ ପ୍ରୋଗ୍ରାମିଙ୍ଗରେ ବହୁଳ ବ୍ୟବହାର କରାଯାଏ । 

  • ଗାଣିତିକ ସମସ୍ୟାର ସମାଧାନ ପାଇଁ ଏକ ଉନ୍ନତ ଆଲଗୋରୀଦମର ବ୍ୟବହାର କରାଯାଏ । ଯେପରି 0 ଠାରୁ 1 ବଡ଼ ହୋଇଥାଏ ଅର୍ଥାତ୍ ‘+’ ଏବଂ ଛୋଟ ସଂଖ୍ୟା ହୋଇଥାଏ ତେବେ ‘-‘ ହୋଇଥାଏ ।
  • ଗୁଗଲ(Google), ଆପଲ୍(Apple), ଫେସବୁକ୍(Facebook) ପରି କମ୍ପାନୀମାନଙ୍କରେ ଆଲଗୋରୀଦମର ଅଧିକ ବ୍ୟବହାର କରାଯାଏ । 
  • କମ୍ପ୍ୟୁଟର ବିଜ୍ଞାନୀ(Computer scientist) ଏବଂ ସଫ୍ଟୱେର ଇଞ୍ଜିନିୟର(Software Engineer) ଏହାର ବ୍ୟବହାର କରିଥାନ୍ତି।  ଏହାଦ୍ବାରା କମ୍ ସମୟରେ ସଠିକ୍ କାର୍ଯ୍ୟ ହୋଇଥାଏ । 
  • ସ୍ପେଶ୍ ରିସର୍ଚ୍ଚ(Space Research), ରୋବୋଟିକ(Robotics), ଆର୍ଟିଫିସିଆଲ ଇଣ୍ଟେଲିଜେନସ(Artificial Intelligence) ଭଳି ବଡ଼ ବଡ଼ କ୍ଷେତ୍ରରେ ଏହାର ବ୍ୟବହାର କରାଯାଏ । 
  • ପ୍ରୋଗ୍ରାମିଙ୍ଗ(Programming) ଲେଖିବା ପୂର୍ବରୁ ଏହାକୁ ବ୍ୟବହାର କରାଯାଏ । ଯଦି ଆପଣ କମ୍ପ୍ୟୁଟର ସାଇନ୍ସ , ବି.ସି.ଏ ବା ଆଇ.ଟି କ୍ଷେତ୍ରରେ ପାଠ ପଢୁଥିବେ ତେବେ ଏହାର ଆବଶ୍ୟକତା ବିଷୟରେ ନିଶ୍ଚିତ ଜାଣିଥିବେ । 
  • ସୁଡୋ କୋଡ଼(Sudo code) ଲେଖିବା ପାଇଁ ମଧ୍ୟ ଏହାର ଆବଶ୍ୟକତା ହୋଇଥାଏ । ନଚେତ୍ ଏହା ଭୂଲ୍ ହେବାର ସମ୍ଭାବନା ଅଧିକ ଥାଏ ଏବଂ ଆପଣଙ୍କୁ ବାରମ୍ବାର ଲେଖିବାକୁ ପଡ଼ିବ । 

ଆଲଗୋରିଦମ(Algorithm)ର ଉପକାରିତା:

  • ଏହା ଦ୍ଵାରା କୌଣସି ପ୍ରକାରର ସମସ୍ୟାକୁ ସମାଧାନ କରିବା ସହଜ ହୋଇଥାଏ ।
  • ଏହା କୌଣସି ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍ ଉପରେ ନିର୍ଭର କରିନଥାଏ । ବିନା ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜରେ ଏହାକୁ ବ୍ୟବହାର ଏବଂ ବୁଝିପାରିବେ । 
  • ଏହାର ସ୍ଵତନ୍ତ୍ର ଯୁକ୍ତିଯୁକ୍ତ ପ୍ରକ୍ରିୟା ଥାଏ ଏବଂ ଏହା ସମସ୍ୟା ସମାଧାନର ସାହାର୍ଯ୍ୟ କରିଥାଏ ।  
  • ଏହାକୁ ଫ୍ଲୋ ଚାର୍ଟ(Flow chart)ରେ ପରିଣତ କରି ପରେ ଏହାକୁ ପ୍ରୋଗ୍ରାମିଙ୍ଗ ଲଙ୍ଗୁଏଜେରେ ପରିବର୍ତ୍ତନ କରିପାରିବେ । 
  • ଆର୍ଟିଫିସିଆଲ ଇଣ୍ଟେଲିଜେନସ(Artificial Intelligence) ପରି ଆଧୁନିକ ଜ୍ଞାନକୌଶଳ ପାଇଁ ଏହାର ବହୁଳ ବ୍ୟବହାର ହୋଇଥାଏ । ଏହା ପୂର୍ବରୁ ମଶିନ ଲର୍ଣିଂ(Machine learning)ରେ ଏହାର ବ୍ୟବହାର କରାଯାଉଥିଲା ।

ଦିନକୁ ଦିନ ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର ହେଉଛି । ଏହାକୁ ସଠିକ୍ ଏବଂ କମ୍ ସମୟରେ ପ୍ରସ୍ତୁତ ପାଇଁ ଏହାର ବ୍ୟବହାର ବୃଦ୍ଧି ହେଉଛି ।

ଜାଣନ୍ତୁ ଡିଜିଟାଲ ମାର୍କେଟିଙ୍ଗ(Digital Marketing) ଦ୍ୱାରା କିପରି ବ୍ୟବସାୟ ବୃଦ୍ଧିକରିପାରିବେ ?

Leave a Reply

Your email address will not be published. Required fields are marked *